‌ଭୂମି ପେଦନେକର‌ (ଜନ୍ମ: ୧୮ ଜୁଲାଇ ୧୯୮୯) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ୟଶ୍‌ରାଜ୍ ଫିଲ୍‌ସ୍‌ରେ ଜଣେ ସ‌ହକାରୀ ନିର୍ଦ୍ଦେଶିକା ଭାବରେ କିଛିବର୍ଷ କାର୍ଯ୍ୟ କରିବା ପରେ ଭୂମି ସେହି ପ୍ରଯୋଜନା ସଂସ୍ଥା ସ‌ହ ତିନୋଟି ଚଳଚ୍ଚିତ୍ର ପାଇଁ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ଚୁକ୍ତି କରିଥିଲେ । ୨୦୧୫ ମସିହାରେ ଭୂମି ହିନ୍ଦୀ କଥାଚିତ୍ର ‌ଦମ୍ ଲଗାକେ ହେଇସା‌ରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ଭୂମିଙ୍କ ସ‌ହ ଅଭିନେତା ଆୟୁଷମାନ ଖୁରାନା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଭୂମି ୬୧ତମ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ପୁରସ୍କାର ପାଇଥିଲେ । ଏଥିସ‌ହ ସ୍କ୍ରିନ୍ ଆୱାର୍ଡ଼, ପ୍ରଡୁସର ଗିଲ୍ଡ ଫିଲ୍ମ ଆୱାର୍ଡ଼, ଜି ସିନେ ଆୱାର୍ଡ଼ ଏବଂ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନବାଗତା ପୁରସ୍କାର ପାଇଥିଲେ ।[୩][୪]

ଭୂମି ପେଦନେକର
୨୦୧୬ରେ କି ଆଣ୍ଡ କା ଚଳଚ୍ଚିତ୍ରର ମୁକ୍ତିଲାଭ ବେଳେ ଭୂମି
ଜନ୍ମ (1989-07-18) ୧୮ ଜୁଲାଇ ୧୯୮୯ (ବୟସ ୩୪)[୧][୨]
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୫ – ଏବେଯାଏଁ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଭୂମି ମୁମ୍ବାଇଠାରେ ୧୮ ଜୁଲାଇ ୧୯୮୯ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ମହାରାଷ୍ଟ୍ର ଲୋକ ଏବଂ ମାଆ ହରିଆଣୀ । ସେ ମୁମ୍ବାଇରେ ରହୁଥିଲେ ଏବଂ ଆର୍ଯ୍ୟ ବିଦ୍ୟାମନ୍ଦିର, ଜୁହୁ, ମୁମ୍ବାଇରୁ ତାଙ୍କର ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ ।[୫] ସେ ୟଶ୍‌ରାଜ୍ ଫିଲ୍ମ‌ସ୍ ସ‌ହିତ[୫] ଜଣେ ସ‌ହକାରୀ ନିର୍ଦ୍ଦେଶିକା ଭାବରେ ୬ବର୍ଷ ଧରି କାର୍ଯ୍ୟ କରିଥିଲେ ।[୬]

ଅଭିନୟ ଜୀବନ ସମ୍ପାଦନା

ଭୂମି ୬ବର୍ଷ ଧରି ୟଶ୍‌ରାଜ୍ ଫିଲ୍ମ‌ସ୍‌ରେ ସ‌ହକାରୀ ନିର୍ଦ୍ଦେଶିକା ଭାବରେ କାର୍ଯ୍ୟ କରିବା ପରେ ୟଶ୍‌ରାଜ୍ ଫିଲ୍ମ‌ସ୍‌ରେ ୩ଟି ଚଳଚ୍ଚିତ୍ର କରିବା ପାଇଁ ଚୁକ୍ତି କରିଥିଲେ ।[୭][୮] ଭୂମିଙ୍କର ପ୍ରଥମ ଚଳଚ୍ଚିତ୍ର ଅଭିନେତା ଆୟୁଷମାନ ଖୁରାନାଙ୍କ ସ‌ହ ୨୦୧୫ରେ ମୁକ୍ତିଲାଭ କରିଥିଲା ।ଏହି ଚଳଚ୍ଚିତ୍ରରେ ଭୂମିଅ ଶ୍ରଦ୍ଧା ବର୍ମା ନାମକ ଏକ ମୋଟି ଝିଅ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଭୂମି ୧୨କିଲୋ ଓଜନ ବଢ଼ାଇଥିଲେ ।[୮] ଏହାପରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବା କିଛିଦିନ ପୂର୍ବରୁ ସେ ଓଜନ ହ୍ରାସ କରାଇବା ଆରମ୍ଭ କରିଥିଲେ ।[୬] ସେ ତାଙ୍କର ସେ ମୋଟାପଣକୁ ହଟାଇବା ପରେ ଏକ ଭିନ୍ନ ରୂପରେ ଦର୍ଶକଙ୍କ ଆଗକୁ ପ୍ରଚାର ପାଇଁ ଆସିଥିଲେ । ପ୍ରଯୋଜନା ସଂସ୍ଥାର ନିର୍ଦ୍ଦେଶମତେ ଭୂମି ଚଳଚ୍ଚିତ୍ରର ମୁକ୍ତିଲାଭ ଯାଏଁ ଗଣମାଧ୍ୟମରେ ଆସିନଥିଲେ । ଫଳରେ ଚଳଚ୍ଚିତ୍ରରେ ତାଙ୍କୁ ଏକ ମୋଟି ଝିଅ ଏବଂ ପରେ ପତଳା ରୂପରେ ଦେଖିଲେ ଦର୍ଶକ ଅଧିକ ପସନ୍ଦ କରିବେ ବୋଲି ଯୋଜନା ଥିଲା ।[୭]

