ବ୍ୟବହାରକାରୀ:Raj K. Mohapatra (Puri)/ବୈକୁଣ୍ଠନାଥ ନରେନ୍ଦ୍ର
ବୈକୁଣ୍ଠନାଥ ନରେନ୍ଦ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୨ ଏପ୍ରିଲ ୧୯୪୯ ଓଗାଳପୁର, କଣାସ, ପୁରୀ |
ବୃତ୍ତି | ଲେଖକ, ଗବେଷକ, ପାଲାକାର |
ଭାଷା | ଓଡ଼ିଆ |
ନାଗରିକତା | ଭାରତୀୟ |
ସମ୍ପର୍କୀୟ | ଡମ୍ବରୁଧର ନରେନ୍ଦ୍ର (ପିତା), ହାରାମଣି ନରେନ୍ଦ୍ର (ମାତା) |
ବୈକୁଣ୍ଠନାଥ ନରେନ୍ଦ୍ର (ଜନ୍ମ: ୨ ଏପ୍ରିଲ ୧୯୪୯) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗବେଷକ, ନାଟ୍ୟକାର, ସ୍ତମ୍ଭକାର ଓ ପାଲାଗାୟକ । ସେ ବାଣପୁର ଇତିହାସ ଲେଖିଥିଲେ ।
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାବୈକୁଣ୍ଠନାଥ ପୁରୀ ଜିଲ୍ଲାର କଣାସ ବ୍ଲକର ଓଗାଳପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । କଳାରେ ସ୍ନାତକ ପ୍ରାପ୍ତି ପରେ ସେ ଶିକ୍ଷକତା ପାଇଁ ବିଧିବଧ ତାଲିମ ନେଲେ । ତା'ପରେ ସେ ବିଭିନ୍ନ ସରକାରୀ ବିଦ୍ୟାଳୟମାନଙ୍କରେ ଶିକ୍ଷକତା କଲେ । ପିଲାଦିନୁ ତାଙ୍କର କଳା, ସାହିତ୍ୟ, ସଂସ୍କୃତି ପ୍ରତି ଗଭୀର ରୁଚି ଥିଲା । କ୍ରମେ ସେ ପାଲାଗାୟନ ପ୍ରତି ଆକର୍ଷିତ ହେଲେ । ମଞ୍ଚରେ ପାଲା ଗାଇବା ସହିତ ଓଡ଼ିଶାର ଏଇ ପ୍ରାଚୀନ ପାଲାସଂସ୍କୃତିର ପୁନରୁଦ୍ଧାର ପାଇଁ ପ୍ରୟାସ ଆରମ୍ଭ କଲେ । ରୀତିଯୁଗୀୟ ଶୈଳୀରେ ସେ ଅନେକ କାବ୍ୟକବିତା, ଛାନ୍ଦ, ଚଉପଦୀ ଲେଖିବା ସହ ଓଡ଼ିଶା ଇତିହାସ ଉପରେ ବ୍ୟାପକ ଗବେଷଣା କରିଥିଲେ ।[୧]
ରଚନାବଳୀ
ସମ୍ପାଦନା- ଓଡ଼ିଶା ଇତିହାସର ଅଶ୍ରୁନୈବିଦ୍ୟ
- ଅମୃତଚଞ୍ଚୁ
- ସୁନାଭଉଣି
- ସତୀକାନ୍ତ ବିଳାସ (କାବ୍ୟ)
- କଲମ
- କଳିଙ୍ଗ କନ୍ୟା
- ଚଉପଦୀମାଳା ୧ମ, ୨ୟ
- ବଡ଼ଗୋଠ ତୀର୍ଥ ତ୍ରିବେଣୀ
- ବଡ଼ଗୋଠରୁ ବଡ଼ଦାଣ୍ଡ
- ବାଣପୁର ଇତିହାସ
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ସ୍ୱାଧିନତା ପ୍ରାପ୍ତିର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ସାସ୍ୱତ ସମ୍ବର୍ଦ୍ଧନା ୧୯୯୮
- ଭାଷା ଆନ୍ଦୋଳନ ଓଡ଼ିଶା ସମ୍ବର୍ଦ୍ଧନା ସନନ୍ଦ
- ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସଂସଦର ୨୪ତମ ବାର୍ଷିକୀ ଉପଲକ୍ଷେ ଦାଶରଥି ପଟ୍ଟନାୟକ ସମ୍ମାନ
- ବାଣୀପୀଠ ସମ୍ମାନ
- ସୁବାର୍ତ୍ତା ସ୍ୱନକ୍ଷତ୍ର ଉତ୍ସବରେ 'କଲମ' ସମ୍ମାନ
ଆଧାର
ସମ୍ପାଦନା- ↑ ନରେନ୍ଦ୍ର, ବୈକୁଣ୍ଠନାଥ (୨୦୨୨). ବାଣପୁର ଇତିହାସ (୨ୟ ed.). ଭୁବନେଶ୍ୱର: ପକ୍ଷୀଘର ପ୍ରକାଶନୀ. pp. ପଛପୃଷ୍ଠା.