ଭାରତୀୟ ସଶସ୍ତ୍ର ସେନା
ଭାରତ ସରକାର ଭାରତ ତଥା ଏହାର ପ୍ରତ୍ୟେକ ଭାଗର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉତ୍ତରଦାୟୀ ଅଟନ୍ତି । ଭାରତୀୟ ଶସ୍ତ୍ର ସେନାମାନଙ୍କ ସର୍ବୋଚ୍ଚ କମାଣ୍ଡ ଭାରତର ରାଷ୍ଟ୍ରପତିଙ୍କ ପାଖେ ଅଛନ୍ତି । ରାଷ୍ଟ୍ରର ରକ୍ଷା କରିବାର ଦାଇତ୍ୱ ମନ୍ତ୍ରୀମଣ୍ଡଳ ମାନଙ୍କ ପାଖେ ରହିଥାଏ । ଏହାର ନିର୍ବାହନ ରକ୍ଷା ମନ୍ତ୍ରାଳୟଙ୍କ ପାଖେ କରାଯାଏ, ଯିଏ ସଶସ୍ତ୍ରମାନଙ୍କୁ ଦେଶର ରକ୍ଷା ସମ୍ବନ୍ଧରେ ତାଙ୍କର ଦାଇତ୍ୱ ନିର୍ବାହନ କରିବା ପାଇଁ ନୀତିଗତ ରୂପରେଖ ଏବଂ ଆବଶ୍ୟକୀୟ ସୂଚନା ପ୍ରଦାନ କରିଥାଏ । ଭାରତୀୟ ଶସ୍ତ୍ର ସେନାରେ ତିନୋଟି ପ୍ରଭାଗ ରହିଛି - ଭାରତୀୟ ଜଳସେନା, ଭାରତୀୟ ସ୍ଥଳସେନା, ଭାରତୀୟ ବାୟୁସେନା ଏବଂ ଏହାର ଅତିରିକ୍ତ, ଭାରତୀୟ ସଶସ୍ତ୍ର ବଳ, ଭାରତୀୟ ତଟରକ୍ଷକ ବଳ ଏବଂ ଅର୍ଧସୈନିକ ସଂଗଠନ [୧](ଅସମ ରାଇଫଲ୍ସ ଏବଂ ସ୍ପେଶାଲ ଫ୍ରଣ୍ଟିୟର ଫୋର୍ସ) ଏବଂ ବିଭିନ୍ନ ଅନ୍ତର ସେବା ଆଦେଶ ଓ ସଂସ୍ଥାନରେ ଏହି ପ୍ରକାରର ସାମରିକ ବଳ କମାଣ୍ଡ ଆଣ୍ଡାମାନ-ନିକୋବର କମାଣ୍ଡ ଏବଂ ସମନ୍ୱିତ ରୂପରେ ଦିଫେନ୍ସ ଷ୍ଟାଫ ସମର୍ଥନ କରୁଛନ୍ତି । ଭାରତର ରାଷ୍ଟ୍ରପତି ଭାରତୀୟ ସଶସ୍ତ୍ର ମାନଙ୍କ ସର୍ବୋଚ୍ଚ କମାଣ୍ଡର ଅଟନ୍ତି । ୧୪ଲକ୍ଷରୁ ଅଧିକ ସକ୍ରିୟ କର୍ମୀମାନଙ୍କ ବଳ ସହିତ,[୨] ଏହା ଦୁନିଆର ସବୁଠାରୁ ବଡ଼ ତିନୋଟି ସୈନ୍ୟ ବଳ ଅଟେ ଏବଂ ଦୁନିଆର ସବୁଠାରୁ ବଡ଼ ସ୍ୱୟଂ ସେବକ ସେନା ଅଟେ ।[୩] ଅନ୍ୟ ବହୁ ସ୍ୱତନ୍ତ୍ର ଏବଂ ଆନୁସଙ୍ଗିକ ସେନା ସେବକ - ଭାରତୀୟ ସୀମା ସୁରକ୍ଷା ବଳ, ଅସମ ରାଇଫଲ୍ସ, ରାଷ୍ଟ୍ରୀୟ ରାଇଫଲ୍ସ, ଭାରତୀୟ ତିବତ୍ତ ସୀମା ପୋଲିସ ଇତ୍ୟାଦି ।
