ବ୍ୟବହାରକାରୀ:Raj K. Mohapatra (Puri)/ଜଳଧର ସ୍ୱାଇଁ
ଜଳଧର ସ୍ୱାଇଁ (୩୦ ନଭେମ୍ବର ୧୯୫୦) ଜଣେ ଓଡ଼ିଆ କବି ଓ ସମାଲୋଚକ । ସେ ଓଡ଼ିଆ ସାହିତ୍ୟରେ 'ଜହ୍ନ ଓ ଅରଣ୍ୟର କବି' ଭାବେ ଜଣାଶୁଣା । ସେ କୋରାପୁଟ ଜିଲ୍ଲାର ବିଭିନ୍ନ ବିଭବ ସଂପର୍କରେ ଏକାଧିକ ପୁସ୍ତକ ପ୍ରଣୟନ କରିଛନ୍ତି ।
ସଂକ୍ଷିପ୍ତ ଜୀବନୀ
ସ୍ନାତକ, ଶିକ୍ଷକ ପ୍ରଶିକ୍ଷଣ ପ୍ରାପ୍ତ ଜଳଧରଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ୍ ଅନ୍ତର୍ଗତ ବଡ଼କଣ ଗ୍ରାମରେ । ତାଙ୍କ ପିତାଙ୍କ ନାମ ହେଲା ରତ୍ନାକର ସ୍ୱାଇଁ ଓ ମାତା ହେଲେ ସୁଭଦ୍ରା ଦେବୀ । କବି, ଗାଳ୍ପିକ, ସମାଲୋଚକ ଓ ସାହିତ୍ୟ ସଂଗଠକ ଭାବେ ସୁପରିଚିତ ଜଳଧର ଉପାନ୍ତ ଅଞ୍ଚଳ କୋରାପୁଟ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟର ଜଣେ ଜାଗ୍ରତ ପ୍ରହରୀ । ବିଗତ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି ଓଡ଼ିଆ କବିତା, ଗଳ୍ପ, ପ୍ରବନ୍ଧ, ଆଲୋଚନା ଓ ଶିଶୁ ସାହିତ୍ୟ କ୍ଷେତ୍ରରେ ଅବାରିତ ଲେଖନୀ ଚାଳନା କରି ଆସୁଥିବା ଶ୍ରୀ ସ୍ୱାଇଁ କୋରାପୁଟରେ ସ୍ଥାପନ କରିଛନ୍ତି 'ସତ୍ତା ସାହିତ୍ୟ ସଂସଦ' । ୧୯୭୧ରୁ କୋରାପୁଟକୁ ନିଜ କର୍ମଭୂମି ଭାବେ ବାଛି ନେଇଥିବା କବି ଜଳଧର ଅଶି ପରବର୍ତ୍ତୀ ଓଡ଼ିଆ କବିତାର ଜଣେ ପ୍ରମୁଖ ସ୍ୱର । ୧୯୮୩ରୁ 'ବାର୍ତ୍ତାଊର୍ମୀ' ସାହିତ୍ୟ ପତ୍ରିକାର ସହ-ସଂପାଦକ ରହିବା ସହ 'ତ୍ରିବେଣୀ ସାହିତ୍ୟ ସଂସ୍କୃତି ପରିଷଦ'ର ପ୍ରତିଷ୍ଠାତା ଥିଲେ ।
ପ୍ରକାଶିତ କୃତି:
କ୍ରମିକ ନଂ | କବିତା ସଙ୍କଳନର ନାମ | ପ୍ରକାଶନ ମସିହା | ପ୍ରକାଶକ |
---|---|---|---|
୧ | ଜହ୍ନର ସହର | ୧୯୮୫ | ସତ୍ତା ସାହିତ୍ୟ ସଂସଦ, କୋରାପୁଟ |
