ଦ୍ୱାଦଶଜ୍ୟୋତିର୍ଲିଙ୍ଗ ଭୀମଶଙ୍କର (ସମାଜ ରବିବାର, ନାଗଭୂଷଣ ରାଓ)

ଶିବପୁରାଣରେ ବାରଟି ଜ୍ୟୋତର୍ଲିିଙ୍ଗର ବର୍ଣ୍ଣନା କରାଯାଇଛି । ଏହି ସବୁ ଜ୍ୟୋତିର୍ଲିିଙ୍ଗଗୁଡ଼ିକ ହେଉଛି- ମଲ୍ଳିକାର୍ଜ୍ଜୁନ, ବୈଦ୍ୟନାଥମ୍, କେଦାରନାଥମ୍, ସୋମନାଥମ୍, ଭୀମଶଙ୍କରମ୍, ନାଗେଶ୍ୱରମ୍, ବିଶ୍ୱେଶ୍ୱରମ୍, ତ୍ରୟମ୍ବକେଶ୍ୱର, ରାମେଶ୍ୱର, ଘୃଷ୍ଣେଶ୍ୱରମ୍, ଆକାଶେଶ୍ୱର, ମମଲେଶ୍ୱର ଓ ମହାକାଳେଶ୍ୱର । କୁହାଯାଏ କି, ଏହି ସବୁ ଦେବତାଙ୍କୁ ସମସ୍ତେ ଦର୍ଶନ କରିପାରନ୍ତି ନାର୍ହିିଁ । ତେଣୁ ଭାଗ୍ୟରେ ଥିଲେ ଏହି ଦେବତାଙ୍କୁ ଦର୍ଶନ କରିବାର ସୁଯୋଗ ମିଳେ । ପ୍ରାଚୀନ ଭାରତୀୟ ସଭ୍ୟତା ଓ ସଂସ୍କୃତି ଅତ୍ୟନ୍ତ ଉଚ୍ଚକୋଟୀର । ଏହାର ପ୍ରନôତତ୍ତ୍ୱ କିମ୍ବଦନ୍ତୀ ଓ ଲୋକକଥାକୁ ନେଇ ଆମ ସଂସ୍କୃତି ଗଢା । ଏଠାରେ ଏମିତି କିଛି ପୌରାଣିକ ସ୍ଥଳୀ ରହିଛି, ଯାହା ଆମ ସଂସ୍କୃତିକୁ ଅତ୍ୟନ୍ତ ରୁଚିମନ୍ତ ଓ ରୁଦ୍ଧିମନ୍ତ କରିପାରିଛି । ଏଠାରେ ରହିଥିବା ଏମିତି ଏକ ପୌରାଣିକ ସ୍ଥଳୀ ହେଉଛି ରାୟଗଡ଼ା ଜିିଲା ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ଭୀମପୁର ଗାଁ । ଏହି ସ୍ଥାନରେ ଶୋଭାପାଉଛନ୍ତି ଦ୍ୱାଦଶ ଜ୍ୟୋତର୍ଲିିଙ୍ଗ ମଧ୍ୟରୁ ଗୋଟିଏ ଲିଙ୍ଗ, ଯାହାଙ୍କ ନାମ ହେଉଛି "ଭୀମଶଙ୍କର' । ମହର୍ଷି ବେଦବ୍ୟାସଙ୍କ ପ୍ରଣୀତ ତଥା ଓଡ଼ିଆ ଭାଷାରେ ଅନୁବାଦିତ ବୃହତ୍ଲିଙ୍ଗ ପୁରାଣର ଦ୍ୱାଦଶଜ୍ୟୋତର୍ଲିିଙ୍ଗ ନାମସ୍ତୋତ୍ର ବର୍ଣ୍ଣନା କରାଯାଇଛି । ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତର ପଶ୍ଚିମରୁ ଦଣ୍ଡକାରଣ୍ୟର ପଞ୍ଚବଟୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ହିଡ଼ିମ୍ବିକି, ସୂର୍ପଣଖା ତନ୍ତ୍ରବିଦ୍ୟା ବଳରେ ରୂପପରିବର୍ତ୍ତନ କରି ସୁନ୍ଦରୀ ସାଜିଥିଲେ । ସେହିପରି ବାତାପି- ମେଣ୍ଢାହେବା, ମାରିଚ, ସୁନାହରିଣୀ ହେବା ଘଟଣା ରାମାୟଣ ଓ ମହାଭାରତରେ ଉଲ୍ଲେଖ ରହିଛି । ଏହି ଅଞ୍ଚଳରେ ତ୍ରେତୟା ଯୁଗରୁ ଶବର ଜାତି ବାସ କରୁଥିବା ଜଣାଯାଇଛି । ୧୦୦ ଯୋଜନ ପରିବ୍ୟାପ୍ତ ଦଣ୍ଡକାରଣ୍ୟ ଠାରୁ ମହେନ୍ଦ୍ରଗିରି ପର୍ଯ୍ୟନ୍ତ ଅଞ୍ଚଳରେ ଆଦିମ କାଳରୁ ତନ୍ତ୍ରବିଦ୍ୟାରେ ପାରଦର୍ଶିତା ଥିôବାରୁ ଶି ଏହାକୁ ଡ଼ାକିନୀ ଅଞ୍ଚଳ ରୂପେ ବିବେଚନା କରାଯାଉଛି । ପୁରାଣବର୍ଣ୍ଣିତ ମହେନ୍ଦ୍ରଗିରିର ପଶ୍ଚିମ ପାଶ୍ୱର୍ରୁ ପ୍ରବାହିତ ପବିତ୍ର ମହେନ୍ଦ୍ରତନୟା ନଦୀକୂଳରେ ଭୀମପୁର ଗ୍ରାମ ଅବସ୍ଥିତ । ଏହି ଡାକିନୀ ଅଞ୍ଚଳ ଅନ୍ତର୍ଗତ ଭୀମପୁର ଗ୍ରାମରେ ଭୀମପୁର ଜ୍ୟୋତିର୍ଲିିଙ୍ଗଙ୍କ ମୂଳପୀଠର ସନ୍ଧାନ ମିଳିଥିଲା । ରାୟଗଡ଼ା ଜିଲା ସଦରମହକୁମା ଠାରୁ ୧୦୦ କିମି ଓ ଗୁଣପୁର ସହର ଠାରୁ ୩୫ କିମି ଦୂରରେ ଅବସ୍ଥିତ ଏହି ପ୍ରସିଦ୍ଧ ପୀଠ । ଗୁଣପୁର ଠାରୁ ପକ୍କା ସଡକ ପଥ ଚାଲକମ୍ବା, ଖଇରା, ଆମ୍ବାବାଡି, ଟିଟିମିରି ଓ ମୁଣ୍ଡା ଗ୍ରାମ ଦେଇ ଏଠାରେ ପହଞ୍ଚô ହେବ । ଭଗବାନ ପର୍ଶୁରାମଙ୍କ ତପସ୍ଥଳୀ ଓ ମହାରୁଦ୍ର ବୀରହନୁମାନଙ୍କ ସମୁଦ୍ର ଲଙ୍ଘନ ଚରିତ୍ର ସହ ଜଡ଼ିତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତରୁ ନିର୍ଝରିତ ମହେନ୍ଦ୍ରତନୟା ନଦୀକୂଳ ଭୀମପୁର ଗ୍ରାମ ମଧ୍ୟ ଭାଗରେ ଜ୍ୟୋତିର୍ଲିିଙ୍ଗ ପୀଠ ଅବସ୍ଥିତ । ଏହି ଜ୍ୟୋତିର୍ଲିିଙ୍ଗ ଉପବୀତ (ପଇତା) ଚିହ୍ନ ଓ ଚତୁଃଷ୍ଳୋଣ ପରିବେଷ୍ଟିତ ଶକ୍ତି ମଧ୍ୟରେ ସୁଶୋଭିତ । କାରୁକାର୍ଯ୍ୟ ରଚିତ କେତେକ ପ୍ରସ୍ତର ଖଣ୍ଡ ୧୫ ଫୁଟ ୯ ଇଞ୍ଚ ଦୈର୍ଘ୍ୟବିଶିଷ୍ଟ କେତେକ ଇଟାର ସନ୍ଧାନ ମଧ୍ୟ ଏଠାରେ ମିଳିଛି । ମହେନ୍ଦ୍ରଗିରିରେ ଥିବା ମନ୍ଦିରର ପଥର କାରୁକାର୍ଯ୍ୟ ସହିତ ଏଗୁଡ଼ିକର ସାମଞ୍ଜସ୍ୟ ରହିଛି । ଏହା କେବଳ ପୌରାଣିକ ସ୍ଥାନ ନୁହେଁ । ପ୍ରକୃତିକୁ ଭରପୂର ଉପଭୋଗ କରିବା ନିମନ୍ତେ ରହିଛି ଏକ ଜଳପ୍ରପାତ । ନାଁ ତା'ର ମାଛଡ଼ିଆଁ । ଏଠାକାର ଚିତ୍ତାକର୍ଷକ ଓ ଭୀମଭୈରବ ଦୃଶ୍ୟରେ ଆକୃଷ୍ଟ ହୋଇ ବହୁ ତୀର୍ଥଯାତ୍ରୀ ବର୍ଷ ତମାମ ଆସିଥାନ୍ତି । ତେବେ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ ସମସ୍ତ ଭିତ୍ତିଭୂମି ଥାଇ ବି ଏହି ସ୍ଥାନ ଅବହେଳିତ । ପର୍ଯ୍ୟଟକଙ୍କ ରହିବା ପାଇଁ ଘରଟିଏ ବି ଏଠାରେ ନାହିଁ । ଯାତାୟାତର ସୁବିଧା ଥିଲେ ବି ଏହା ପର୍ଯ୍ୟାପ୍ତ ନୁହେଁ । ସଞ୍ଜ ନଇଁଲେ ଅନ୍ଧକାରରେ ବୁଡ଼ିଯାଏ ଏହି ସ୍ଥାନ । ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଏହି ସ୍ଥାନ ପ୍ରତି ଦୃଷ୍ଟିଦେଲେ ଅନେକ ଗୁପ୍ତତଥ୍ୟ ଲୋକଲୋଚନକୁ ଆସିପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ପୁରାଣ ବର୍ଣ୍ଣନା ଅନୁସାରେ ଭଗବାନ ଶିବଙ୍କୁ ଆରାଧନା କଲେ ମନୁଷ୍ୟର ସର୍ବ ମନୋକାମନା ପୂର୍ଣ୍ଣ ହୁଏ ଓ ଶିବଲିଙ୍ଗ ଉପରେ ଜଳ ଢାଳିଲେ ଭଗବାନ ଶଙ୍କର ପ୍ରସନ୍ନ ହୋଇଥା'ନ୍ତି । ତେବେ ଦ୍ୱାଦଶଜ୍ୟୋତିର୍ଲିିଙ୍ଗ ଦର୍ଶନ କରୁଥିବା ପ୍ରାଣୀ ସବୁଠାରୁ ଅଧିକ ସୌଭାଗ୍ୟଶାଳୀ ବୋଲି କୁହାଯାଏ ।