ଭିସ୍ତାରା - ଟାଟା ଏସ.ଆଇ.ଏ. ପ୍ରାଇଭେଟ ଲିମିଟେଡ଼ର ଭାରତୀୟ ଘରୋଇ ଏୟାରଲାଇନ ଅଟେ ଯାହାର ମୁଖ୍ୟ କାର୍ଯ୍ୟାଳୟ ଗୁଡ଼ଗାଓଁ, ହରିୟାଣାରେ ତଥା ମୁଖ୍ୟ ଆଧାର କେନ୍ଦ୍ର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ, ଦିଲ୍ଲୀରେ ରହିଛି । ଟାଟା ସନ ଏବଂ ସିଙ୍ଗାପୁର ଏୟାରଲାଇନ ଦିଲ୍ଲୀ ଏବଂ ମୁମ୍ବାଇର ମଧ୍ୟରେ ନିଜର ପ୍ରଥମ ଉଡାଣ ସହିତ 1 ଜାନୁଆରୀ 2015 ମସିହାରେ ନିଜର ସେବା ଆରମ୍ଭ କରିଥିଲା। ଜୁନ 2016 ମାସ ଶେଷ ଆଡ଼କୁ ପାଖାପାଖି 20 ଲକ୍ଷ ଲୋକ ଏହାଦ୍ୱାରା ଉଡାଣ ସେବା ପ୍ରାପ୍ତ କରିଥିଲେ ଏବଂ ଏପ୍ରିଲ 2016 ପର୍ଯ୍ୟନ୍ତ ଭାରତୀୟ ଘରୋଇ ବୀମାନ ମାର୍କେଟରେ ଏହାର ଅଂଶୀଦାର 2.3 ପ୍ରତିଶତ ପର୍ଯ୍ୟନ୍ତ ହୋଇଯାଇଥିଲା । ବର୍ତ୍ତମାନ ଏହି ଏୟାରଲାଇନ ନିଜ ଏୟାର ବସ A320 ବୀମାନ ସହିତ ପାଖାପାଖି 18 ଗନ୍ତବ୍ୟ ପାଇଁ ଉଡାଣ ଭରିଛି । ଭିସ୍ତାରା ଭାରତରେ ଘରୋଇ ଉଡାଣ ସେବା ପାଇଁ ପ୍ରିମୀୟମ ଇକୋନୋମୀ ସିଟ ପ୍ରଦାନ କରୁଥିବା ପ୍ରଥମ ଏୟାରଲାଇନ ଅଟେ । [୨]

ଭିସ୍ତାରା
IATA
ୟୁକେ
ICAO
ଭିଟିଆଇ
Callsign
ଭିସ୍ତାରା
Founded2013
Commenced operations9 ଜାନୁଆରୀ 2015 (2015-01-09)
Hubsଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ
Frequent-flyer programClub Vistara
Fleet size13
Destinations18
Company sloganFly the new feeling
Parent companyଟାଟା ସନ୍ସ
HeadquartersLevel 10, One Horizon Center, Golf Course Rd, Gurgaon
Key peopleଭାଷ୍କର ଭାଟ୍ଟ (ଚେୟାର ମ୍ୟାନ)
ଲେସଲି ଥାଙ୍ଗ (ଛିଫ ଏକ୍ସୁକେଟିଭ ଅଫିସର, ସିଇଓ)
Employees୯୦୦ (ମାର୍ଚ୍ଚ ୨୦୧୬)[୧]
Websitewww.airvistara.com