ଭାରତୀୟ ସେନାମାନଙ୍କ ପ୍ରମୁଖ କମାଣ୍ଡର "ଭାରତର ରାଷ୍ଟ୍ରପତି" ଶ୍ରୀ ପ୍ରଣବ ମୁଖାର୍ଜୀ ଅଟନ୍ତି । ସେ ଦୁନିଆର ସବୁଠାରୁ ବଡ଼ ଏବଂ ପ୍ରମୁଖ ସେନା ମାନଙ୍କ ମଧ୍ୟରୁ ଜଣେ । ସଂଖ୍ୟା ଦୃଷ୍ଟିରେ "ଭାରତୀୟ ସ୍ଥଳ ସେନା"ର ଯବାନ ମାନଙ୍କ ସଂଖ୍ୟା ଦୁନିଆରେ ଚୀନ ପରେ ସବୁଠାରୁ ଅଧିକ ଅଟେ । ଯେବେଠାରୁ ଭାରତୀୟ ସେନା ମାନଙ୍କ ଗଠନ ହୋଇଛି, ଭାରତ ଦୁଇ ବିଶ୍ୱଯୁଦ୍ଧରେ ଭାଗ ନେଇଛି । ଭାରତର ଆଜାଦି ପରେ ଭାରତୀୟ ସେନା ପାକିସ୍ତାନ ବିପକ୍ଷରେ ତିନୋଟି ଯୁଦ୍ଧ ଜିତିଛନ୍ତି (୧୯୪୮, ୧୯୬୫, ତଥା ୧୯୭୧) ତଥା ଚୀନଠାରୁ ୧୯୬୨ ମସିହାରେ ଗୋଟିଏ ଥର ହାରିଥିଲେ । ୧୯୯୯ ମସିହାରେ ଏହା ଛଡା ଏକ ଛୋଟ ଯୁଦ୍ଧ (କାର୍ଗିଲ ଯୁଦ୍ଧ) ପାକିସ୍ତାନ ସହିତ ଆଉଥରେ ଲଢାଗଲା , ଯାହାପରେ ପାକିସ୍ତାନରେ "ନବାଜ ଶରୀଫ"ର ନାମ ଓଲଟି ଯାଇ "ପରବେଜ ମୁଶରଫ" ସତ୍ତାସିନ ହୋଇଥିଲା ।
ଭାରତୀୟ ସେନା "ପରମାଣୁ ଅସ୍ତ୍ର"ରୁ ବଡ଼ ଅଟନ୍ତି ଏବଂ ସେମାନଙ୍କ ପାଖେ ଉଚିତ ମିସାଇଲ ଟେକନିକ ମଧ୍ୟ ଉପଲବ୍ଧ ରହିଛି ।
ଭାରତୀୟ ସେନାଙ୍କ ତରଫରୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ "ପରମବୀର ଚକ୍ର" ଅଟେ ।
ସେନା ମାନଙ୍କ ବ୍ୟୟ
ସମ୍ପାଦନାବିତ ବର୍ଷ ୨୦୧୪ - ୨୦୧୫ ମସିହାରେ କେନ୍ଦ୍ରୀୟ ଅନ୍ତରୀମ ବଜେଟରେ ରକ୍ଷା ଆବଣ୍ଟନରେ ୧୦ ପ୍ରତିଶତ ବଢ଼ାଇ ୨୨୪,୦୦୦ କୋଟି ଟଙ୍କା ଆବଣ୍ଟନ କରାଗଲା । ୨୦୧୩ - ୨୦୧୪ ବଜେଟରେ ଏହି ରାଶି ୨୦୩,୬୭୨ ଟଙ୍କା ଥିଲା । [୧] ୨୦୧୨ - ୨୦୧୩ରେ ରକ୍ଷା ସେବକଙ୍କ ପାଇଁ ୧,୯୩,୪୦୭ କୋଟି ଟଙ୍କା2012-13 [୨]ର ପ୍ରବନ୍ଧନ କରାଯାଇଥିଲା , ଯେତେବେଳେ କି ୨୦୧୧ - ୨୦୧୨ ମସିହାରେ ଏହି ରାଶି ୧,୬୪,୪୧୫ କୋଟି[୩] ଥିଲା ।
ବିତ୍ତ ବର୍ଷ | 2008-2009 | 2009-2010 | 2011-2012 | 2012-2013 | 2013-2014 | 2014-2015 | 2015-2016 | 2016-2017 | 2017-2018 |
---|---|---|---|---|---|---|---|---|---|
