ଭୈରବୀ ମନ୍ଦିର

ଦେବୀ ଭୈରବୀଙ୍କୁ ସେଠାରେ ମା ଦୁର୍ଗାଙ୍କର ଏକ ମହାବିଦ୍ୟା ରୂପରେ ପୂଜା କରାଯାଏ ।

ଭୈରବୀ ମନ୍ଦିର ଭାରତର ଆସାମ ପ୍ରଦେଶରେ ଥିବା ସୋନିତପୁର ଜିଲ୍ଲାର (Sonitpur District) ତେଜପୁର (Tezpur) ସହର ସୀମାରେ ଅବସ୍ଥିତ ।

ଶ୍ରୀ ଶ୍ରୀ ଭୈରବୀ ମନ୍ଦିର
ଭୈରବୀ ମନ୍ଦିରର ଏକ ଦୃଶ୍ୟ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtସୋନିତପୁର (Sonitpur)
ଦେବାଦେବୀଭୈରବୀ (Bhairabi)
Festivalsଦୁର୍ଗ ପୂଜା (Durga Puja)
Location
ସ୍ଥାନକୋଳିବାଡ଼ି (Kolibari), ତେଜପୁର (Tezpur)
Stateଆସାମ
Countryଭାରତ
Architecture
Typeଆସାମୀ ସଂସ୍କୃତି (Assamese)
.
Temple(s)One
Inscriptionsସଂସ୍କୃତ Sanskrit)

ଇତିହାସ ସମ୍ପାଦନା

ଦେବୀ ଭୈରବୀଙ୍କୁ ସେଠାରେ ମା ଦୁର୍ଗାଙ୍କର ଏକ ମହାବିଦ୍ୟା ରୂପରେ ପୂଜା କରାଯାଏ । ଆସାମର ଏହା ଏକ ପ୍ରସିଦ୍ଧ ଶକ୍ତି ପୀଠ । ମନ୍ଦିରର ପୃଷ୍ଠଭୂମିରେ ବ୍ରହ୍ମପୁତ୍ର ନଦୀ ଉପରେ ଥିବା କୋଲିଆ ଭୋମୋରା ସେତୁ (Kolia Bhomora Setu) ଦେଖାଯାଏ । ସେହି ମନ୍ଦିରକୁ ଭୈରବୀ ଦେବାଳୟ ମଧ୍ୟ କୁହାଯାଏ । କିମ୍ବଦନ୍ତୀ ଅନୁସାରେ ଅସୁର ରାଜା ବନସୁରର କନ୍ୟା ଉଷା ସେଠାକୁ ନିୟମିତ ଭାବରେ ଦର୍ଶନ କରିବାକୁ ଯାଉଥିଲେ ।[୧][୨] ସେଠାରୁ ଦୁଇ କିମି ଦୂରରେ ଥିବା ବାମୁନି ପର୍ବତ ଉପରେ ଅନେକ ଶତାବ୍ଦୀ ପୂର୍ବରୁ ଥିବା ଉଆସର ଭଗ୍ନ ସ୍ତୁପ ଦେଖିବାକୁ ମିଳେ । ପ୍ରସ୍ତରର ଉପରେ ତିଆରି ହୋଇଥିବା କାରୁକାର୍ଯ୍ୟ ୯ମ ଶତାବ୍ଦୀର ବୋଲି ଜଣାଯାଏ । ଚାରି ଶହ ବର୍ଷର ପୁରାତନ ଭୈରବୀ ମନ୍ଦିର ଗୋଟିଏ ପାଖକୁ ଢଳି ରହିଛି । ଭୂମିକମ୍ପ ଯୋଗୁ ଦ୍ୱିତୀୟ ଓ ତୃତୀୟ ମହଲାରେ ଅନେକ ଫାଟ ସୃଷ୍ଟି ହୋଇଛି । ସେଠାରେ ଥିବା ସ୍ତମ୍ଭମାନଙ୍କରେ ମଧ୍ୟ ଫାଟ ହୋଇଛି ।.[୩]

ଭୂଗୋଳ ସମ୍ପାଦନା

ଭୈରବୀ ମନ୍ଦିର ଭରାଳି ନଦୀ କୂଳରେ ଅବସ୍ଥିତ ।[୪]

ପରିଚାଳନା ସମ୍ପାଦନା

ଏହି ମନ୍ଦିରର ପରିଚାଳନା ସରକାର ତରଫରୁ ଜିଲ୍ଲା ଡେପୁଟି କମିଶନର କରନ୍ତି କିନ୍ତୁ ମନ୍ଦିରର ମାଲିକ ତେଜପୁରର ବୋରଠାକୁରଙ୍କର ପରିବାରର ଅଟେ । ସେଠାରେ ଛାଗଳ, ବତକ, ପାରା ଇତ୍ୟାଦି ସେଠାରେ ଆଜି ପର୍ଯ୍ୟନ୍ତ ବଳି ଦିଆଯାଉଛି । ଦୁର୍ଗା ପୂଜା ସେଠାରେ ବଡ଼ ସମାରୋହରେ ପାଳନ କରାଯାଏ । ଏହି ମନ୍ଦିର ଭିତରକୁ ଯିବାକୁ ହେଲେ ରାସ୍ତାରୁ ଶିଡ଼ି ଲମ୍ବିଯାଇଛି ଯାହା ଉପରେ ଚଢି ଯିବାକୁ ହୁଏ । ଦେବୀଙ୍କର ଆଶୀର୍ବାଦ ପାଇବା ପାଇଁ ସେଠାରେ ବିବିଧ ପୂଜା ଦ୍ରବ୍ୟ ଯେପରିକି ଘିଅ ଦୀପ, ମିଠା ଇତ୍ୟାଦି ସାମଗ୍ରୀ ସେଠାରେ ମିଳେ । ମନ୍ଦିରଟି ଏକ ସିଦ୍ଧ ପୀଠ ଯେଉଁଠାରେ ମାନସିକ କରି ମା ଭୈରବୀଙ୍କର ଆଶୀର୍ବାଦ ଲାଭ କରନ୍ତି ।[୫]

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Sonitpur - HISTORY". Glorious India. Varadhi. Retrieved 1 July 2015.
  2. Swati Mitra (2011). Assam Travel Guide. Goodearth Publications. p. 81. ISBN 978-93-80262-04-8.
  3. Prakash Adhikari, Nuwakot. "Nuwakot palace ravaged". kathmandupost.ekantipur. Kantipur Digital Corp. Retrieved 15 September 2015.
  4. Bishnu Rabha (1982). Bishnu Rabha Rachanavali Vol. 1.
  5. Kundalini Aghora II by Robert E. Svoboda Chapter, Eight Immortals, Page 212