ମକଦ୍ଦମା ମୂଲ୍ୟାଙ୍କନ ଅଧିନିୟମ, ୧୮୮୭

ମକଦ୍ଦମା ମୁଲ୍ୟାଙ୍କନ ଅଧିନିୟମ, ୧୮୮୭ ହେଉଛି ନ୍ୟାୟାଳୟର ଅଧିକାରିତା ସ୍ଥିର କରିବା ନିମିତ୍ତ କେତେକ ମକଦ୍ଦମାର ସଠିକ ମୁଲ୍ୟାଙ୍କନ କରିବାର ବିଧି ବ୍ୟବସ୍ଥା ବିହିତ କରୁଥିବା ଏକ ଭାରତୀୟ ଆଇନ । []

ଅଧିନିୟମ ବିଷୟରେ

ସମ୍ପାଦନା

ଭାଗ ୧-ଭୂମି ସମ୍ବନ୍ଧୀୟ ମକଦ୍ଦମା

ସମ୍ପାଦନା

ଅଧିନିୟମର ଧାରା ୩ ଅନୁଯାୟୀ ରାଜ୍ୟ ସରକାର କୋର୍ଟଫିସ ଅଧିନିୟମ,୧୮୭୦ର ଧାରା 7(v), 7(vi),ଓ ଧାରା 7(d)ର ଅନୁଚ୍ଛେଦ (x)ରେ ବର୍ଣ୍ଣିତ ମକଦ୍ଦମାର ଅଧିକାରିତା ନିର୍ଣ୍ଣୟ ସକାଶେ ସଂପୃକ୍ତ ଭୂମିର ମୂଲ୍ୟ ଅବଧାରଣ କରିବା ପାଇଁ ନିୟମାବଳୀ ପ୍ରଣୟନ କରିପାରିବେ ।

  • ଧାରା ୪- ଯେଉଁଠାରେ କୋର୍ଟ ଫିସ ଅଧିନିୟମ, ୧୮୭୦ର ଧାରା ୭(୪) କିମ୍ବା ଅନୁସୂଚୀ-୨, ଅନୁଚ୍ଛେଦ-୧୭ ସଂକ୍ରାନ୍ତୀୟ ମକଦ୍ଦମା କୌଣସି ଭୂମିର ସ୍ୱତ୍ତ ସକାଶେ ହୋଇଥାଏ, ସେତେବେଳେ ସେହି ମକଦ୍ଦମାର ମୁଲ୍ୟାଙ୍କନ ସଂପୃକ୍ତ ଭୂମିର ମୂଲ୍ୟଠାରୁ (ଯାହାକି ଧାରା ୩ ପ୍ରକାରେ ନିର୍ଦ୍ଧାରିତ) ଅଧିକ ହେବ ନାହିଁ ।
  • ଧାରା ୫(୧)- ରାଜ୍ୟ ସରକାର ଧାରା ୩ ପ୍ରକାରେ ନିୟମାବଳୀ ପ୍ରଣୟନ କରିବା ପୂର୍ବରୁ ସଂପୃକ୍ତ ଉଚ୍ଚ ନ୍ୟାୟାଳୟ ସହ ସେ ସଂପର୍କରେ ପରାମର୍ଶ କରିବେ ।

ବିଶେଷ ପ୍ରାବଧାନ

ସମ୍ପାଦନା
  1. "ମକଦ୍ଦମା ମୁଲ୍ୟାଙ୍କନ ଅଧିନିୟମ, ୧୮୮୭" (PDF). .legislative.gov.in. Retrieved 30 August 2018.