ସେହିବର୍ଷ ଭୂମି Y-ଫିଲ୍ମ‌ସ୍‌ର କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଚାରି ଭାଗ ବିଶିଷ୍ଟ ଏହି ଚଳଚ୍ଚିତ୍ରଟି ଲିଙ୍ଗ ଅସମାନତା ଉପରେ ପର୍ଯ୍ୟବସିତ ଥିଲା ଯାହାକି ୟୁ ଟ୍ୟୁବ୍‌ରେ ମୁକ୍ତିଲାଭ କରିଥିଲା ।[୯] ଏହି କ୍ଷୁଦ୍ର ଚଳଚ୍ଚିତ୍ରର ବିଭିନ୍ନ ଭାଗରେ ପରିଣୀତି ଚୋପ୍ରା, କଳ୍କୀ କୋଇଚାଲିନ୍ ଏବଂ ରିଚା ଚଢା ପ୍ରମୁଖ ଅଭିନୟ କରିଥିଲେ ।[୧୦]

ଭୂମିଙ୍କର ଆଗାମୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ସମୀର ଶର୍ମା ଏବଂ ମୁଖ୍ୟ ଭୂମିକାରେ ପୁଣିଥରେ ଆୟୁଷମାନ ଅଭିନୟ କରୁଛନ୍ତି ।[୧୧]

ଅଭିନୀତ କଥାଚିତ୍ର ସମ୍ପାଦନା

  • ୨୦୧୫: ଦମ୍ ଲଗାକେ ହେଇସା
  • ୨୦୧୭: ଟଏଲେଟ୍- ଏକ୍ ପ୍ରେମ୍ କଥା
  • ୨୦୧୭: ଶୁଭ ମଙ୍ଗଳ ସାବଧାନ
  • ୨୦୧୮: ଲଷ୍ଟ ଷ୍ଟୋରିଜ୍
  • ୨୦୧୯: ସୋନ୍‌ଚିରିୟା
  • ୨୦୧୯: ଷାଣ୍ଡ କି ଆଂଖ୍
  • ୨୦୧୯: ବାଲା
  • ୨୦୧୯: ପତି ପତ୍ନୀ ଔର୍ ୱୋ
  • ୨୦୨୦: ଶୁଭ ମଙ୍ଗଲ ଜ୍ୟାଦା ସାବଧାନ
  • ୨୦୨୦: ଭୂତ୍
  • ୨୦୨୦: ଡଲି କିଟ୍ଟି ଔର୍ ୱୋ ଚମକ୍‌ତେ ସୀତାରେ
  • ୨୦୨୦: ଦୁର୍ଗାମତି

ଆଧାର ସମ୍ପାଦନା

  1. Sangghvi, Bhavikk. "Movie prediction for ´Dum Laga Ke Haisha'". Planet Bollywood. Retrieved 30 April 2017.
  2. ୨.୦ ୨.୧ "15 women of courage share their inspiring stories". India Today. 11 June 2015. Retrieved 30 April 2017.
  3. "Filmfare Awards 2016: Ranveer Singh bags Best Actor in leading role for Bajirao Mastani". ibtimes. 16 January 2016.
  4. "Filmfare Awards 2016: Sooraj Pancholi-Bhumi Pednekar Bag Best Newcomer Awards". filmibeat. 16 January 2016.
  5. ୫.୦ ୫.୧ Presenting Dum Laga Ke Haisha’s leading lady Bhumi Pednekar, the slim-fit version, Retrieved 30 April 2017.
  6. ୬.୦ ୬.୧ Lose it’ like Bhumi Pednekar!, Bhumi Pednekar has shared "the fun little things" she did to lose weight.
  7. ୭.୦ ୭.୧ 7 things you don't know about Bhumi Pednekar. 6th is shocking, India Today.
  8. ୮.୦ ୮.୧ My Cinderella Story: Bhumi Pednekar, DNAIndia 7 March 2015.
  9. Basu, Nilanjana (27 September 2015). "Parineeti, Kalki, Richa Show it is So Not a Man's World in Trailer". NDTV. Retrieved 30 April 2017.
  10. "Bollywood celebs bat for gender equality with 'Man's World'". The Indian Express. 26 September 2015. Retrieved 30 April 2017.
  11. Ayushmann Khurrana, Bhumi Pednekar in Anand L Rai's Next Film, Retrieved April 30, 2017

ଅଧିକ ତ‌ଥ୍ୟ ସମ୍ପାଦନା