ଟାଟା ସନ ଏବଂ ସିଙ୍ଗାପୁର ଏୟାରଲାଇନ ମଧ୍ୟରେ ସଂଯୁକ୍ତ ଉଦ୍ୟମ ଯୁକ୍ତ ଏକ ଭାରତୀୟ ଏୟାରଲାଇନର ପରିଚାଲନ ପାଇଁ 1990 ଦଶକରେ ହିଁ ପ୍ରୟାସ ଆରମ୍ଭ ହୋଇଥିଲା ପରନ୍ତୁ ବୀମାନ ଯାତାୟତ ନିୟମକର ମଞ୍ଜୁରୀ ମିଳି ନ ପାରିବାରୁ ଏହି ଉପକ୍ରମ ପାଖାପାଖି ଦୁଇ ଦଶକ ପରେ 2013 ମସିହାରେ ଆରମ୍ଭ ହୋଇ ପାରିଲା । [୩] 2012 ମସିହାରେ ଉଡାଣ କ୍ଷେତ୍ରରେ 41 ପ୍ରତିଶତ ବିଦେଶୀ ଭାଗିଦାରୀର ଅନୁମତି ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କ ନିର୍ଣ୍ଣୟ ପରେ ଦୁଇଟିଯାକ କମ୍ପାନୀ ଭାରତରେ ସଂଯୁକ୍ତ ଉଦ୍ୟମର ଗଠନକୁ ଅନ୍ତିମ ସ୍ୱରୂପ ପ୍ରଦାନ କରିଥିଲେ । ଏହାର ପରିଣାମ ସ୍ୱରୂପ ଟାଟା ଏସ.ଆଇ.ଏ ଏୟାରଲାଇନ ଲିମିଟେଡ଼ ସ୍ୱାମୀତ୍ୱରେ ଏକ ପ୍ରିମୀୟମ ସମ୍ପୂର୍ଣ୍ଣ ସର୍ଭିସ ଏୟାରଲାଇନ ଲଞ୍ଚ କରିବାର ନିର୍ଣ୍ଣୟ ନିଆଗଲା ଯାହା ଭାରତର ବଜେଟ ଏୟାରଲାଇନର ବୀମାନ କ୍ଷେତ୍ରରେ ଉଚ୍ଚ ବର୍ଗ ପାଇଁ ନିର୍ଦ୍ଧିଷ୍ଟ ସେବା ପ୍ରଦାନ କରିପାରନ୍ତୁ।

ଅକ୍ଟୋବର 2013 ମସିହାରେ ଭାରତର ଫରେନ ଇନଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡ , ଏସ.ଆଇ.ଏକୁ ଏହି ଏୟାରଲାଇନରେ 49 ପ୍ରତିଶତ ଭାଗିଦାରୀ ହେବାର ଅନୁମତି ଦେଇଥିଲେ । ଏହାପରେ ଦୁଇ ମୂଳ କମ୍ପାନୀ ଏହି ଉପକ୍ରମରେ 100 ମିଲିୟନ ଡ଼ଲାରର ଆରମ୍ଭିକ ନିବେଶ କରିବାର ନିର୍ଣ୍ଣୟ କରିଥିଲା ଏବଂ ଟାଟା ସନ ତଥା ସିଙ୍ଗାପୁର ଏୟାରଲାଇନ କ୍ରମଶଃ 51% ଏବଂ 49%ର ଅଂଶୀଦାର ପ୍ରାପ୍ତ କରିଥିଲା । ଏହି ଟାଟା ସନର ଭାରତୀୟ ବୀମାନ ଜଗତରେ ଦ୍ୱିତୀୟ ପାଳିର ଆରମ୍ଭ ଥିଲା ଏବଂ ଏହାର ଏୟାର ଏସିଆ ଇଣ୍ଡିଆରେ ମଧ୍ୟ ଭାଗିଦାର ଥିଲା । କମ୍ପାନୀର ବୀମାନ କ୍ଷେତ୍ରରେ ପ୍ରଥମ ପାଳି1930 ମସିହାରେ ଟାଟା ଏୟାରଲାଇନର ସ୍ଥାପନା ସହିତ ହୋଇଥିଲା ଯାହା ରାଷ୍ଟ୍ରୀୟକରଣ ପରେ ଏୟାର ଇଣ୍ଡିଆର ନାମ ସହିତ ଜଣାଯାଏ ।[୪]

