ଭୀମସେନ ଜୋଶୀ

ଭାରତୀୟ ଗାୟକ

ପଣ୍ଡିତ ଭୀମସେନ ଜୋଶୀ (4 February 1922 – 24 January 2011) କର୍ଣ୍ଣାଟକରେ ଜନ୍ମିତ ଜଣେ ପ୍ରସିଦ୍ଧ ହିନ୍ଦୁସ୍ଥାନୀ ଶୈଳୀର ଶାସ୍ତ୍ରୀୟ ସଂଗୀତ ଗାୟକ । ଖୟାଲୀ ରାଗର ତଥା ଭକ୍ତି ସଂଗୀତ ଗାନ କ୍ଷେତ୍ରରେ ସେ ଜଣେ ପ୍ରମୁଖ ଗାୟକ । ୧୯୯୮ରେ ସେ କଳା, ସଂଗୀତ ଓ ନାଟକ କ୍ଷେତ୍ରରେ ସଂଗୀତ ନାଟକ ଏକାଡେମୀଦ୍ୱାରା ସଂଗୀତ ନାଟକ ଏକାଡେମୀ ଫେଲୋଶିପଦ୍ୱାରା ସମ୍ମାନିତ ହୋଇଥିଲେ ।[] ପରେ ପରେ ୨୦୦୯ ମସିହାରେ ସେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନଦ୍ୱାରା ସମ୍ମାନିତ ହୋଇଥିଲେ ।[]

ଭୀମସେନ ଜୋଶୀ
Kannada: ಭೀಮಸೇನ ಗುರುರಾಜ ಜೋಷಿ
Marathi: भीमसेन गुरुराज जोशी
ଭୀମସେନ ଜୋଶୀ
ଜନ୍ମ(1922-02-04)୪ ଫେବୃଆରୀ ୧୯୨୨
ମୃତ୍ୟୁ୨୪ ଜାନୁଆରୀ ୨୦୧୧(2011-01-24) (ବୟସ ୮୮)
ଜାତୀୟତାIndian
ବୃତ୍ତିଗାୟକ
ସକ୍ରିୟ ବର୍ଷ1941–2000
ବୈବାହିକ-ସାଥୀs
  • Sunanda Katti (married 1944)
  • Vatsala Mudholkar (married 1951)
ସନ୍ତାନ7
ପିତାମାତା
  • Gururaj Joshi (father)
  • Godavaribai Joshi (mother)
ପୁରସ୍କାର

ପ୍ରରମ୍ଭିକ ଜୀବନ

ସମ୍ପାଦନା

ପଣ୍ଡିତ ଭିମସେନ ଗୁରୁରାଜ ଜୋଶୀ କର୍ଣ୍ଣାଟକର ଗଡାଗ ଜିଲ୍ଲାସ୍ଥିତ ରନ ଗ୍ରାମରେ ଏକ ମାଧ୍ୱା ବ୍ରାହ୍ମଣ ପରିବାରରେ ୪ ଫେବୃଆରୀ ୧୯୨୨ ମସିହାରେ ଜନ୍ମଗ୍ରହଣ କରିଥିଲେ ।[] ପିତା ଥିଲେ ଗୁରୁରାଜ ଜୋଶୀ (କନ୍ନଡ-ଇଂରାଜୀ ଅଭିଧାନର ଲେଖକ) ଏବମ୍ ମାତା ଥିଲେ ଗୋଦାବରୀବାଇ । [] ପରିବାରରେ ୧୬ ଜଣ ଭାଇଭଉଣୀଙ୍କ ମଧ୍ୟରେ ଭିମସେନ ଥିଲେ ଜ୍ୟେଷ୍ଠ ସନ୍ତାନ । ଅତି ଛୋଟ ବୟସରୁ ହିଁ ସେ ମାଆଙ୍କୁ ହରାଇ ସାବତ ମାଆଙ୍କଦ୍ୱାରା ପ୍ରତିପାଳିତ ହୋଇଥିଲେ ।[]

ଶିଶୁ ବୟସରୁ ହିଁ ଭିମସେନଙ୍କର ସଂଗୀତ ତଥା ହାରମୋନିୟମ ତଥା ତାନପୁରା ଭଳି ବାଦ୍ୟଯନ୍ତ୍ର ପ୍ରତି ଅତ୍ୟନ୍ତ ଦୁର୍ବଳତା ରହିଥିଲା । [] ସଂଗିତ ମୋହରେ ଶିଶୁଟି ଅନେକ ସମୟରେ ସଂଗୀତ ଦଳର ପଛେ ପଛେ ଚାଲି ଚାଲି ବହୁ ଦୂର ଯାଉଥିଲା । ଅନେକ ସମୟରେ ଚାଲି ଚାଲି ଅବଶ ହୋଇପଡିଲେ ଯେ କୌଣସି ସ୍ଥାନରେ ଶୋଇପଡୁଥିଲା । ଫଳରେ ପିତାମାତା ଶିଶୁଟିକୁ ଖୋଜି ଖୋଜି ବ୍ୟସ୍ତ ହୋଇପଡୁଥିଲେ । ଅନେକ ଥର ଏପରି ହେବାପରେ ପିତା ଅନ୍ୟ ଉପାୟ ନ ପାଇ ଶେଷରେ ଶିଶୁଟିର ସାର୍ଟରେ "ଯୋଶୀ ଶିକ୍ଷକଙ୍କ ପୁଅ " ବୋଲି ଲେଖି ଦେଇଥିଲେ । ଫଳରେ ଗାଁ ଲୋକେ ପିଲାଟିକୁ ଶୋଇବା ଅବସ୍ଥାରେ ଦେଖିଲେ ବାପା ମାଅଙ୍କ ପାଖେ ଛାଡିଦେଉଥିଲେ ।.[]

