ମଙ୍ଗଳ ପାଣ୍ଡେ
ମଙ୍ଗଳ ପାଣ୍ଡେ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଯିଏକି ୧୮୫୭ ମସିହାରେ ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମରେ ପ୍ରମୁଖ ଭୂମିକା ନିଭାଇ ଥିଲେ । ସେ ଇଷ୍ଟ ଇଣ୍ଡିଆ କମ୍ପାନିର ୩୪ତମ ବେଙ୍ଗାଲ ନେଟିଭ୍ ଇନ୍ଫେନ୍ଟ୍ରିରେ ଜଣେ ସିପାହୀ ଥିଲେ । ଭାରତର ସ୍ୱାଧିନତା ସଂଗ୍ରାମରେ ତାଙ୍କର ମହତ୍ୱପୂର୍ଣ ଭୂମିକାକୁ ନେଇକି ଭାରତ ସରକାରଙ୍କଦ୍ୱାରା ସମ୍ମାନ ସ୍ୱରୂପ ୧୯୮୪ ମସିହାରେ ଏକ ଡାକ ଟିକଟ ଜାରି କରାଯାଇଥିଲା ।
ମଙ୍ଗଳ ପାଣ୍ଡେ | |
---|---|
ଜନ୍ମ | |
ମୃତ୍ୟୁ | ୮ ଅପ୍ରେଲ ୧୮୫୭ | (ବୟସ ୨୯)
ବୃତ୍ତି | ସିପାହୀ |
ପ୍ରସିଦ୍ଧି | ଭାରତୀୟ ସ୍ୱାଧୀନତା ସଂଗ୍ରାମୀ |
ଜନ୍ମ ଏବଂ ଜୀବନୀ
ସମ୍ପାଦନାସେ ଉତ୍ତରପ୍ରଦେଶର ବଲିଆ ଜିଲ୍ଲାର ନଗୱା ଗ୍ରାମରେ ଗୋଟିଏ ବ୍ରାହ୍ମଣ ପରିବାରରେ ୧୯ ଜୁଲାଇ ୧୮୨୭ ମସିହାରେ ଜନ୍ମଗ୍ରହଣ କରିଥିଲେ ।[୧] ମଙ୍ଗଳ ପାଣ୍ଡେ ପ୍ରଥମ ଥର ପାଇଁ ଇଂରେଜଙ୍କ ବିରୋଦ୍ଧରେ “ମାରୋ ଫିରଙ୍ଗି କୋ” ନାରା ଲଗାଇଥିଲେ । ଦିବାକର ପାଣ୍ଡେ ଏବଂ ଅଭୟ ରାଣୀ ଦେବୀଙ୍କ କୋଳମଣ୍ଡନ କରି୍ଥିବା ମଙ୍ଗଳ ପ୍ରଥମେ ସୈନ୍ୟ ବିଭାଗରେ ଯୋଗ ଦେଇଥିଲେ । କିନ୍ତୁ ଇଂରେଜମାନଙ୍କ ଆକ୍ରୋଶର ଶିକାର ହେବା ପରେ ସେ କ୍ରାନ୍ତିକାରୀ ପାଲଟି ଭାରତବାସୀଙ୍କୁ ଇଂରେଜ ଗୁଲାମୀରୁ ମୁକୁଳିବା ପାଇଁ କହିଥିଲେ । ତାଙ୍କୁ ସର୍ବପ୍ରଥମ କ୍ରାନ୍ତିକାରୀର ମାନ୍ୟତା ମଧ୍ୟ ଦିଆଯାଇଛି ।
ଶେଷ ଜୀବନ ଓ ମୃତ୍ୟୁ
ସମ୍ପାଦନା୧୮୫୭ ମସିହା ଅପ୍ରେଲ ୮ ତାରିଖରେ ମଙ୍ଗଳ ପାଣ୍ଡେଙ୍କୁ ଫାଶୀ ଦିଆଯାଇଥିଲା । ତାଙ୍କୁ ବେରକପୁରରେ ଫାଶୀ ଦିଆଯାଇଥିଲା । ବେରକପୁରରେ ମଙ୍ଗଳ ପାଣ୍ଡେଙ୍କୁ ଫାଶୀ ଦେବାକୁ ଜଲାଦ୍ମାନେ ମନା କରିବାରୁ କଲିକାତାରୁ ସ୍ୱତନ୍ତ୍ର ଜଲାଦଙ୍କୁ ଫାଶୀ ଦେବାକୁ ଅଣାଯାଇଥିଲା ।[୨]
ଆଧାର
ସମ୍ପାଦନା- ↑ D'Souza, Shanthie Mariet. "Mangal Pandey: Indian soldier". Encyclopædia Britannica.
- ↑ "ଆଜି ହେଉଛି ପ୍ରଥମ କ୍ରାନ୍ତିିକାରୀ ବୀର ଯୋଦ୍ଧାଙ୍କ ଜନ୍ମତିଥି | Kanak News" (in ଆମେରିକୀୟ ଇଂରାଜୀ). 2018-07-19. Retrieved 2022-11-02.