ବ୍ୟବହାରକାରୀ:Ssgapu22/ଅଭିନେତ୍ରୀ
ଆହାନା ବରାଳ | |
---|---|
ଜନ୍ମ | ଜେନାପୁର, ଯାଜପୁର |
ବୃତ୍ତି | ଓଡ଼ିଆ ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୭ରୁ-ଏବେଯାଏଁ |
ବୈବାହିକ-ସାଥୀ | ରାକେଶ (ବିବାହ: ୨୦୨୧) |
ଆହାନା ବରାଳ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ୨୦୧୭ ମସିହାରେ ସେ ଓଡ଼ିଆ କଥାଚିତ୍ର ଭୈରବ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ବ୍ଲାକ୍ମେଲ୍, ଜଙ୍ଗଲ, ଓଏ ଗୀଟାର୍ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।
ବ୍ୟକ୍ତିଗତ ଜୀବନ
ସମ୍ପାଦନାଅହାନା ଯାଜପୁର ଜିଲ୍ଲାର ଜେନାପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଡାକ ନାମ ହେଉଛି ମାନୁ । ସେ ଜଣେ ସମାଜସେବୀ ଭାବରେ ମଧ୍ୟ କ୍ଷ୍ୟାତି ଅର୍ଜନ କରିଛନ୍ତି ।
କଥାଚିତ୍ର ଜୀବନ
ସମ୍ପାଦନାଆହାନା ୨୦୧୭ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ଭୈରବ, ଯେଉଁଥିରେ ସେ ଅସୀତଙ୍କ ନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ତାଙ୍କ ସହିତ ଏଲ୍ସା ଘୋଷ, ପପୁ ପମ ପମ, ପିଣ୍ଟୁ ନନ୍ଦ, ସମରେଶ ରାଉତରାୟ, ଶକ୍ତି ବରାଳ, ଦେବୁ ବ୍ରହ୍ମା, ହାଡ଼ୁ, ବିଜୁ ବଡ଼ଜେନା, ରାଜୀବ, ଦେବୀ ବାରିକ, ଜ୍ଞାନ, ଟନିଆ, ଭିକାରୀ ଆଦି କଳାକାରମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
୨୦୧୮ ମସିହାରେ ସେ ଅନ୍ୟ ଏକ ଓଡ଼ିଆ କଥାଚିତ୍ର ବ୍ଲାକ୍ମେଲ୍ରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କ ସହିତ ଅର୍ଦ୍ଧେନ୍ଦୁ ସାହୁ ଓ ତମନ୍ନା ବ୍ୟାସ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସିଦ୍ଧାନ୍ତ ମହାପାତ୍ର ଏହି କଥାଚିତ୍ରଟିରେ ଖଳନାୟକ ଭାବରେ କାର୍ଯ୍ୟ କରିଥିଲେ । ମନୋଜ ମିଶ୍ର, ଜର୍ଜ ତିଆଡ଼ି, ରତନ ମେହେର, ସରୋଜ ଦାସ, ରାଜଶ୍ରୀ, ପ୍ରତିଭା ପଣ୍ଡା, ପ୍ରଜ୍ଞା ଖଟୁଆ, ପୁପୁଲ ଭୂୟାଁ, ଗୁଡ୍ଡୁ, ଜ୍ଞାନ, ନଳିନୀ, ବେବି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
୨୦୨୧ ମସିହାରେ ତାଙ୍କ ଅଭିନୀତ ଦୁଇଟି କଥାଚିତ୍ର ଜଙ୍ଗଲ ଓ ଓଇ ଗୀଟାର୍ ମୁକ୍ତିଲାଭ କରିଥିଲା । ଜଙ୍ଗଲ କଥାଚିତ୍ରରେ ତାଙ୍କ ସହିତ ସୁରଜ, ଇଲୁ ବାନାର୍ଜୀ, ସରୋଜ ଦାସ, ରବି ମିଶ୍ର ଆଦି କଳାକାରମାନେ ଅଭିନୟ କରିଥିଲେ । ଓଇ ଗୀଟାର କଥାଚିତ୍ରରେ ତାଙ୍କ ସହିତ ନାୟକ ଭୂମିକାରେ ଅଭିନୟ କରିଥିଲେ ଅମନ । ଆର୍.ଜେ. ଗୁଡ୍ଡି, ଦେବୁ ପଟ୍ଟନାୟକ, ଗୁଡ୍ଡୁ, ନମିତା ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ରୁନୁ ପାଢ଼ୀ, ଜୀବନ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
ସମ୍ପାଦନା- ଭୈରବ
- ବ୍ଲାକ୍ମେଲ୍
- ଜଙ୍ଗଲ
- ଓଇ ଗୀଟାର୍
ଆଧାର
ସମ୍ପାଦନାଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ Ssgapu22/ଅଭିନେତ୍ରୀ