୨ | ପ୍ରଶ୍ନର ବୃତ୍ତରେ ମତ୍ସ୍ୟଗନ୍ଧା | ୧୯୮୮ | ସଂପର୍କ ପରିବାର, ଜୟପୁର |
୩ | ଉଜୁଡ଼ା ପ୍ରୀତିର ସଜଡ଼ା ଗୀତ | ୧୯୯୩ | କମ୍ୟୁନିକେଶନ ପବ୍ଲିକେଶନ, ଜୟପୁର |
୪ | ବିଷକନ୍ୟାର ବାର୍ତ୍ତାରେ ଋତୁ ଅଋତୁର ଗୀତ | ୧୯୯୪ | ମେସର୍ସ ଚାଣକ୍ୟ ପୁରୀ ପ୍ରକାଶନୀ, କଟକ |
୫ | ଏକଲା ମଣିଷର ଗୀତ | ୧୯୯୬ | କମ୍ୟୁନିକେଶନ ପବ୍ଲିକେଶନ, ଜୟପୁର |
୬ | ପ୍ରୀତିପର୍ଣ୍ଣା | ୨୦୧୧ | ଲିପିକା, ନିଜିଗଡ଼ କୁରୁଖି, ହରିରାଜପୁର, ଜଟଣି, ପୁରୀ |
୭ | ବିଭୋର ଶ୍ରାବଣ ଭିନ୍ନ ଉତ୍ତରଣ | ୨୦୧୨ | ଏଥେନା ବୁକ୍ସ |
୮ | ଇପସିତ ପୃଥିବୀ | ୨୦୧୮ | ସାହିତ୍ୟ ଶ୍ୱେତପଦ୍ମା |
୯ | ନିଜ ଗୀତ | ୨୦୧୯ | ଇଭେଣ୍ଟସ ପବ୍ଲିକେଶନ |
୧୦ | ଶବ୍ଦ ଶର୍ବରୀ | ୨୦୨୦ | ସାହିତ୍ୟ ଶ୍ୱେତପଦ୍ମା |
୧୧ | ନୀଳ ନିର୍ମାଲ୍ୟ | ୨୦୨୧ | ଏଥେନା ବୁକ୍ସ |
୧୨ | ଭିନ୍ନ ଭଗ୍ନାଂଶ | ୨୦୨୪ | କାବ୍ୟଲୋକ, ଭୁବନେଶ୍ୱର |
୧୩ | ନିଃସଙ୍ଗ ସକାଳ | ୨୦୧୯ |
କ୍ରମିକ ନଂ | ଗବେଷଣାଧର୍ମୀ ପ୍ରବନ୍ଧ ଓ ଆଲୋଚନା | ପ୍ରକାଶନ ମସିହା | ପ୍ରକାଶକ |
---|---|---|---|
୧ | କିମ୍ବଦନ୍ତୀରେ ଅବିଭକ୍ତ କୋରାପୁଟ ଜିଲ୍ଲା ନଦୀନାଳ ଓ ତାର ପ୍ରାଚୀନତା | ୧୯୯୫ | ସର୍ବେଶ୍ୱର ସ୍ୱାଇଁ, ଲିଙ୍କ୍ ରୋଡ୍, କଟକ |
୨ | ଇତିହାସର ପଟ୍ଟଭୂମିରେ କିମ୍ବଦନ୍ତୀର କୋରାପୁଟ (୧ମ ଭାଗ) | ୧୯୯୬ | ବନଫୁଲ ସାହିତ୍ୟ ପରିଷଦ, ସୁନାବେଡା |
୩ | ଇତିହାସର ପଟ୍ଟଭୂମିରେ କିମ୍ବଦନ୍ତୀର କୋରାପୁଟ (୨ୟ ଭାଗ) | ୨୦୦୪ | ସୃଷ୍ଟି ଓ ଗବେଷଣା, ଦାମନଯୋଡ଼ି |
୪ | କୋରାପୁଟର ଲୋକଗୀତ ଓ ଲୋକଜୀବନ | ୨୦୦୯ | ଅଗ୍ରଣୀ ପବ୍ଲିକେଶନ, ସୁନାବେଡା |
୫ | କୋରାପୁଟର ସାଂସ୍କୃତିକ ଧାରା | ୨୦୧୨ | ସୁବର୍ଣ୍ଣଶ୍ରୀ ପ୍ରକାଶନୀ, ଶ୍ରୀକଣ୍ଠପୁର, ବାଲେଶ୍ୱର |
