ବ୍ରହ୍ମାନନ୍ଦ ନାୟକ

ଓଡ଼ିଆ ଯାତ୍ରା କଳାକାର

ବ୍ରହ୍ମାନନ୍ଦ ସାମଲ ଜଣେ ଓଡ଼ିଆ ଯାତ୍ରା କଳାକାର । [୧]

ଜୀବନୀ ସମ୍ପାଦନା

ପାରିବାରିକ ଓ ପ୍ରାରମ୍ଭିକ ଜୀବନ ସମ୍ପାଦନା

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଧୀନ ବିଭୂତିପଡ଼ା ଗ୍ରାମରେ ସାମଲ ଜନ୍ମଲାଭ କରିଥିଲେ । ମାଟ୍ରିକ ପାସ କରିବା ପରେ ସାମଲ ଭାରତୀୟ ନୌସେନାରେ ଚାକିରି ପାଇଁ ମନୋନୀତ ହୋଇଥିଲେ । ପ୍ରଥମେ ତାଙ୍କୁ ପରିବାର ତରଫରୁ ସେନାରେ ଯୋଗ ଦେବା ପାଇଁ ବାହାରକୁ ଛାଡ଼ିବାକୁ ରାଜି ହୋଇନଥିଲେ । ଏଥି ପାଇଁ ଯାତ୍ରା ଜଗତରେ ଯୋଗଦେଇଥିଲେ । [୧]

ପେଷା ସମ୍ପାଦନା

୧୯୭୫ ମସିହାରେ ସାମଲ ଭଦ୍ରକ ଜିଲ୍ଲାର ବୃନ୍ଦାବତୀ ଅପେରାରେ ପ୍ରଥମେ ନାୟକ ଭାବେ ନିଜର ପେଷାଗତ ଜୀବନ ଆରମ୍ଭ କରିଥିଲେ ଯୋଗ ଦେଇଥିଲେ । ପରେ ସେ ଜଟାଧାରୀ ଗଣନାଟ୍ୟ, ସାରସ୍ୱତ୍ୱ ଅପେରା, ବାଣେଶ୍ୱରୀ ଗଣନାଟ୍ୟ, ଶିବାନୀ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ ସୋନାଲି ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟରେ ଯୋଗଦେଇ ଅଭିନୟ କରିଥିଲେ । ବାଣେଶ୍ୱରୀ ଗଣନାଟ୍ୟର "ଗଙ୍ଗା ନୁହେଁ କଳଙ୍କିନୀ'ରେ ଯୋଗୀ, ରୁକ୍ମିଣୀ ଗଣନାଟ୍ୟର "ଅପାକୁ ସୁନ୍ଦର ରୁପା ପାଉଁଜି'ରେ ବିଜୟ ପ୍ରଧାନ, ତ୍ରିନାଥ ଗଣନାଟ୍ୟର "ବରଷା ରାଣୀର ଭିଜା ଓଢ଼ଣୀ"ରେ କୃଷ୍ଣ ଚରିତ୍ରରେ ସାମଲ ଅଭିନୟ କରିଥିଲେ । ସେ ଜଣେ ଯାତ୍ରା ନାୟକ ଭାବେ । ନାୟକ ବାଦ ସେ ଚରିତ୍ର ଅଭିନେତା ତଥା ବାପା ଚରିତ୍ରରେ ଅଧିକ ଅଭିନୟ କରିଛନ୍ତି । ସେ ଅଧୁନା ଇଷ୍ଟର୍ଣ ରେଡ୍ ଯାତ୍ରା ଦଳରେ ଅଭିନୟ କରୁଛନ୍ତି । ଏହି ଦଳରେ ଯୋଗ ଦେଇ ସେ "ମୁଁ ତୋର କ'ଣ ହେବି'ରେ ପୁଲିସ ଇନିସ୍‍ପେକ୍ଟର୍‍ ଓ "ଅାମ ଜଗନ୍ନାଥ ଖାଣ୍ଟି ଓଡ଼ିଅା"ରେ ଇସ୍‍ମାଇଲ୍‍ ଖାଁ, "କୋଟିଏ ଝିଅରେ ଗୋଟିଏ ତୁ"ରେ ଠାକୁର ସାହେବ, "ଗାନ୍ଧୀ ଫେରୁଛନ୍ତି"ରେ ଈଶ୍ୱର ସାଅାନ୍ତରା, "ଅହ୍ୟ ସୁଲକ୍ଷଣୀ"ରେ ମାୟାଧର, "ମୋଷ୍ଟ୍‍ ଓ୍ୱାଣ୍ଟେଡ୍‍ କ୍ରାନ୍ତି ମିଶ୍ର"ରେ ମାଷ୍ଟର୍ କୃପାସିନ୍ଧୁ ଚରିତ୍ରରେ ଅଭିନୟ କରିଛନ୍ତି । ସେ ତୁଳସୀ ଗଣନାଟ୍ୟ ମଧ୍ୟ ଅଭିନୟ କରିଛନ୍ତି । ୨୦୧୪ରେ "ଚୁପ୍‍ଚାପ୍‍ ରାତି ଟୁପ୍‍ଟାପ୍‍ କଥା"ରେ କମଳଲୋଚନ, "ଅାସିଛି ମଙ୍ଗଳ ଗ୍ରହର ଝିଅ"ରେ ରୁଦ୍ରପ୍ରସାଦ ସାମନ୍ତରାୟ, "ବାସନ୍ତୀର ଚିଠି ମୁଖ୍ୟମନ୍ତ୍ରୀଙ୍କୁ'ରେ ମଧୁ ମହାପାତ୍ର, "ଲେଡି ଡନ୍‍'ରେ କୃତିବାସ କରଶର୍ମା ଚରିତ୍ରରେ ଅଭିନୟ କରିଥିଲେ । [୧]

ସମ୍ମାନ ସମ୍ପାଦନା

ସଂସ୍କୃତି ବିଭାଗ, ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ଯାତ୍ରା ମହୋତ୍ସବରେ ସାମଲ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ । ସେ ପଞ୍ଚସଖା ଯାତ୍ରା ଏକାଡେମି ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ଦାସ ଯାତ୍ରା କଳା ସମ୍ମାନରେ ସମ୍ମାନିତ ହେବାକୁ ମନୋନୀତ ହୋଇଛନ୍ତି । [୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ବାରିକ, ଭରତ ଚନ୍ଦ୍ର (୩୦ ନଭେମ୍ବର ୨୦୧୪). "୪୦ ବର୍ଷରେ ବ୍ରହ୍ମାନନ୍ଦଙ୍କ "ଯାତ୍ରା"" (PDF). ସମ୍ବାଦ. Retrieved ୩ ଡିସେମ୍ବର ୨୦୧୪. {{cite news}}: Check date values in: |accessdate= and |date= (help)[permanent dead link]