ପୁରୁଣା କଥା ଘାଣ୍ଟି ଲାଭ ନାହିଁ । ତେବେ ବର୍ତ୍ତମାନ ହେଉଥିବା ଅବ୍ୟବସ୍ଥାରୁ ସତର୍କ ହେବା ନିମନ୍ତେ ଏହାକୁ ନଥିକରଣ କରିବାକୁ ବାଧ୍ୟ ହେଉଛି ।

  1. ନିକଟରେ ପାଳିତ ଚତୁର୍ଦ୍ଦଶ ଜନ୍ମତିଥିରେ, ସିଆଇଏସ ପ୍ରତିନିଧି ଭାବେ ଟିଟୋ ଯୋଗଦେବା କଥା ସମସ୍ତଙ୍କ ଗୋଚରାର୍ଥେ; ଆଲୋଚନା ସଭା, ସଂଘ ସୂଚନା ଫଳକ କିମ୍ବା ମେଟାରେ ଘୋଷଣା କରାଯାଇ ନଥିଲା । ପୂର୍ବ ପରମ୍ପରା କ୍ରମେ ସିଆଇଏସର ଜଣେ ପ୍ରତିନିଧି ଭାବେ ଟିଟୋ ଆସିଥିଲେ କି ? ସିଆଇଏସର ପ୍ରତିନିଧି ଆସିବା ପୂର୍ବରୁ ସୂଚନା ଦେବା ଦରକାର ଥିଲା କି ନାହିଁ ?
  2. ଟିଟୋ ଆସି ପୁରୀ ଉଇକିଆଳିଙ୍କୁ ତାଲିମ ଦେବା ବାବଦରେ କେଉଁଠାରେ ଆଲୋଚନା ହେଇଥିଲା ? ସମସ୍ତଙ୍କ ଅଗୋଚରରେ ଏହିପରି ଅଳ୍ପକିଛି ଉଇକିଆଳିଙ୍କୁ ତାଲିମ ଦେବା ଉଚିତ ଥିଲା କି ? ଭୁବନେଶ୍ଵର/ ଅନୁଗୋଳ/ ଅନ୍ୟାନ୍ୟ ସ୍ଥାନର ଯେଉଁ ଉଇକିଆଳିମାନେ ଉପସ୍ଥିତ ନଥିଲେ ସେମାନଙ୍କୁ କିଏ ଓ କେବେ ତାଲିମ ଦେବେ ? ଭବିଷ୍ୟତରେ ନୂଆ ଉଇକିଆଳିଙ୍କୁ ଦରକାର ମୁତାବକ ପ୍ରଶିକ୍ଷଣ ଦେବା ନିମନ୍ତେ ସବୁବେଳେ ସିଆଇଏସ ପ୍ରତିନିଧି ଉପସ୍ଥିତ ରହିବେ ତ ?
  3. ଟିଟୋ କହିବା ଅନୁସାରେ ଆମେ ତାଙ୍କୁ ତାଲିମ ଦେବାକୁ ନଡାକି ଭୁଲ କରିଛୁ । ପୁରୁଖା ଓଡ଼ିଆ ଉଇକିଆଳିମାନେ, ନୂଆ ଉଇକିଆଳିଙ୍କୁ ଶିଖେଇବା ନିମନ୍ତେ ସମର୍ଥ ଥିବାବେଳେ, ସିଆଇଏସର ପ୍ରତିନିଧିଙ୍କୁ ଡାକିବାକୁ ବାଧ୍ୟ କି ? ଉଇକିପିଡ଼ିଆ:ଜନ୍ମତିଥି/୧୪/ନିର୍ଘଣ୍ଟରେ ଯେଉଁ ପୁରୁଖା ଉଇକିଆଳିଙ୍କୁ ତାଲିମଦାତା ଭାବେ ଦାୟିତ୍ଵ ଦିଆଯାଇଥିଲା, ସେଥିମଧ୍ୟରୁ କେତେଜଣ ଶିଖେଇବା ନିମନ୍ତେ ଅଯୋଗ୍ୟ ?
  4. ଯିଏ ନିଜେ ଉଇକିର ସାଧାରଣ ନୀତି ମାନୁନାହାନ୍ତି (ଲଗଇନ ନକରି ବଦଳ କରିବା, ଅନ୍ୟ ବ୍ୟବହାରକାରୀଙ୍କ ଉପପୃଷ୍ଠାରେ ବଦଳ କରିବା, ସେ ଅନ୍ୟମାନଙ୍କୁ ଉଇକିନୀତି ବାବଦରେ କଣ ଶିଖେଇବେ ?
  5. ଟିଟୋ ଯିବା ପୂର୍ବରୁ ଆଉଜଣେ ସିଆଇଏସ ପ୍ରତିନିଧି ତନବୀର ଆସି ପହଞ୍ଚିଲେ । ତନବୀର ଆସିବା ବାବଦରେ ସମସ୍ତ ଉଇକିଆଳିଙ୍କ ଗୋଚରାର୍ଥେ କେଉଁଠାରେ ଲେଖାଯାଇଥିଲା ? ସେ କେଉଁ କାମରେ, କେତେ ଦିନ ନିମନ୍ତେ ଆସିଛନ୍ତି (କାମ ହେବା/ନହେବା ପଛକଥା ।) ଉଇକିଆଳିମାନେ ଜାଣିବା ଦରକାର କି ନାହିଁ ?
  6. ଅର୍ଥ ହିଁ ଅନର୍ଥର ମୂଳ କାରଣ । ଏସବୁ କାମ ନିମନ୍ତେ ହେଉଥିବା ଖର୍ଚ୍ଚ ଯଦି ଓଡ଼ିଆ ଉଇକିପିଡ଼ିଆ ଖାତାରେ ଯାଉଛି, ତେବେ ଏ ସବୁ ଗସ୍ତକାର୍ଯ୍ୟକ୍ରମ ବାବଦରେ ପୂର୍ବରୁ ସମସ୍ତେ ଜାଣିବା ଦରକାର । ଏ ବାବଦରେ ସିଆଇଏସ କର୍ତ୍ତୃପକ୍ଷଙ୍କ ମତ କ'ଣ ? (ପଇସା ନିମନ୍ତେ ଆମ ମଧ୍ୟରେ ଭୁଲ ବୁଝାମଣା ଓ ମତାନ୍ତର ହେବାରୁ, ଭବିଷ୍ୟତରେ ଏପରି ନ ହେବାପାଇଁ ମୁଁ ଯାତାୟତ ଖର୍ଚ୍ଚ ନେବା ବନ୍ଦ କରିଦେଇଛି ।)
  7. ବ୍ଲଗ/ରିପୋର୍ଟ ଲେଖିଲା ବେଳେ ମାତ୍ର ଦୁଇ ତିନି ଜଣଙ୍କ ନାମ ଓ ମତାମତ ପ୍ରକାଶ ପାଉଛି ଏହାର ପ୍ରକାଶ ଦାୟିତ୍ବ କିଏ ନେଇଛନ୍ତି? ଅନ୍ୟମାନଙ୍କଠାରୁ ମତାମତ କାହିଁକି ନିଆଯାଇନାହିଁ?

