ମଇଲମ ଶ୍ରୀମନ୍ଦିରରେ ଦୈନଦିନ ଅନୁଷ୍ଠିତ ଚତୁର୍ଥ ନୀତି । ଏହି ନୀତିରେ ତିନିଠାକୁର ଧାରଣ କରିଥିବା ବଡ଼ସିଂହାର ବେଶକୁ ବଦଳ କରାଯାଏ ।

ବିଧି ସମ୍ପାଦନା

ଶ୍ରୀମନ୍ଦିରରେ ତିନୋଟି ମଇଲମ ହୋଇଥାଏ:

  1. ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ପ୍ରଥମ ମଇଲମର ନିର୍ଦ୍ଧାରିତ ସମୟ ହେଉଛି ସକାଳ ୬ଟା, ଯାହାକି ମଙ୍ଗଳ ଆରତୀ ପରେ ଅନୁଷ୍ଠିତ ହୋଇଥାଏ ।[୧] ଏଥିରେ ସଂଯୋଜିତ ସେବାୟତମାନେ ହେଉଛନ୍ତି: ତିନିଜଣ ପଶୁପାଳକ ସେବକ, ଖୁଣ୍ଟିଆ, ଚାଙ୍ଗଡ଼ା ମେକାପ । ଏହି ନୀତିରେ ତିନିଠାକୁର ପୂର୍ବରାତ୍ରୀରେ ଧାରଣ କରିଥିବା ବଡ଼ସିଂହାର ବେଶକୁ ବଦଳ କରାଯାଏ । ତିନିଜଣ ପଶୁପାଳକ ରତ୍ନସିଂହାସନ ଉପରକୁ ଯାଇ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ବସ୍ତ୍ର, ପୁଷ୍ପ ଏବଂ ତୁଳସୀମାଳାଦିକୁ କାଢନ୍ତି ।
  2. ଦ୍ୱିତୀୟ ମଇଲମ ଅବକାଶ ନୀତି ପରେ ହୋଇଥାଏ ।
  3. ତୃତୀୟ ମଇଲମ ସନ୍ଧ୍ୟାଧୂପ ପରେ କରାଯାଏ । ଏଥିରେ ପ୍ରଥମେ ଶ୍ରୀଜୀଉମାନଙ୍କ ଅଙ୍ଗରେ ଚନ୍ଦନ ଲଗାଇସାରି ଜୟଦେବଙ୍କ ଗୀତଗୋବିନ୍ଦ ଖଚିତ ପାଟ୍ଟବସ୍ତ୍ରରେ ବିଭୂଷିତ କରାଯାଏ ।

  ଲେଖା ଚାଲିଛି...

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2018-07-29. Retrieved 2018-07-06. {{cite web}}: Cite has empty unknown parameter: |1= (help)