ବ୍ୟବହାରକାରୀ:Snip1/ଖରକା ସେବା
ଖରକା ସେବା କହିଲେ ସଫେଇ ବୋଲି ବୁଝାଯାଏ । ଏହି ସେବାରେ ଚାଣ୍ଡାଳ ଠାରୁ ଗଜପତି ପର୍ଯ୍ୟନ୍ତ ସମ୍ପୃକ୍ତ ରହିଛନ୍ତି । ମହାପୁରୁଷ ଶ୍ରୀଚୈତନ୍ୟ ମଧ୍ୟ ଏହି ସେବାରେ ସାମିଲ ହୋଇଥୁଲେ । ଏହି ସେବା ସହ ସାମିଲ ହୋଇଛି ଏକାଧିକ ମଠ ଓ ଜାଗାଘର ମଧ୍ୟ । ଡ. ସିଷେଶ୍ଵର ମହାପାତ୍ରଙ୍କ ମତ ହେଉଛି, ପୂର୍ବ କାଳରେ ଗଜପତି ମହାରାଜା ବଡ଼ ଦେଉଳର ଖରକା ସେବା ଦାୟିତ୍ଵ ବିଭିନ୍ନ ଲୋକ ବା ଗୋଷ୍ଠୀଙ୍କୁ ପ୍ରଦାନ କରୁଥଲେ । ସେ ସେବା
ଦେବା ବେଳେ କହିଅଲେ ‘ ଏ ପରମେଶ୍ୱରଙ୍କ କୁରୁମ ବେଢ଼ା ରୋଷ ବାହାର ଅଗଣା ଆଦିରେ ଅସକରା(ଅଳିଆ, ଆବର୍ଜନା, ଧୂଳି ଇତ୍ୟାଦି) ଅଲେ ସେମାନେ ପହଁରିବେ । ଆପଣେ ବିଜେ କାଳେ ଚୂନଛେରା ପକାଇବ, ଅସକରା କାଢ଼ିବ । ଏ ଅସକରା ଅଛୁତି ହୋଇଲେ ଖଟଣି ମେହନ୍ତରକୁ ଡାକି ଖରକିବ । ଏ ଜଗମୋହନ ଷୋଳଖମ୍ବ ସକଳ ସ୍ନାନ ଖରକିବ । ପୁରୀର ବଡ଼ଝାଡ଼ୁ ଓ ସାନଝାଡ଼ୁ ମ୦ ଦିନେ ଶ୍ରୀମନ୍ଦିରରେ ଝାଡ଼ୁ ସେବା କରୁଥଲେ । ଖରକା ସେବା କରୁଥବା ଗୋଷ୍ଠୀଙ୍କର ଆଉ ଏକ ଦିଗ ହେଉଛି ଗୁଣ୍ଡିଚା ମାର୍ଜନା । ରାଜା ପ୍ରତାପରୁଦ୍ର ଦେବ ଖରକା ନିଯୋଗ ଅଧୁକାର ଶ୍ରୀଚୈତନ୍ୟ ମହାପ୍ରଭୁଙ୍କୁ ଦେଇ ଗୁଣ୍ଡିଚା ମାର୍ଜନା ଅଧୁକାର ଦେଇଥଲେ । ରାଜା କହିଥଲେ ଯେ, ଆପଣେ ଥାଇ ମାଜଣା ବଢ଼ାଇବେ । ବଳଗଣ୍ଡି ଠାରୁ ଆଡ଼ପମଣ୍ଡପ ବା ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ସ୍ଥାନ ପ୍ରତିଦିନ ମାର୍ଜନ ନିମନ୍ତେ ମାଜଣା ଜାଗା ସ୍ନାପନ କରାଯାଇଥଲା । ଶ୍ରୀଚୈତନ୍ୟ ନିଜେ ମଧ୍ୟ ରଥଦାଣ୍ଡ ଓଳାଇ ଓଳାଇ ଯାଉଥଲେ । ଏପରିକି ଗଜପତି ମହାରାଜା ନିଜେ ମହାପ୍ରଭୁଙ୍କ ବିଜେ ସମୟରେ ତାଙ୍କ ଆଗରେ ଅସକରାକୁ ପହଁରି ସଫା କରୁଥୁଲେ। ଠିଆ ହୋଇ ମହାପ୍ରଭୁଙ୍କ ମାର୍ଗ ପହଁରୁଥବାରୁ ତାହାକୁ ଛିଡ଼ା ପହଁରା ବା ଛେରା ପହଁରା ବୋଲି କୁହାଯାଇଛି । ଯାହା ଆଜି ମଧ୍ୟ ଚାଲିଛି । ହେଲେ ତାହାର ସୀମା ରଥ ଉପରେ ସୀମିତ ହୋଇ ରହିଛି । ଅନ୍ୟପକ୍ଷରେ ଏହି ସଫେଇ ସହ ସମ୍ପୃକ୍ତ ଶ୍ରୀଚୈତନ୍ୟଙ୍କ ବୈଷ୍ଣବ ସମ୍ପ୍ରଦାୟର ମଠ ଝାଞ୍ଜପିଟା ମଠ, ରାଧାକାନ୍ତ ମଠ ପ୍ରଭୃତି ଏବେ ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ ମାଜଣା କରୁଛନ୍ତି ।