କମ୍ପାନୀ 11 ଅଗଷ୍ଟ 2014 ମସିହାରେ ଭିସ୍ତାରା ବ୍ରାଣ୍ଡକୁ ଲଞ୍ଚ କରିଥିଲା । ଏହି ନାମ ସଂସ୍କୃତର "ବିସ୍ତ୍ରୁତ" ଶବ୍ଦରୁ ପ୍ରେରିତ ହୋଇଛି ଯାହାର ଅର୍ଥ ହେଉଛି "ଅସୀମିତ କ୍ଷେତ୍ର" ଅଟେ । ଭିସ୍ତାରା 15 ଡିସେମ୍ବର 2014 ଡ଼ାଇରେକ୍ଟରେଟ ଜେନେରାଲ ଅଫ ସିଭିଲ ଏବିୟେସନରୁ ଏୟାର ଅପରେଟର ସାର୍ଟିଫିକେଟ ପ୍ରାପ୍ତ କରିଥିଲା ଏବଂ 9 ଜାନୁଆରୀ 2015ରୁ ନିଜ ସେବା ଆରମ୍ଭ କରିଥିଲା । ଏହି ଏୟାରଲାଇନ ମୁମ୍ବାଇର ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଟର୍ମିନାଲ 2ରୁ ସେବା ପ୍ରଦାନ କରୁଥିବା ପ୍ରଥମ ଭାରତୀୟ ଏୟାରଲାଇନ ଥିଲା । 24 ଅଗଷ୍ଟ 2015 ମସିହାରୁ ଭିସ୍ତାରା ଏବିୟେସନ ସିକ୍ୟୁରୀଟି ଟ୍ରେନିଂ ଇନଷ୍ଟିଚ୍ୟୁଟର ସ୍ଥାପନ କରିଥିଲା ଯେଉଁଠାରେ ସେ ନିଜର କାକପିଟ ଓ କ୍ୟାବିନ କ୍ର୍ୟୁ ସିକ୍ୟୁରୀଟି ଷ୍ଟାଫ ଏବଂ ବୀମାନ ଜଗତରେ ଯୋଡି ହୋଇଥିବା ଅନ୍ୟ ସେବା ଗୁଡିକର ପ୍ରଶିକ୍ଷଣ ପ୍ରଦାନ କରିଥାଏ । ଏହାକୁ ବ୍ୟୁରୋ ଅଫ ସିଭିଲ ଏବିୟେଶନ ସିକ୍ୟୁରୀଟିଦ୍ୱାରା ସମସ୍ତ ପ୍ରକାର ଆବଶ୍ୟକୀୟ ମାନ୍ୟତା ମିଳିପାରିଛି । ନିଜ ସେବାର ପ୍ରଥମ ମାସରୁ ହିଁ ଭିସ୍ତାରା 90%ର ଅନ ଟାଇମ ପ୍ରଦର୍ଶନ ହାସିଲ କରିଥିଲା ଯାହା ସମସ୍ତ ଭାରତୀୟ ବୀମାନ ସେବାଗୁଡ଼ିକଠାରୁ ଅଧିକ ଅଟେ ।

କମ୍ପାନୀ ସମ୍ବନ୍ଧୀୟ ସମ୍ପାଦନା

୧୫ ଏପ୍ରିଲରେ ଭିସ୍ତାରା ମିଷ୍ଟର ଫି ଟେକ ଏଓକୁ ଚୀଫ ଏକ୍ଜୁକେଟିଭ ଅଫିସର ଏବଂ ମିଷ୍ଟର ଗୀୟାଁ ମିଗ ଟୋଙ୍କୁ ଚୀଫ କମର୍ଷୀୟାଲ ଅଫିସର ରୂପେ ନିଯୁକ୍ତ କରିଥିଲେ ।[୫] ମାର୍ଚ୍ଚ ୨୦୧୫ ମସିହାରେ ଭିସ୍ତାରା ନିଜର ନୂତନ ମୁଖ୍ୟ କାର୍ଯ୍ୟାଳୟ ଦି ୱାନ ହରାଇଜନ ସେଣ୍ଟର ଟାୱାର ସେକ୍ଟର ୪୩, ଗୁଡଗାଓଁକୁ ସ୍ଥାନାନ୍ତରିତ କରିଦେଲା ।

ବୀମାନ ଦଳ ସମ୍ପାଦନା

ଅକ୍ଟୋବର ୨୦୧୬ ମସିହାରେ ଭିସ୍ତାରାର ବେଡାରେ ୧୩ଟି ଏୟାର ବସ A୩୨୦-୨୦୦ ବୀମାନ ସାମିଲ ଥିଲା ।[୬] ଏହି ବୀମାନ ଜୁନ ୨୦୧୮ ପର୍ଯ୍ୟନ୍ତ ଏହାର ବେଡାରେ ସାମିଲ କରାଯିବ ।

