ଭକ୍ତି ବାରଭେ
ଭକ୍ତି ବାରଭେ (୧୦ ସେପ୍ଟେମ୍ବର ୧୯୪୮ – ୧୨ ଫେବୃଆରୀ ୨୦୦୧) ଜଣେ ଭାରତୀୟ ଅଭିନେତ୍ରୀ ଥିଲେ, ଯିଏକି ମୁଖ୍ୟତଃ ହିନ୍ଦୀ, ଗୁଜରାଟି ଓ ମରାଠୀ କଥାଚିତ୍ର, ଦୂରଦର୍ଶନ ଧାରାବାହିକ ଓ ମଞ୍ଚ ତଥା ଥିଏଟରରେ କାମ କରୁଥିଲେ । କୁନ୍ଦନ ଶାହାଙ୍କ କମେଡ଼ି କଥାଚିତ୍ର ଜାନେ ଭି ଦୋ ୟାରୋ (୧୯୮୩) ପାଇଁ ସେ ଜଣାଶୁଣା, ଯେଉଁଥିରେ ସେ ନସୀରଉଦ୍ଦିନ ଶାହା, ସତୀଶ ଶାହା ଓ ରବି ବସ୍ୱାନୀଙ୍କ ସହିତ କାମ କରିଥିଲେ ।[୧]
ଭକ୍ତି ବାରଭେ | |
---|---|
ଫାଇଲ:Bhakti Barve (1948 – 2001).jpg | |
ଜନ୍ମ | ସଙ୍ଗଲି, ବମ୍ବେ ରାଜ୍ୟ, ଭାରତୀୟ ଅଧିରାଜ୍ୟ | ୧୦ ସେପ୍ଟେମ୍ବର ୧୯୪୮
ମୃତ୍ୟୁ | ୧୨ ଫେବୃଆରୀ ୨୦୦୧ | (ବୟସ ୫୨)
ଅନ୍ୟ ନାମ | ଭକ୍ତି ବାରଭେ ଇନାମଦାର |
ବୈବାହିକ-ସାଥୀ | ଶଫି ଇନାମଦାର |
ସେ ଥିଏଟର୍ ୟୁନିଟ୍, ଇଣ୍ଡିଆନ୍ ନ୍ୟାସନାଲ୍ ଥିଏଟର୍ ଓ ରଙ୍ଗାୟନ ଭଳି ଥିଏଟର୍ ଦଳ ସହିତ ଜଡ଼ିତ ଥିଲେ । ତି ଫୁଲରାଣୀ, ନାଗ ମଣ୍ଡଳ, ଆୟୀ ରାତିରେ ହୋତେ ଆହେ ଓ ହ୍ୟାଣ୍ଡ୍ସ୍ ଅପ୍ ଭଳି ଲୋକପ୍ରିୟ ଏଥିଟର୍ ନାଟକରେ ଅଭିନୟ କରିଥିଲେ ।
ବ୍ୟକ୍ତିଗତ ଜୀବନ
ସମ୍ପାଦନାଭାରତୀୟ ଅଧିରାଜ୍ୟର ବମ୍ବେ ପ୍ରେସିଡେନ୍ସିର ସଙ୍ଗଲି ଠାରେ ୧୯୪୮ ମସିହାର ସେପ୍ଟେମ୍ବର ୧୦ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ସ୍କୁଲ ପାଠପଢ଼ା ସମୟରେ, ସେ ସୁଧା କର୍ମକାରଙ୍କ ପ୍ରଯୋଜନାରେ ଏକ ଥିଏଟର ଗ୍ରୁପ୍ରେ ଯୋଗ ଦେଇଥିଲେ । ସେ ଅଭିନେତା ଶଫି ଇନାମଦାରଙ୍କୁ ବିବାହ କରିଥିଲେ, ଯିଏକି ୧୯୯୬ ମସିହାରେ ମୃତ୍ୟୁବରଣ କରିଥିଲେ ।[୨]
ଅଭିନୟ ଜୀବନ
ସମ୍ପାଦନାଅଭିନୀତ କଥାଚିତ୍ର ଓ ଧାରାବାହିକ
ସମ୍ପାଦନା- ଜାନେ ଭି ଦୋ ୟାରୋ (୧୯୮୩)
- ହଜାର ଚୌରାସି କି ମାଆ (୧୯୯୮)
- ଜନ୍ନତ ଟକିଜ୍
- ରିସ୍ତେ (ଟିଭି ସିରିଜ୍) - ଆଧ୍ୟାୟ: ୬୮, (୩ୟ ସିଜିନ୍)
- ଘରକୁଳ
ଥିଏଟର
ସମ୍ପାଦନା- ତୀ ଫୁଲରାନୀ
- ଥ୍ୟାଙ୍କ୍ ୟୁ ମି. ଗ୍ଲାଡ୍
- ଅଜବ ନ୍ୟାୟ ବର୍ତୁଳାଚା
- ଆଇ ରାତିରେ ହୋତେ
