ଭ୍ୟାକୁମ୍ କ୍ଲିନର୍

ଭ୍ୟାକୁମ୍ କ୍ଲିନର୍ ଝାଡୁଦାର୍ ଭାବରେ ମଧ୍ୟ ଜଣାଶୁଣା | ଏହି ଯନ୍ତ୍ରଟି ସାଧାରଣତଃ ଚଟାଣ, ସତରଞ୍ଜି, ପରଦା ଆଦିରୁ ଧୂଳି ଶୋଷିବା ଲାଗି ବ୍ୟବହାର କରାଯାଏ | ଏଥିରେ ଧୂଳିକୁ ଶୋଷିବା ଲାଗି ଗୋଟିଏ ବାୟୁ ପମ୍ପ୍ ରହିଛି | ଏହି ପମ୍ପ୍ ଆଂଶିକ ଶୁନ୍ୟତା ସୃଷ୍ଟି କରିବାରେ ସହାୟକ ହୋଇଥାଏ | ସମସ୍ତ ଧୂଳି ଓ ଅଳିଆ ଗୋଟିଏ ଆବର୍ଜନା ଥଳିରେ ପରବର୍ତ୍ତୀ ନିଷ୍କାସନ ଲାଗି ସଂଗୃହିତ ହୋଇ ରହିଥାଏ | ଏହି ଯନ୍ତ୍ରଟି ଘରେ ଓ କଳକାରଖାନାରେ ମଧ୍ୟ ବ୍ୟବହାର କରାଯାଏ |

ଘରେ ବ୍ୟବହୄତ ଭ୍ୟାକୁମ୍ କ୍ଲିନର୍

ଇତିହାସ ସମ୍ପାଦନା

ଭ୍ୟାକୁମ୍ କ୍ଲିନର୍ କାର୍ପେଟ୍ ସ୍ୱିପର‌ଠାରୁ ଜାତ ହୋଇଥିଲା, ଯାହା ଏକ ମାନବଚାଳିତ ଭ୍ୟାକୁମ୍ କ୍ଲିନର୍ ଥିଲା | ୧୮୬୦ରେ କାର୍ପେଟ୍ ସ୍ୱିପର୍ ଡାନିୟଲ୍ ହେସଙ୍କଦ୍ୱାରା ଉଦ୍ଭାବିତ ହୋଇଥିଲା | ଏହା ହେଉଛି ୧୮୬୦ରେ ତିଆରି କରାଯାଇଥିବା ପ୍ରଥମ ମାନବଚାଳିତ ମଡେଲ୍ | ବିଂଶ ଶତାଦ୍ଦି ବେଳକୁ ପ୍ରଥମ ମୋଟର୍-ଚାଳିତ ମଡେଲ୍ ଦେଖାଯାଇଥିଲା |[୧] ଆଉଗୋଟିଏ ମଡେଲ୍ (୧୮୬୯) "ହ୍ୱିର୍ଲ୍ ବ୍ୱିନ୍ଡ୍", ୧୮୬୮ରେ ସିକାଗୋରେ ଇଭ୍ସ୍ ଡବ୍ଲୁ. ମ୍ୟାକ୍ ଗାଫେଙ୍କଦ୍ୱାରା ଉଦ୍ଭାବିତ ହୋଇଥିଲା | ଏହି ଭାରି ଯନ୍ତ୍ରଟିରେ ଏକ ବେଲ୍ଟ ଚାଳିତ ପଙ୍ଖା ଲାଗିଥିଲା, ଯାହାକୁ ହାତରେ ବୁଲାଇବାକୁ ପଡୁଥିଲା | ତେଣୁ ଏହାକୁ ଚଳାଇବାରେ ଅସୁବିଧା ହେଉଥିଲା | ଏହା ସତ୍ତ୍ୱେ ମଧ୍ୟ ବାଣିଜ୍ୟ କ୍ଷେତ୍ରରେ ଏହି ଯନ୍ତ୍ରଟି ମିଶ୍ରିତ ସଫଳତା ହାସଲ୍ କରିଥିଲା | ୧୮୭୬ରେ ଏହି ମଡେଲ୍ ସହିତ ସାମଞ୍ଜସ୍ୟ ଥିବା ଆଉ ଏକ ମଡେଲ୍ ମେଲ୍-ଭିଲ୍ଲେ ଆର୍. ବିସ୍ସେଲ୍ଲ (ଗ୍ରାନ୍ଡ୍ ରାପିଡ୍, ମିଚିଗାନ୍) ମଧ୍ୟ ତିଆରି କରିଥିଲେ |[୨] ପରେ ସେହି କମ୍ପାନି ନିଜର ସଫାକରିବା ଉପକରଣ ତାଲିକାରେ "ସହଜରେ ସ୍ଥାନାନ୍ତରିୟ ଭ୍ୟାକୁମ୍ କ୍ଲିନର୍"କୁ ମିଶାଇ ଥିଲା |

ପ୍ରକାର ସମ୍ପାଦନା

ଏହି ଯନ୍ତ୍ରର ଆକାର ପ୍ରକାରକୁ ନେଇ ଅନେକ ବିବିଧତା ଦେଖା ଦେଇ ଥାଏ |

ଯଥା:-

  • ଛୋଟ ବ୍ୟାଟେରି ଚାଳିତ
  • ଶକ୍ତି ଚାଳିତ ହାତ ଯନ୍ତ୍ର
  • ଚକ ଲଗା ଘରୋଇ ମଡେଲ୍
  • କଳକାରଖାନାରେ ବ୍ୟବହୃତ ବଡ଼ ମଡେଲ୍

କଳକାରଖାନାରେ ବ୍ୟବହୃତ ଭ୍ୟାକୁମ୍ କ୍ଲିନର୍ ବହୁତ ବଡ଼ ବଡ଼; ଯାହାକି ଶହ ଶହ ଲିଟର୍ ଆବର୍ଜନା ସଫା କରିପାରିବ | ଅପମିଶ୍ରିତ ମାଟି ସଫା କରିବା ଲାଗି ସ୍ୱୟଂ ଚାଳିତ ଟ୍ରକ୍ର୍ ବ୍ୟବହାର କରାଯାଉଛି | ଏଥିରେ ଧୂଳି ସହିତ ତରଳ ପଦାର୍ଥ ସଫା କରିପାରିଲା ପରି ବିଶେଷ ଭ୍ୟାକୁମ୍ କ୍ଲିନର୍ ରହିଥାଏ |

ଆଧାର ସମ୍ପାଦନା

  1. "Fascinating facts about the invention of vacuum cleaner by Daniel Hess in 1860". The Great Idea Finder.
  2. "Our History". Bissell. Archived from the original on 22 November 2010. Retrieved 5 April 2010.