ଆମେ କ'ଣ ସୁଧାରିବା ସମ୍ପାଦନା

  • ଯୋଜନା
ବହୁତ ବିଳମ୍ବରେ ଯୋଜନା ଆରମ୍ଭ କରାଗଲା
  • ଯୋଗାଯୋଗ
ଭୁବନେଶ୍ଵର ଉଇକିଟୁଙ୍ଗିର ସଦସ୍ୟ (ସୁବାସ ସାର) ଜନ୍ମୋତ୍ସବ କାର୍ଯ୍ୟକ୍ରମ ବାବଦରେ ଅବଗତ ନଥିଲେ ।
ମୁଖ୍ୟ ଅତିଥିଙ୍କୁ ଶେଷ ମୁହୁର୍ତ୍ତରେ ନିମନ୍ତ୍ରଣ କରାଗଲା ।
  • ସମନ୍ଵୟ
ଶ୍ରୀକାନ୍ତ ପାଖରେ ୪ଜି ସଂଯୋଗ ଥିବାବେଳେ ବାହାରୁ ଆଣିବାକୁ ପଡ଼ିଲା ।
ଉତ୍ସବ ପାଳନରେ ସମସ୍ତଙ୍କ ଅବଦାନ ଥିବାପରି ଜଣାଗଲା ନାହିଁ । କାମ ବାଣ୍ଟିଲେ ବୋଝ କମିବ ।