ସେପ୍ଟେମ୍ବର ୨୦୧୯ ମସିହାରେ, ଭିସ୍ତାରାର ବେଡାରେ ନିମ୍ନଲିଖିତ ବୀମାନ ରହିଛି :[୭][୮][୯]

ଭିସ୍ତାରା ବେଡା
Aircraft In service Orders Passenger Notes
J S Y Total
ଏୟାର ବସ A୩୨୦-୨୦୦ ୧୩ ୨୪ ୧୨୬ ୧୫୮
ଏୟାର ବସ A୩୨୦ ନିଓ ୫୦ ୨୪ ୧୨୬ ୧୫୮ ଏକ ବୀମାନ ପୂର୍ଣ୍ଣ ଅର୍ଥ ବ୍ୟବସ୍ଥା ଏବଂ କ୍ୟାବିନ ବିନ୍ୟାସ ଅଟେ
ଏୟାର ବସ A୩୨୧ ନିଓ [୧୦] ଟିବିଏ
ବୋଇଙ୍ଗ ୭୩୭-୮୦୦ [୧୧] 5[୧୨] ୧୨ ୧୫୬ ୧୬୮ ପୂର୍ବ ଜେଟ ଏୟାରୱେ ବୀମାନ[୧୩]
ବୋଇଙ୍ଗ ୭୮୭-୯ [୧୪] ଟିବିଏ ୨୦୨୦ରେ ପହଞ୍ଚିବ[୧୪][୧୫][୧୬]
ମୋଟ ୩୧ ୬୭

ଆଧାର ସମ୍ପାଦନା

  1. "New way to fly: Vistara chief shakes up India's domestic travel". The Straits Times. 26 March 2016. Retrieved 26 March 2016.
  2. "Vistara Airlines". cleartrip.com. Retrieved 13 January 2017.
  3. "Airline Information: Air Vistara (Ch-aviation)". Ch-aviation. Retrieved 28 August 2015. {{cite web}}: Cite has empty unknown parameter: |1= (help)
  4. "SIA partners Tata group to set up new airline in India". The Straits Times. 19 September 2014. Retrieved 4 March 2015.
  5. "Vistara poaches key men from IndiGo, JetLite". Hindustan Times. 8 September 2014. Archived from the original on 4 January 2015. Retrieved 6 September 2015.
  6. "Vistara Fleet Information". TATA SIA Airlines Limited. Archived from the original on 27 April 2016. Retrieved 16 April 2016.
  7. "Global Airline Guide 2019 (Part One)". Airliner World (October 2019): 16.
  8. Dron, Alan (6 April 2018). "India's Vistara prepares for international services". Air Transport World. Archived from the original on 18 April 2018.
  9. "Airbus orders and deliveries". Airbus. April 2019. Archived from the original on 8 May 2019. Retrieved 12 August 2019.
  10. "India's Vistara to add maiden A321neo in 2020". ch-aviation (in ଇଂରାଜୀ). Retrieved 2018-11-28.
  11. "Vistara adds Udaipur and Jodhpur to its domestic network". businesstraveller. Retrieved 2019-09-11.
  12. "India's Vistara launches B737-800 ops". ch-aviation. Retrieved 2019-06-08.
  13. "ଆର୍କାଇଭ୍ କପି". Archived from the original on 2019-05-24. Retrieved 2019-10-16. {{cite web}}: Cite has empty unknown parameter: |1= (help)
  14. ୧୪.୦ ୧୪.୧ Aditi Shah, Jamie Freed (2018-07-11). "Vistara orders Boeing, Airbus jets worth $3.1 billion in growth plan". in.reuters.com. Archived from the original on 2023-02-16. Retrieved 2018-07-12.
  15. Bureau, BW Online. "Vistara To Buy 19 Airbus, Boeing Planes Worth $3.1 Billion". BW Businessworld (in ଇଂରାଜୀ). Retrieved 2018-07-12.
  16. Freed, Jamie. "Singapore Airlines-backed Vistara bets on upmarket model in frugal..." IN (in Indian English). Archived from the original on 2018-11-05. Retrieved 2018-11-04.