ଅଜ୍ଞାନର ଅଂଧାରରୁ ଜ୍ଞାନର ଆଲୋକକୁ ଯିଏ ଘେନି ଯାଆଂତି, ସିଏ ହେଉଛଂତି ଗୁରୁ। ପ୍ରଥମ ଗୁରୁ ହେଲେ ମାତା ପିତା ଏବଂ ଶିକ୍ଷା ଗୁରୁ, ଦୀକ୍ଷା ଗୁରୁ ଭେଦରେ ଜୀବନରେ ଅନେକ ଗୁରୁ ଅଛଂତି। ଅବଧୂତ ଚବିଶ ଗୁରୁ କରିଥିଲେ। ଯିଏ ବଡ଼ ଏବଂ ମହାନ୍ ସେ ହେଲେ ଗୁରୁ। ନିଜର ଆପ୍ରାଣ ଚେଷ୍ଟାରେ ମଧ୍ୟ ଯାହା ସମ୍ଭବ ହୋଇ ପାରେନା, ତାହା ଗୁରୁକୃପାଦ୍ବାରା ଅଚିରେ ଉପଲବ୍ଧ ହୋଇଯାଏ। ଗୁରୁ କୌଣସି ଶରୀର ନୁହଂତି, ଗୁରୁ ହେଉଛଂତି ଏକ ସତ୍ତା। ଏକ ଅନୁଭବ। ଏକ ଅନ୍ତର୍ଚେତନା। ଯିଏ ଜୀବନର ରାସ୍ତାରେ ବାଟ କଢ଼େଇ ନିଅଂତି ହାତଧରି।