ମଙ୍ଗଳୁ ଚରଣ ବିଶ୍ୱାଳ

ସାହିତ୍ୟିକ ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ
(ମଙ୍ଗଳୁ ଚରଣ ବିଶ୍ଵାଳରୁ ଲେଉଟି ଆସିଛି)

ମଙ୍ଗଳୁ ଚରଣ ବିଶ୍ୱାଳ (୪ ମେ ୧୯୩୫–୧୧ ଜାନୁଆରୀ ୨୦୨୧) ଜଣେ ଭାରତୀୟ ସାହିତ୍ୟିକ ଓ ଶିକ୍ଷକ ଥିଲେ । ସେ ଓଡ଼ିଆ ଓ କୋଶଳୀ ଭାଷାରେ ସାହିତ୍ୟ ରଚନା ନିମନ୍ତେ ଜଣାଶୁଣା ଥିଲେ । ଶିକ୍ଷକତା ବୃତ୍ତିରେ ପାରଦର୍ଶିତା ନିମନ୍ତେ ସେ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ଗଳ୍ପ, କବିତା, ନାଟକ, ଶିଶୁସାହିତ୍ୟ ଆଦି ସାହିତ୍ୟର ବହୁ ବିଭାଗରେ ତାଙ୍କର ଅବଦାନ ରହିଥିଲା ।[୨]

ମଙ୍ଗଳୁ ଚରଣ ବିଶ୍ୱାଳ
Born
ମଙ୍ଗଳୁ ଚରଣ ବିଶ୍ୱାଳ

(1935-05-04)୪ ମଇ ୧୯୩୫
Died୧୧ ଜାନୁଆରୀ ୨୦୨୨(2022-01-11) (ବୟସ ୮୬)
ବାର ଡ଼ୁଙ୍ଗୁରୀ, ସମ୍ବଲପୁର
Nationalityଭାରତୀୟ
Educationଏମ.ଏ, ବି.ଏଡ଼[୧]
Known forସାହିତ୍ୟିକ ଓ ଶିକ୍ଷାବିତ
Spouseଶୈଳବାଳା
Parent(s)ଶ୍ରୀବତ୍ସ, ଭଗବତୀ

ଜୀବନୀ ସମ୍ପାଦନା

ମଙ୍ଗଳୁ ଚରଣ ବିଶ୍ୱାଳ ୧୯୩୫ ମସିହା ମେ ୪ ତାରିଖରେ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ପିତାପଲିଠାରେ ଜନ୍ମଗ୍ରହଣ କରିଥିଲେ ।[୩] ପିତାଙ୍କ ନାମ ଥିଲା ଶ୍ରୀବତ୍ସ ଓ ମାତାଙ୍କ ନାମ ଭଗବତୀ । ୧୯୫୫ ମସିହାରେ ସେ ଶୈଳବାଳା ବିଶ୍ୱାଳଙ୍କୁ ବିବାହ କରିଥିଲେ । ବିବାହ ଉପରାନ୍ତେ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୫୬ ମସିହାରେ ହୀରାକୁଦ ବନ୍ଧ ନିର୍ମାଣ ଯୋଗୁ ତାଙ୍କ ଗ୍ରାମ ପାଣିରେ ଲୀନ ହୋଇଥିଲା ଓ ତାଙ୍କ ପରିବାରକୁ ବିସ୍ଥାପିତ ହେବାକୁ ପଡିଥିଲା । ଜଣେ ଶିକ୍ଷକ ଭାବରେ ସେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ ଉଚ୍ଚଶିକ୍ଷା ଲାଭ କରିଥିଲେ ମଧ୍ୟ, ସେ ଶିକ୍ଷକତାକୁ ହିଁ ନିଜର ବୃତ୍ତି ଭାବରେ ଜାରି ରଖିଥିଲେ । ୩୮ବର୍ଷର ଶିକ୍ଷକତା ମଧ୍ୟରେ ସେ ଦୁଇଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ।[୪] ୨୦୨୨ ମସିହା ଜାନୁଆରୀ ୧୧ ତାରିଖରେ ତାଙ୍କର, ବାର ଡ଼ୁଙ୍ଗୁରୀସ୍ଥିତ ବାସଭବନରେ ପରଲୋକ ଘଟିଥିଲା ।[୫]

