ଭାନୁଚରଣ ନାଏକ

ଓଡ଼ିଆ ରାଜନୀତିଜ୍ଞ
(ଭାନୁଚରଣ ନାୟକରୁ ଲେଉଟି ଆସିଛି)

ଭାନୁଚରଣ ନାଏକ (୨ ଅପ୍ରେଲ ୧୯୪୬ - ୧୨ ଡିସେମ୍ବର ୨୦୧୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଭାନୁଚରଣ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଭାନୁଚରଣ ନାଏକ
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀଶମ୍ଭୁନାଥ ନାଏକ
ପର ଅଧିକାରୀଶମ୍ଭୁନାଥ ନାଏକ
ନିର୍ବାଚନ ମଣ୍ଡଳୀଜଶୀପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1946-04-02)ଅପ୍ରେଲ ୨, ୧୯୪୬
ମୃତ୍ୟୁ୧୨ ଡିସେମ୍ବର ୨୦୧୬(2016-12-12) (ବୟସ ୭୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀଗୁରୁବାରୀ ନାଏକ
ବାପା/ବୋଉକାର୍ତ୍ତିକ ନାଏକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଭାନୁଚରଣ ନାଏକ ୧୯୪୬ ମସିହାର ଅପ୍ରେଲ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାର୍ତ୍ତିକ ନାଏକ ଏବଂ ତାଙ୍କ ପତ୍ନୀଙ୍କ ନାମ ଗୁରୁବାରୀ ନାଏକ ।[୧] ଭାନୁଚରଣଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ ।[୧]

ରାଜନୈତିକ ଜୀବନ ସମ୍ପାଦନା

ଭାନୁଚରଣ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଭାନୁଚରଣ ୨୦୧୬ ମସିହାର ଡିସେମ୍ବର ମାସ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Shri Bhanu Charan Naik". odishaassembly.nic.in. Odisha Assembly. Retrieved 10 October 2019.