ସଂଗୀତ ସାଧନା

ସମ୍ପାଦନା

ତାଙ୍କର ପ୍ରଥମ ସଂଗୀତ ଶିକ୍ଷକ ଥିଲେ କୁର୍ତ୍ତାକୋଟିର ଚାନ୍ନାପ୍ପା । ତାଙ୍କଠାରୁ ରାଗ ଭୈରବ ଏବଂ ରାଗ ଭୀମପାଲାସୀ ଶିଖିବା ପରେ ଭୀମସେନ ଯୋଶୀ ପଣ୍ଡିତ ଶ୍ୟାମାଚାର୍ଯ୍ୟ ଯୋଶୀଙ୍କ ନିକଟକୁ ଯାଇଥିଲେ, ଯିଏ ବାଗାଲକୋଟରୁ ଆସିଥିଲେ ଏବଂ ସେ ଏକ ପୁରୋହିତ ତଥା ଶାସ୍ତ୍ରୀୟ ଗାୟକ ଥିଲେ । ପଣ୍ଡିତ ଶ୍ୟାମାଚାର୍ଯ୍ୟ ତାଙ୍କୁ ହରମୋନିୟମ ବଜାଇବା ସହିତ ଗୀତ ଗାଇବା ଶିଖାଇଥିଲେ । ଶ୍ରୀ ଶାମାଚାର୍ଯ୍ୟ ଯୋଶୀ ମହାନ ହରିଦାସ ଶ୍ରୀ ମହିପତୀ ଦାସାରୁଙ୍କ ବଂଶଧର ଥିଲେ । ଶ୍ରୀ ଶ୍ୟାମାଚାର୍ଯ୍ୟ ଯୋଶୀ ନିଜେ ଜୀବିତ ଥିବାବେଳେ ନିଜେ ପ୍ରକାଶ କରିଥିଲେ ଯେ, ଏକ ଘଟଣା ଭୀମସେନ ଯୋଶୀଙ୍କ ଜୀବନରେ ମୋଡ଼ ବଦଳାଇ ଦେଇଥିଲା । ଶ୍ରୀ ଶ୍ୟାମାଚାର୍ଯ୍ୟ ଯୋଶୀ ତାଙ୍କ ଗୀତଗୁଡ଼ିକୁ ରେକର୍ଡିଂ କରିବା ପାଇଁ ବମ୍ବେ ଯାଇଥିଲେ ଯେଉଁଠାରେ ଶ୍ରୀ ଭୀମସେନ ଯୋଶୀ ମଧ୍ୟ ତାଙ୍କ ସହିତ ଯାଇଥିଲେ ଏବଂ ଅସୁସ୍ଥତା କାରଣରୁ ଶ୍ରୀ ଶ୍ୟାମାଚାର୍ଯ୍ୟ ଯୋଶୀ କିଛି ଗୀତ ରେକର୍ଡିଂ କରିବା ପରେ ବାଗାଲକୋଟକୁ ଫେରିଥିଲେ ଏବଂ ଶ୍ରୀ ଭୀମସେନ୍ ଯୋଶୀଙ୍କୁ ବାକି ଗୀତଗୁଡିକ ସଂପୂର୍ଣ୍ଣ କରିବାକୁ କହିଥିଲେ, ଯାହା ଶ୍ରୀ ଭୀମସେନ୍ ଯୋଶୀ କରିଥିଲେ ଏବଂ ଏହା ତାଙ୍କ ବୃତ୍ତିଗତ ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରୀ ଭୀମସେନ୍ ଯୋଶୀଙ୍କ ପାଇଁ ଏକ ବଡ଼ ସଫଳତା ବୋଲି ପ୍ରମାଣିତ ହୋଇଥିଲା ।

ବ୍ୟକ୍ତିଗତ ଜୀବନ

ସମ୍ପାଦନା
  1. "SNA: List of Sangeet Natak Academi Ratna Puraskarwinners (Akademi Fellows)". Official website. Archived from the original on 4 March 2016.
  2. "Bharat Ratna for Vocalist Pandit Bhimsen Joshi". Rediff. Archived from the original on 14 February 2009. Retrieved 21 February 2009.
  3. "The Dharwad Gharana: Hindustani music's southern home". THE NEWS MINUTE.
  4. Fox, Margalit (5 February 2011). "Pandit Bhimsen Joshi Dies at 88; Indian Classical Singer". The New York Times.
  5. Nadkarni, Mohan (1994). Bhimsen Joshi : A Biography. Indus Publishing. ISBN 8172231261.
  6. "Biography – Bhimsen Joshi". Hindi Lyrics. Archived from the original on 12 June 2018. Retrieved 27 August 2018.
  7. Pattanashetti, Girish (25 January 2011). "Ron was his home and his heart". The Hindu. Chennai, India. Retrieved 28 February 2014.