ବଜେଟ (କୋଟି ଟଙ୍କା}) | 1,05,600[୩] | 1,41,703[୩] | 1,64,415[୩] | 1,93,407[୨] | 2,03,672[୧] | 2,24,000[୧] | 2,46,727 [୪] Archived 2017-02-19 at the Wayback Machine. | 2,58,000 [୫] | 2,47,114 [୬] |
ରକ୍ଷା ଉତ୍ପାଦନର ଅଧୁନିକି କରଣରେ ୨୦୦୭ - ୨୦୦୮ ମସିହାରେ ୯୪୪.୯୫ କୋଟି ଖର୍ଚ୍ଚ କରାଗଲା ଯାହା ବଢ଼ି ୨୦୦୮ - ୨୦୦୯ ମସିହାରେ ୧୩୭୦.୯୯ ତଥା ୨୦୦୯ - ୨୦୧୦ ମସିହାରେ ୧୨୪୩.୪୭ କୋଟି ହୋଇଗଲା ।[୩]
ଭାରତୀୟ ସେନା ମାନଙ୍କ ଶାଖା
ସମ୍ପାଦନା- ଭାରତୀୟ ସ୍ଥଳସେନା
- ଭାରତୀୟ ବାୟୁସେନା
- ଭାରତୀୟ ଜଳସେନା
- ନାଭିକୀୟ କମାଣ୍ଡ ପ୍ରାଧିକରଣ (ଭାରତ) (Nuclear Command Authority)
ବାହାର ଆଧାର
ସମ୍ପାଦନା- ଭାରତୀୟ ସୈନ୍ୟ ଶକ୍ତି (ଗୁଗୁଲ ପୁସ୍ତକ, ଲେଖକ - ଦିନକର କୁମାର, ଜେନେରାଲ ବି.ପି ମଲ୍ଲିକ)
- ଭାରତୀୟ ସେନାଙ୍କ ଗୌରବ ଶାଳୀ ଇତିହାସ (By Ian Cardozo)
- ଭାରତୀୟ ରକ୍ଷକ - ଭାରତୀୟ ସେନାଙ୍କ ସମସ୍ତ ଅଙ୍ଗର ଅଧିକାରୀକ ଜାଲର ମୁଖପୃଷ୍ଠ
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "ରକ୍ଷା ଆବଣ୍ଟନ 10 ପ୍ରତିଶତ ବଢଗଲା". ପତ୍ର ସୂଚନା କାର୍ଯ୍ୟାଳୟ, ଭାରତ ସରକାର. 17 ଫେବୃୟାରୀ 2014. Retrieved 18 ଫେବୃୟାରୀ 2014.
{{cite web}}
: Check date values in:|accessdate=
and|date=
(help) - ↑ ୨.୦ ୨.୧ "ରକ୍ଷା ସେବକ ମାନଙ୍କ ପାଇଁ ପ୍ରବନ୍ଧନ". ପତ୍ରସୂଚନା କାର୍ଯ୍ୟାଳୟ, ଭାରତ ସରକାର. 16 ମାର୍ଚ୍ଚ 2012. Retrieved 18 ଫେବୃୟାରୀ 2014.
{{cite web}}
: Check date values in:|accessdate=
(help) - ↑ ୩.୦ ୩.୧ ୩.୨ ୩.୩ ୩.୪ "Defence Budget". ପତ୍ରସୂଚନା କାର୍ଯ୍ୟାଳୟ, ଭାରତ ସରକାର. 7 ମାର୍ଚ୍ଚ 2011. Retrieved 18 ଫେବୃୟାରୀ 2014.
{{cite web}}
: Check date values in:|accessdate=
(help)