Posterior urethral valve
Congenital obstructive posterior urethral membrane
Vesiculæ seminales and ampullæ of ductus deferentes, seen from the front. Posterior urethral valves are at the dorsal aspect (back) of the prostatic urethra.
ବିଭାଗUrology
ଲକ୍ଷଣPoor feeding, failure to thrive[୧]
ଆକ୍ରାନ୍ତ ସମୟPresent at birth[୧]
କାରଣUnknown[୨]
ବିପଦ କାରକFamily history.[୨]
ରୋଗ ନିର୍ଣ୍ଣୟ ପଦ୍ଧତିUltrasound, voiding cystourethrography[୧][୨]
ସଠିକ ରୋଗ ନିର୍ଣ୍ଣୟOther causes of oligohydramnios, vesicoureteral reflux, Prune–belly syndrome, ureteric stenosis[୧]
ଚିକିତ୍ସାUrinary catheter, surgery, management of complications[୧]
PrognosisVariable[୧]
ପୁନଃପୌନିକ1 in 5,000 male births[୧]

ପୋଷ୍ଟିରିଅର ୟୁରେଥ୍ରାଲ ଭଲଭ ( PUV ) ରୋଗରେ ଏକ ନବଜାତ ପୁଅର ମୂତ୍ରନଳୀ ଏକ ତନ୍ତୁ ଭାଙ୍ଗଦ୍ୱାରା ଅବରୋଧ ହୋଇଥାଏ । [୧] ଜନ୍ମ ପରେ ଏହାର ଲକ୍ଷଣଗୁଡିକ ମଧ୍ୟରେ ଶିଶୁର ଖାଇବା ଅସୁବିଧା ହୁଏ ଓ ବଞ୍ଚିବା କଷ୍ଟକର ହୁଏ । [୧] ଏହା ୟୁରିନାରି ରିଟେନନ, କ୍ରନିକ୍ ବୃକ୍‌କ ରୋଗ, ଫୁସଫୁସର ଅସମ୍ପୂର୍ଣ୍ଣ ବିକାଶ, ଅନିଚ୍ଛାକୃତ ମୂତ୍ର ତ୍ୟାଗ, କିମ୍ବା ମୂତ୍ରନଳୀ ସଂକ୍ରମଣ ହୋଇପାରେ | [୧]

କିପରି ଏବଂ କାହିଁକି ଏହି ବ୍ୟାଘାତ ସୃଷ୍ଟି ହୁଏ, ତାହା ଅଜ୍ଞାତ ଅଛି । [୨] ପାରିବାରିକ ଇତିହାସ ଥିଲେ ଏହି ରୋଗ ସଙ୍କଟ ଥାଏ । [୨] ଟିସୁ ଭାଙ୍ଗ ବା ଫୋଲ୍ଡର ଉତ୍ପତ୍ତି ଉପରେ ଆଧାର କରି ସେମାନଙ୍କୁ ତିନୋଟି ପ୍ରକାରରେ ବିଭକ୍ତ କରାଯାଇପାରେ । [୧] ଫୋଲ୍ଡର ସମ୍ଭାବ୍ୟ ଉତ୍ପତ୍ତି ବିଷୟ ଅବଶ୍ୟ ୨୦୨୦ମସିହାରେ ବିବାଦୀୟ ଥିଲା । [୧] ଜନ୍ମ ପୂର୍ବରୁ ଅଲଟ୍ରାସାଉଣ୍ଡ କରି ଓ ଜନ୍ମ ପରେ ଭଏଡିଙ୍ଗ ସିଷ୍ଟୋୟୁରେଥ୍ରୋଗ୍ରାଫି କରି ରୋଗ ନିର୍ଣ୍ଣୟ କରାଯାଏ । [୧]

ଜନ୍ମ ପୂର୍ବରୁ ଅସ୍ତ୍ରୋପଚାର କରାଯାଇପାରେ; ତଥାପି, ଫଳାଫଳଗୁଡିକ ମିଶ୍ରିତ ହୋଇପାରେ ।[୧] ଜନ୍ମ ପରେ ମୂତ୍ରାଶୟ ଏକ ଫିଡିଂ ଟ୍ୟୁବ ବା ଖାଦ୍ୟନଳୀ ସାହାଯ୍ୟରେ ମୂତ୍ରାଶୟ ନିଷ୍କାସିତ କରାଯାଇପାରେ । [୧] ଇଲେକ୍ଟ୍ରୋଲାଇଟ୍ କିମ୍ବା ଶ୍ୱାସକ୍ରିୟାର ସମସ୍ୟାର ସମାଧାନ ପାଇଁ ଅନ୍ୟାନ୍ୟ ପ୍ରୟାସ ଆବଶ୍ୟକ ହୋଇପାରେ । [୧] ଟିସୁର ଫୋଲ୍ଡକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର କରାଯାଏ ଏବଂ ସମ୍ଭାବ୍ୟ ଭେସିକୋୟୁରେଟେରିକ୍ ରିଫ୍ଲକ୍ସର ଚିକିତ୍ସା ପାଇଁ ମଧ୍ୟ ଅପରେଶନ ଆବଶ୍ୟକ ହୋଇପାରେ । [୧]

ପ୍ରାୟ ୫,୦୦୦ ପୁଅ ମଧ୍ୟରୁ ଜଣକର ଏହି ରୋଗ ହୁଏ । [୧] ୧୭୧୭ ମସିହାରେ ଜିଓଭାନି ବାଟିସ୍ତା ମର୍ଗାଗ୍ନି ଏହି ରୋଗ ବିଷୟରେ ପ୍ରଥମେ ବର୍ଣ୍ଣନା କରିଥଲେ । [୧] ହଗ୍ ୟଙ୍ଗ ପ୍ରଥମେ ୧୯୧୯ରେ ଏହାର ଶ୍ରେଣୀକରଣ କରିଥିଲେ । [୩]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ Bingham, G; Rentea, RM (January 2020). "Posterior Urethral Valve". PMID 32809716. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ "Orphanet: Posterior urethral valve". www.orpha.net. Archived from the original on 15 May 2021. Retrieved 22 January 2021.
  3. Puri, Prem (2003). Newborn Surgery, 2Ed (in ଇଂରାଜୀ). CRC Press. p. 855. ISBN 978-1-4441-1389-1. Archived from the original on 2021-05-15. Retrieved 2021-01-22.