- ରଙ୍ଗ ମଜା ବେଗଲା
- ଗାନ୍ଧୀ ବିରୁଦ୍ଧ ଗାନ୍ଧୀ
- ଅଖେରଚା ସୱାଲ
- ଡବଲ୍ ଗେମ୍
- କିମାୟାଗର
- ଡମ୍ବା ଦ୍ୱୀପଚା ମୁଖାବଲା
- ନାଗ ମଣ୍ଡଳ
- ଆଧେ ଅଧୁରେ
- ହ୍ୟାଣ୍ଡସ୍ ଅପ୍
- ବେବୀ
ପୁରସ୍କାର ଓ ସମ୍ମାନ
ସମ୍ପାଦନା୧୯୯୦ ମସିହାରେ, ଜାତୀୟ ସଙ୍ଗୀତ ଏକାଡେମୀ ଦ୍ୱାରା ତାଙ୍କୁ ମରାଠୀ ଥିଏଟରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୩] ଏହା ବ୍ୟତୀତ, ତାଙ୍କୁ ମହାରାଷ୍ଟ୍ର ଗୌରବ ପୁରସ୍କାର ଓ ଅଭିନୟ ପୁରସ୍କାର ପାଇଛନ୍ତି । ୨୦୦୧ ମସିହାରେ, ତାଙ୍କୁ ଇଣ୍ଡିଆନ୍ ଟେଲି ଆୱାର୍ଡ଼ସ୍ରେ ସମ୍ମାନିତ କରାଯାଇଥିଲା ।[୨]
ମୃତ୍ୟୁ
ସମ୍ପାଦନା୧୧ ଫେବୃଆରୀ ୨୦୦୧ରେ ସେ ୱାଇ ଠାରେ ଏକକ ଅଭିନୟ, ପୁ ଲା ଫୁଲରାଣୀ ଆଣୀ ମୀ ପରିବେଷଣ କରିଥିଲେ । ସେଦିନ ରାତି ୨.୪୫ ବେଳେ ମୁମ୍ବାଇ ଫେରୁଥିବାବେଳେ, ମୁମ୍ବାଇ-ପୁନେ ଏକ୍ସପ୍ରେସ୍ୱେ ଠାରେ ତାଙ୍କ ଗାଡ଼ି ଦୁର୍ଘଟଣା ହୋଇଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଥିଲା ।[୪][୫]
ଆଧାର
ସମ୍ପାଦନା- ↑ The Oxford companion to Indian theatre, by Ananda Lal. Oxford University Press, 2004. ISBN 0-19-564446-8. page 37.
- ↑ ୨.୦ ୨.୧ "Tee Phulrani leaves an aching void on stage and screen". Screen. 16 February 2001. Archived from the original on 22 October 2008. Retrieved 8 September 2012.
- ↑ Bhakti Barve Inamdar 1990 Archived 3 March 2016 at the Wayback Machine. Sangeet Natak Akademi Award Official listing.
- ↑ TV, stage actress Bhakti Barve dies in car accident Indiantelevision, 12 February 2001.
- ↑ The petite dame takes her final bow Indian Express, 13 February 2001.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଭକ୍ତି ବାରଭେ