୬ | କୋରାପୁଟର ଗାନ୍ଧୀ ରାଧାକୃଷ୍ଣ ବିଶ୍ୱାସରାୟ | ୨୦୦୬ | ପୂର୍ଣ୍ଣିମା ଅଫସେଟ୍, ସେମିଳିଗୁଡ଼ା |
୭ | ଓଡିଆ ଜାତିର ସ୍ମୃତିରେ ଓ କୃତିରେ ଓଡ଼ିଆ ସାହିତ୍ୟ | ୨୦୧୭ | ସାହିତ୍ୟ ଶ୍ୱେତପଦ୍ମା |
୮ | କୋରାପୁଟର ଲୋକ କଥାରେ ସୃଷ୍ଟି, ସ୍ଥିତି, ପ୍ରଳୟ | ୨୦୦୬ | |
୯ | କୋରାପୁଟର ଲୋକବୋଲି | ୨୦୦୬ |
ଶିଶୁ ସାହିତ୍ୟ:
- ଶିଶୁ ସୁମନ, କବିତା ସଂକଳନ, ପ୍ରକାଶକ: ସୁଧାରାଣି ସ୍ୱାଇଁ, ୧୯୮୦
- ପରୀ ଓ ପରିବେଶ କଥା, ଗଳ୍ପ ସଂକଳନ, ପ୍ରକାଶକ: ପ୍ରତୀଚୀ ପ୍ରକାଶନ, ଗଞ୍ଜାମ, ୧୯୯୯
- କୋରାପୁଟ ପରିଚୟ, ସାଧାରଣ ଜ୍ଞାନ, ଜିଲ୍ଲା ସଂସ୍କୃତି ପରିଷଦ, କୋରାପୁଟ, ୨୦୦୦
ଗଳ୍ପ ଗ୍ରନ୍ଥ:
- ନିଃସଙ୍ଗ ସକାଳ, ଏଥେନା ବୁକ୍ସ, ୨୦୧୯
ସମ୍ମାନ ଓ ପୁରସ୍କାର:
- ଆଦିବାସୀ ଭଷା ସଂସ୍କୃତି ଏକାଡେମୀ ସମ୍ମାନ - ୨୦୦୪ (ଓଡ଼ିଶା ସରକାରଙ୍କ ଆଦିବାସୀ ହରିଜନ ଉନ୍ନୟନ ବିଭାଗ)
- ସୁଭଦ୍ରା କୁମାରୀ ଚୌହାନ ଜନ୍ମ ଶତାବ୍ଦୀ ସମ୍ମାନ - ୨୦୦୪ (ପାନିପଥ, ହରିୟାନା)
- ଭାରତ ପ୍ରତିଭା ଜାତୀୟ ସମ୍ମାନ - ୨୦୦୭(ପେଙ୍ଗୁଇନ ପବ୍ଲିକେଶନ, ନୂଆଦିଲ୍ଲୀ, ଭାରତ)
- ଜାତୀୟ ପ୍ରଗତି ଅଭିଯାନ ସମ୍ମାନ - ୨୦୧୦(କଲିକତା, ପଶ୍ଚିମବଙ୍ଗ, ଭାରତ)
- ଜିଲ୍ଲା ପ୍ରଶାସନ ଉତ୍କଳ ଦିବସ ସମ୍ମାନ - ୨୦୧୨ (କୋରାପୁଟ, ଓଡ଼ିଶା)
- ରାଷ୍ଟ୍ରୀୟ ଜୁଏଲ ସମ୍ମାନ - ୨୦୦୭ (ଫ୍ରେଣ୍ଡସିପ ଫୋରମ୍ ଅଫ୍ ଇଣ୍ଡିଆ, ନୂଆଦିଲ୍ଲୀ)
- ରାଜ୍ୟ ସଂସ୍କୃତି କଳା ଗବେଷଣା ପରିଷଦ ସମ୍ମାନ - ୨୦୦୭ (କଟକ)
- ସୁଲେଖା ରଜତ ଜୟନ୍ତୀ ସମ୍ମାନ - ୨୦୦୫ (ସୁଲେଖା ସାହିତ୍ୟ ସଂସ୍କୃତି ପରିଷଦ, ପୁରୀ)
- ଶରଧା ସମ୍ମାନ - ୨୦୦୫ (ଭକ୍ତକବି ସ୍ମୃତି ସଂସଦ, ଭୁବନେଶ୍ୱର)
- ଫଲଗୁ ସମ୍ମାନ - ୧୯୯୦ (ଫଲଗୁ ସାହିତ୍ୟ ସଂସଦ, ବ୍ରହ୍ମ୍ପୁର, ଗଞ୍ଜାମ)
