ଘନଶ୍ୟାମ ସାହୁ (ଜନ୍ମ ତାରିଖ: ୬ ଏପ୍ରିଲ ୧୯୫୯) ଜଣେ ଭାରତୀୟ ଓଡ଼ିଆକୋଶଳୀ-ଭାଷୀ କବି, ଲେଖକ ଓ ସାହିତ୍ୟ ସଂଗଠକ । ସେ ସଂସ୍କୃତରୁ ଭକ୍ତକବି ରାମଦାସ ବିରଚିତ ଦାର୍ଢ଼୍ୟତାଭକ୍ତି ରସାମୃତକୁ ଓଡ଼ିଆରେ ଗଦ୍ୟାନୁବାଦ କରିଥିଲେ ।

ଘନଶ୍ୟାମ ସାହୁ
ଜନ୍ମ ଓ ଜନ୍ମସ୍ଥାନ (1959-04-06) ୬ ଅପ୍ରେଲ ୧୯୫୯ (ବୟସ ୬୫)
ଘୋଷର, ଅନୁଗୋଳ
ଭାଷାଓଡ଼ିଆ
ସାହିତ୍ୟ କୃତିଦାର୍ଢ୍ଯତା ଭକ୍ତି କଥାମୃତ
ସମ୍ପର୍କୀୟଗିରୀଶ ଚନ୍ଦ୍ର ସାହୁ (ପିତା), ପଦ୍ମାବତୀ ସାହୁ (ମାତା)

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ଘନଶ୍ୟାମ ସାହୁ ଅନୁଗୁଳ ଜିଲ୍ଲାର ଘୋଷରଠାରେ ୧୯୫୯ ଅପ୍ରେଲ ୬ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗିରୀଶ ଚନ୍ଦ୍ର ସାହୁ ଓ ମାତାଙ୍କ‌ ନାମ ପଦ୍ମାବତୀ ସାହୁ । ସେ ସ୍ନାତକୋତ୍ତର, ବି-ଇଡି ଓ ଏଲ୍.ଏଲ୍. ବି. ଶିକ୍ଷାଗ୍ରହଣ‌ କରିଥିଲେ ଏବଂ ବୃତ୍ତିରେ ଶିକ୍ଷକତା କରି ଅବସରପ୍ରାପ୍ତ । ଗୀତ ଗାଇବା, ଚିତ୍ର ଆଙ୍କିବା, ଗୀତିନାଟ୍ୟ ନିର୍ଦ୍ଦେଶନା ଦେବା, କବିତା, ଗଳ୍ପ, ଶିଶୁ କିଶୋର କବିତା ରଚନା ତଥା ପାରମ୍ପରିକ ଓ ଆଧୁନିକ ଭଜନ ସହିତ କୋଶଳୀ ଭାଷାରେ ଭଜନ ଲେଖିବାରେ ସେ ସିଦ୍ଧହସ୍ତ । ତାଙ୍କର କେତୋଟି ଭଜନ ଓ ଜଣାଣ ଅଡ଼ିଓ କ୍ୟାସେଟରେ ସ୍ଥାନୀତ ।

ରଚନାବଳୀ

ସମ୍ପାଦନା

ଭଜନ/ଭକ୍ତି କବିତା ସଂକଳନ

ସମ୍ପାଦନା
  • ହରି ଭରସା (୨୦୧୮)
  • ଭାବଧାରା (୨୦୧୯)
  • ବର୍ଣ୍ଣ ବୈକୁଣ୍ଠ (୨୦୨୦)
  • ଚେତନାର ଉତ୍ତରଣ ଶବ୍ଦବ୍ରହ୍ମ (୨୦୨୨)
  • କଇଁଫୁଲ ସୁଧାଧାରା (୨୦୨୪)
  • ଭକ୍ତି ନିବେଦନ (୨୦୨୪)

ଗଳ୍ପ ସଂକଳନ

ସମ୍ପାଦନା
  • ଦାର୍ଢ୍ଯତା ଭକ୍ତି କଥାମୃତ (୨୦୨୩, ପ୍ରଥମ ଭାଗ)

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ଟିକିତାରା ସାହିତ୍ୟ ସମ୍ମାନ , ପୁରୀ, ୨୦୧୭
  • ଶିବମ୍ ସାହିତ୍ୟ ଓ ସଂସ୍କୃତି ବିଭାଗ,ସୋହଡା, ଧାମନଗର, ଭଦ୍ରକ ,୨୦୧୮
  • ମହାପର୍ବତ ସାହିତ୍ୟ ସଂସଦ,ଢଁସର, ବାଙ୍କୀ,୨୦୧୮