ଭେଷଜ ଶିକ୍ଷା ଅନୁଷ୍ଠାନ ଏବଂ ସମ୍ ହସ୍ପିଟାଲ
ଭେଷଜ ଶିକ୍ଷା ଅନୁଷ୍ଠାନ ଏବଂ ସମ୍ ହସ୍ପିଟାଲ (IMS) ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ସହର ଭୁବନେଶ୍ୱରଠାରେ ଏକ ବେସରକାରୀ ମେଡ଼ିକାଲ କଲେଜ ଓ ଡାକ୍ତରଖାନା ।[୧] ଏହା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ସହି ଅନୁବନ୍ଧିତ ।[୨] ଏହି ମେଡ଼ିକାଲ କଲେଜ ୨୦୦୭ ମସିହାରେ ଭାରତୀୟ ମେଡ଼ିକାଲ କାଉନସିଲଠାରୁ ଏମବିବିଏସ(MBBS) ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ସ୍ୱୀକୃତି ପ୍ରାପ୍ତ ହେଇଥିଲା ।
Institute of Medical Sciences and Sum Hospital | |
---|---|
"ଭେଷଜ ଶିକ୍ଷା ଅନୁଷ୍ଠାନ ଏବଂ ସମ୍ ହସ୍ପିଟାଲ" | |
ଲକ୍ଷ୍ୟ | ଉଭୟ ସ୍ନାତକ ଏବଂ ସ୍ନାତକୋତ୍ତର ସ୍ତରରେ ଡାକ୍ତରୀ ଶିକ୍ଷା ଉପଲବ୍ଧ କରାଇବା |
ସ୍ଥାପିତ | ୨୦୦୭ |
ପ୍ରକାର | ବେସରକାରୀ ଭେଷଜ ମହାବିଦ୍ୟାଳୟ |
ଡିନ | ଗଙ୍ଗାଧର ସାହୁ |
ଛାତ୍ର ଛାତ୍ରୀ ସଂଖ୍ୟା | ପ୍ରଶୀକ୍ଷୁମାନଙ୍କୁ (Intern) ମିଶାଇ ପ୍ରତିବର୍ଷ ୭୫୦ ଜଣ |
ସ୍ନାତକୋତ୍ତର | କ୍ଲିନିକାଲ କ୍ଷେତ୍ରରେ ଉପଲବ୍ଧ |
ଅବସ୍ଥାନ | ଭୁବନେଶ୍ୱର, ଓଡ଼ିଶା, ଭାରତ |
ପରିସର | ସହରାଞ୍ଚଳ |
ଅନୁବନ୍ଧନ | ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଏମସିଆଇ |
ୱେବସାଇଟ | www |
ଏହା ସ୍ନାତକ ସ୍ତରରେ ମେଡ଼ିସିନ ଓ ଡେଣ୍ଟାଲ ବିଭାଗରେ ଶିକ୍ଷା ପ୍ରଦାନ କରୁଥିବା ବେଳେ ଅଣ-କ୍ଲିନିକାଲ ବିଭାଗରେ ସ୍ନାତକୋତ୍ତର ଶିକ୍ଷା ମଧ୍ୟ ପ୍ରଦାନ କରିଥାଏ । ଏହା ସର୍ଜରୀ ଓ ନିଶ୍ଚେତନ ବିଭାଗରେ ମଧ୍ୟ ସ୍ନାତକୋତ୍ତର ଶିକ୍ଷା ପ୍ରଦାନ କରିଥାଏ । ଏହା ରୋଗୀମାନଙ୍କ ପାଇଁ ହୃଦରୋଗ ବିଜ୍ଞାନ (cardiology) , ସ୍ନାୟୁ ବିଜ୍ଞାନ (neurology), ବୃକକ ବିଜ୍ଞାନ (nephrology), ପ୍ଲାଷ୍ଟିକ ଶଲ୍ୟ ଚିକିତ୍ସା (plastic surgery) ଏବଂ and ଶିଶୁ ଚିକିତ୍ସା ବିଜ୍ଞାନ (neo-natalogy)ରେ ସ୍ୱତନ୍ତ୍ର ସେବା ପ୍ରଦାନ କରିଥାଏ ।
ଭେଷଜ ମହାବିଦ୍ୟାଳୟ
ସମ୍ପାଦନାମହାବିଦ୍ୟାଳୟ ପରିସରରେ ୬ଟି ଥିଏଟରରେ ଇ-ପ୍ରଶିକ୍ଷଣ ସୁବିଧା ସହଜରେ ଉପଲବ୍ଧ । ଏହାର ପାଠାଗାରରେ ଇଣ୍ଟର୍ନେଟ କାଫେ ସହ ସମଗ୍ର ପରିସରରେ ପୂର୍ଣ୍ଣ କାଳୀନ ତୀବ୍ର ଗତି ଯୁକ୍ତ ୱାଇ-ଫାଇ ସେବା ଉପଲବ୍ଧ ।
ଚିକିତ୍ସାଳୟ
ସମ୍ପାଦନା୧୨୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରପାତି, ଅସ୍ତ୍ରୋପଚାର ଗୃହ ଓ ଜରୁରୀକାଳିନ ଚିକିସ୍ଥା ପାଇଁ ପ୍ରକୋଷ୍ଠ ମାନ ରହିଛି ।
ଅଗ୍ନି ଦୁର୍ଘଟଣା
ସମ୍ପାଦନାଅକ୍ଟୋବର ୧୭ , ୨୦୧୬ରେ ଏହି ଚିକିତ୍ସାଳୟରେ ଅଗ୍ନି ଦୁର୍ଘଟଣା ଘଟିବା ଯୋଗୁଁ ୧୯ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ।[୩]
ଆଧାର
ସମ୍ପାଦନା- ↑ S. Bhushan. Dictionary of Education. Prabhat Prakashan. pp. 323–. ISBN 978-93-5186-819-4.
- ↑ "Five Departments of Sum Hospital Ranked No-1 In Survey". www.odishabytes.com. odisha bytes. Archived from the original on 20 September 2022. Retrieved 18 July 2019.
- ↑ "Bhubaneswar: 21 patients killed in fire at SUM Hospital". The Indian Express. 17 October 2016. Retrieved 18 October 2016.