ସାହିତ୍ୟ କୃତି ସମ୍ପାଦନା

ମଙ୍ଗଳୁ ଚରଣ ୫୬ଟି ପୁସ୍ତକ ନିଜେ ରଚନା କରିଥିଲେ ଓ ୩୫୦ଟି ପୁସ୍ତକର ମୁଖବନ୍ଧ ରଚନା କରିଥିଲେ । ତାଙ୍କର ପ୍ରଥମ କବିତା "ଧୂମାଳ" ୧୯୫୧ ମସିହାରେ କଲିକତାରୁ ପ୍ରକାଶିତ "ଯୁଗଭାରତୀ" ପତ୍ରିକାରେ ପ୍ରକାଶ ପାଇଥିଲା । ସେତେବେଳକୁ ସେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ସେହିବର୍ଷ ତାଙ୍କର ପ୍ରଥମ କବିତା ସଂକଳନ "ବସନ୍ତ ଆସିଲା ଫେରି" ମଧ୍ୟ ପ୍ରକାଶ ପାଇଥିଲା ।

କବିତା ସମ୍ପାଦନା

  • ବସନ୍ତ ଆସିଲା ଫେରି
  • ଦରିଆ ପାରିର କବିତା
  • ବରଫ ଦେଶର କନ୍ୟା
  • ମଗ୍ନ ମାଟିର ମେଖଳା

ଗଳ୍ପ ସମ୍ପାଦନା

  • ଅସ୍ତରାଗର କବି
  • ଅଗ୍ନିସମ୍ଭବା
  • ସୁନା ନେଉଳ

ଉପନ୍ୟାସ ସମ୍ପାଦନା

  • ଦୂର ବସନ୍ତ

ଶିଶୁ ସାହିତ୍ୟ ସମ୍ପାଦନା

  • ଆ'ଲୋ ନିଦ ମାଉସୀ ଆ
  • ଦେଖ କଇଁଚ କାଢିଛି ବେକ[୬]
  • ଦେ କଉଡି ଖା ପିଠା
  • କଟକ ଚିନ୍ତା ବାଇମୁଣ୍ଡି କି[୭]

ପ୍ରବନ୍ଧ ସମ୍ପାଦନା

  • ଚିନ୍ତା ଓ ଚୈତନ୍ୟ

ନାଟକ ସମ୍ପାଦନା

  • ଭୁଖା[୮]
  • ଉଡଲା ପତର ବୁଡଲା ଡଙ୍ଗା
  • ଲୁରା
  • ସୁନା ନେଉଳ

ଆତ୍ମଜୀବନୀ ସମ୍ପାଦନା

  • ହଜିଲା ଦିନ

ଅନୁବାଦ ସମ୍ପାଦନା

  • ରୋମର ରୂପସୀ[୯]

ଆଧାର ସମ୍ପାଦନା

  1. Bhagirathi Nepak (1974*). Bhima Bhoi, the greatest adivasi poet prophet. Publication Committee. {{cite book}}: Check date values in: |date= (help)
  2. Navin Menon; Bhavana Nair (1999). Children's literature in India. Children's Book Trust. ISBN 978-81-7011-872-5.
  3. Orissa reference: glimpses of Orissa. TechnoCAD Systems. 2001.
  4. Jagannatha Mahanti; Jagannātha Mahānti; Oḍiśā Sāhitya Ekāḍemī (1993). Children's literature of Orissa. Orissa Sahitya Akademi.
  5. "ଆରପାରିରେ ପ୍ରଖ୍ୟାତ ସାହିତ୍ୟିକ ମଙ୍ଗଳୁ ଚରଣ". www.odishareporter.in. odisha reporter. Archived from the original on 11 January 2022. Retrieved 11 January 2022.
  6. Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
  7. The Indian Publisher and Bookseller. Sadanand G. Bhatkal. 1972.
  8. http://www.caluniv.ac.in/global-mdia-journal/COMMENTARY-DEC%202013/Commentary_2_Alok_Baral.pdf
  9. "ପିତାପାଲିର ମିଠା ମଣିଷ". ନିତିଦିନ ୦୨/୧୦/୨୦୧୬ ପୃଷ୍ଠା ୧୦. Retrieved 3 October 2016.[permanent dead link]