- ବିଶେଷ ଖବର ସମ୍ମାନ - ୧୯୯୨ (ଭଦ୍ରକ)
- ମୟୂରୀ ସମ୍ମାନ - ୧୯୯୩ (ମୟୂରୀ ପ୍ରକାଶନ, ବଲାଙ୍ଗୀର)
- ବନଜ୍ୟୋତ୍ସ୍ନା ସମ୍ମାନ - ୧୯୯୪ (ଫୁଲବାଣୀ)
- ସାହିତ୍ୟ ଶ୍ୱେତପଦ୍ମା ସମ୍ମାନ - ୧୯୯୫ (ପାରଳାଖେମଣ୍ଡି, ଗଜପତି)
- ପ୍ରଗତି ସାହିତ୍ୟ ସମ୍ମାନ - ୧୯୯୬ (ପ୍ରଗତି ସାହିତ୍ୟ ସଂସଦ, ଜଗତସିଂହପୁର)
- ଗଦାଧର ସାହିତ୍ୟ ସମ୍ମାନ - ୧୯୯୭ (କୋମନା, ନୂଆପଡ଼ା)
- ଯାଜପୁର ଏକ୍ସପ୍ରେସ ସମ୍ମାନ - ୨୦୦୪ (ବରୀ, ଯାଜପୁର)
- ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମାନ - ୨୦୦୪ (ପୁରୁଷୋତ୍ତମପୁର, ଗଞ୍ଜାମ)
- ସୃଷ୍ଟି ଓ ସ୍ରଷ୍ଟା ସମ୍ମାନ - ୧୯୯୬ (ଉମରକୋଟ, ନବରଙ୍ଗପୁର)
- ସାହିତ୍ୟ ଗୌରବ ଉପାଧି - ୧୯୯୭ (ସାହିତ୍ୟ କୋଠୀ, ଭଞ୍ଜନଗର, ଗଞ୍ଜାମ)
- ବନପ୍ରଭା ସାହିତ୍ୟ ସମ୍ମାନ - ୨୦୦୭ (ସୁନାବେଡା, କୋରାପୁଟ)
- ବର୍ଷା ସମ୍ମାନ - ୨୦୦୬ (ଦାମନଯୋଡ଼ି, କୋରାପୁଟ)
- କ୍ୟାପଟେନ ଉପେନ୍ଦ୍ର କୁମାର ସ୍ମୃତି ସମ୍ମାନ - ୨୦୦୬ (ଝାରପଡ଼ା, ରଣପୁର, ନୟାଗଡ଼)
- ଗଣେଶ ପ୍ରସାଦ ସ୍ମୃତି ସମ୍ମାନ - ୨୦୧୧ (ନିର୍ବାଣ ସାହିତ୍ୟ ପରିଷଦ, ଜୟପୁର, କୋରାପୁଟ)
- ସୁବର୍ଣ୍ଣ ଜୟନ୍ତୀ ସମ୍ମାନ - ୨୦୧୩ (ନବ ଜାଗରଣ ସାହିତ୍ୟ ସଂସଦ, ନବରଙ୍ଗପୁର)
- ଅଳକା ପୁରସ୍କାର - ୨୦୧୪ (ଜଗତସିଂହପୁର ସାହିତ୍ୟ ପରିଷଦ, ଜଗତସିଂହପୁର)
- ପରବ ସମ୍ମାନ - ୨୦୧୫ (ଜିଲ୍ଲା ମହୋତ୍ସବ ପରବ, କୋରାପୁଟ)
- ସୁନ୍ଦରଗଡ଼ ଜିଲ୍ଲା ଲେଖକ ସାମ୍ମୁଖ୍ୟ ସମ୍ମାନ - ୨୦୧୭ (ରାଉରକେଲା)
- ୨ୟ କୋରାପୁଟ ସାହିତ୍ୟ ଉତ୍ସବ ସମ୍ମାନ - ୨୦୧୯ (କୋରାପୁଟ)
- ଜୟପୁର ସାହିତ୍ୟ ସମ୍ମାନ - ୨୦୧୬ (ଜୟପୁର, କୋରାପୁଟ)
- ପ୍ରିୟପତ୍ର ସମ୍ମାନ - ୨୦୧୩ (ପ୍ରିୟପତ୍ର ପରିବାର, ପୁରୀ)