ବ୍ୟବହାରକାରୀ:Odisha1/cs
ଉଇକିପିଡ଼ିଆରେ ଯୋଗଦାନ କରିବାକୁ ଚାହାନ୍ତି କି ? | |
ଆପଣ ପ୍ରଶ୍ନଟିଏ ପଚାରିବାର ୧୨ ଘଣ୍ଟା ଭିତରେ ଉତ୍ତର ଦିଆଯାଇଥାଏ । ଉତ୍ତର ଦେଖିବା ପାଇଁ http://or.wikipedia.org/wiki/WP:Q କୁ ଯାଆନ୍ତୁ । | |
ଓଡ଼ିଆ ଉଇକିପିଡ଼ିଆରେ କେମିତି ଲେଖିବେ ତାହା ଜାଣିବା ପାଇଁ ଏଠାରେ ପ୍ରଶ୍ନ ପଚାରିପାରିବେ, ଆପଣଙ୍କ ପ୍ରଶ୍ନର ଉତ୍ତର ଏଥିରେ ସମ୍ପାଦନା କରୁଥିବେ କେହିଜଣେ ସଭ୍ୟ ଆଗାମୀ ୧୨ ଘଣ୍ଟା ଭିତରେ ଦେବେ । | |
୧. ମୁଁ ଓଡ଼ିଆରେ କେମିତି ଲେଖି ପାରିବି ? ଓଡ଼ିଆ ଉଇକିପିଡ଼ିଆରେ ଓଡ଼ିଆରେ ଲେଖିବା ପାଇଁ "Ctl" ଏବଂ "M" ବଟନ ଦବାନ୍ତୁ । ଆପଣ ଉପରେ ଦେଖାଯାଉଥିବା ଟ୍ୟାବରୁ ମଧ୍ୟ ଏହାକୁ ସଚଳ କରିପାରିବେ । ଏହାକୁ କିପରି ସଚଳ କରିବେ ଜାଣିବା ପାଇଁ ଦୟାକରି ଏହି ଛବିଟିକୁ ଦେଖନ୍ତୁ ।
ଯଦି ଆପଣ ଜାଣିବାକୁ ଚାହୁଛନ୍ତି ଯେ ଓଡ଼ିଆରେ ଲେଖିବା ପାଇଁ କେଉଁ କେଉଁ ବଟନ ବ୍ୟବହାର କରିବେ ତାହେଲେ ଏଇଠି ଦେଖନ୍ତୁ https://or.wikipedia.org/wiki/Typing_help |
୨. ମୁଁ ଉଇକିପିଡ଼ିଆରେ ଲେଖିବା ପାଇଁ ଚାହୁଁଛି, କେମିତି ଲେଖିବି ? ଏହା ବହୁତ ଭଲ କଥା ! ପ୍ରଥମେ ଆପଣଙ୍କୁ ଗୋଟିଏ ପ୍ରସଙ୍ଗ ଖୋଜିବାକୁ ପଡିବ । Ctl M ଦବାଇ ଓଡ଼ିଆ ଲେଖାକୁ ସଚଳ କରାନ୍ତୁ । ଉପର ଡାହାଣ ପଟରେ ଆପଣ ଖୋଜିବା ବାକ୍ସ ପାଇବେ । ଆପଣ ଖୋଜିବାକୁ ଚାହୁଁଥିବା ପ୍ରସଙ୍ଗଟିର ପ୍ରଥମ ଗୋଟିଏ ଦୁଇଟି ଅକ୍ଷର ଟାଇପ କରନ୍ତୁ । ଏହା ଆପଣଙ୍କୁ ସେହି ଲେଖାଟିର ଶୀର୍ଷକ ଦେଖାଇବା । ତା' ଉପରେ କ୍ଲିକ କରନ୍ତୁ ।
ପ୍ରସଙ୍ଗ ପୃଷ୍ଠାଟି ଖୋଲିବା ପରେ ଦେଖନ୍ତୁ କିପରି ସେହି ପ୍ରସଙ୍ଗଟିରେ ଅଧିକ କିଛି ଯୋଡ଼ି ତାହାକୁ ଉନ୍ନତ ମାନର କରିହେବ । ତାପରେ ଆପଣଙ୍କୁ ଡାହାଣ ପଟରେ ଥିବା "ଏହାକୁ ବଦଳାନ୍ତୁ" ଉପରେ କ୍ଲିକ କରିବାକୁ ପଡିବ । |
୩. ମୁଁ ପ୍ରସଙ୍ଗ ଗୁଡିକରେ ଅଧାରଗୁଡିକୁ ଦେଖୁଛି, ଏହା କଣ ଅଟେ ? ମୁଁ କୌଣସି ଏକ ପ୍ରସଙ୍ଗରେ ଆଧାର କେମିତି ଦେବି ?
ମୁଁ ଆଧାର କେମିତି ଦେବି ?
ତାପରେ ଦେଖନ୍ତୁ କି ଯେ ପ୍ରସଙ୍ଗଟିରେ ଏହିଭଳି କିଛି ଅଛି ନା ନାହିଁ । ଏମିତି ଯଦି କିଛି ନ ଥାଏ ତେବେ ସେଠି ଏହା ଲେଖନ୍ତୁ ।
ବର୍ତମାନ ଲେଖାଟିକୁ ସାଇତି ଦିଅନ୍ତୁ । |
୪. ଅକ୍ଷରଗୁଡିକୁ କିପରି ମୋଟା କିମ୍ବା ତେରଛା କରିବେ ? ପ୍ରଥମେ ଲେଖାଟିକୁ ବାଛନ୍ତୁ ଓ ସିଲେକ୍ଟ କରନ୍ତୁ । ସମ୍ପାଦନା ବାକ୍ସରେ ଥିବା ମୋଟା ଅକ୍ଷର ଉପରେ କ୍ଲିକ କରନ୍ତୁ । ଆପଣ ଯଦି ଲେଖାଟିକୁ ତେରଛା ଅକ୍ଷର କରିବାକୁ ଚାହୁଁଛନ୍ତି ତେବେ ତା ପରେ ଥିବା ତେରେଛା ଅକ୍ଷର ଉପରେ କ୍ଲିକ କରନ୍ତୁ । |
୫. ମୁଁ ଗୋଟିଏ ନୂଆ ଶିରୋନାମା କରିବାକୁ ଚାହୁଁଛି, କେମିତି ତିଆରି କରିବି ? ଆପଣ ଯଦି ନୂଆ ଶିରୋନାମାଟିଏ ତିଆରି କରିବାକୁ ଚାହୁଁଛନ୍ତି ତାହେଲେ ଶିରୋନାମାର ଆଗରେ ଓ ପଛରେ== (ଦୁଇଟି ସମାନ ଚିହ୍ନ) ଦିଅନ୍ତୁ । ଉଦାହରଣ ସ୍ୱରୂପ, ଆପଣ ଯଦି ଗୋଟିଏ ନୂଆ ଶିରୋନାମା "ଇତିହାସ" ଲେଖିବାକୁ ଚାହୁଁଛନ୍ତି ତେବେ ତଳ ଲେଖା ପରି ଲେଖନ୍ତୁ :
ଉପରେ ଥିବା ଲେଖାଗୁଡ଼ିକୁ ଲେଖିବା ପରେ ଏଣ୍ଟର ଦବାନ୍ତୁ ଏବଂ ମୁଖ୍ୟ ଶିରୋନାମାର ଲେଖାଗୁଡ଼ିକୁ ଲେଖନ୍ତୁ । |