ବ୍ଯାକ୍ଟେରୀୟ ବାହ୍ଯଝିଲ୍ଲୀ

ବ୍ଯାକ୍ଟେରୀୟ ବାହ୍ଯଝିଲ୍ଲୀ ଗ୍ରାମ-ବିରୋଧୀ ବ୍ଯାକ୍ଟେରୀଆମାନଙ୍କରେ ଦେଖାଯାଏ। ଏହାର ଗଠନ ସାଧାରଣ କୋଷଝିଲ୍ଲୀଠାରୁ ଭିନ୍ନ। ବାହ୍ଯଝିଲ୍ଲୀର ବାହ୍ଯ ଭାଗରେ ଲିପୋବହୁଶର୍କରାରେ ନିର୍ମିତ କଣ୍ଟାକୃତି ପ୍ରତ୍ଯଙ୍ଗ ରହିଥାଏ ଯାହା ଅନ୍ତର୍ବିଷ ପରି କାମ କରେ।[ଆଧାର ଲୋଡ଼ା]

ଗ୍ରାମ୍-ବିରୋଧୀ କୋଷାବରଣର ଗଠନ

ଜଳଭୀତିଅଣୁ

ଛାଞ୍ଚ:Infobox protein family ଛାଞ୍ଚ:Infobox protein family ଏହି ସ୍ତରରେ ପୋରିନ୍ ମିଳିଥାଏ। [୧]

ଡାକ୍ତରୀ ମହତ୍ତ୍ବ ସମ୍ପାଦନା

ଯଦି , ଲିପୋବହୁଶର୍କରାର ଏକ ଅଂଶ ମେଦ କ ଶରୀରର ସଞ୍ଚାଳନ ତନ୍ତ୍ରରେ ପ୍ରବେଶ କରେ, ତେବେ ଏହା ଟୋଲ ପରି ପ୍ରାପକ TLR 4 ସହ ପ୍ରତିକ୍ରିୟା କରି ଏକ ବିଷ ପ୍ରକ୍ରିୟା ଆରମ୍ଭ କରିଦିଏ।[ଆଧାର ଲୋଡ଼ା] ମେଦ କ ରୋଗଜନକ କିନ୍ତୁ ପ୍ରତିରୋଧ-ଜନକ ନୁହେଁ। ଅପର ପକ୍ଷରେ ବହୁଶର୍କରା ପ୍ରତିରୋଧ-ଜନକ କିନ୍ତୁ ରୋଗଜନକ ନୁହେଁ। ଫଳ ସ୍ୱରୂପ ଏହା ପ୍ରତିରୋଧତନ୍ତ୍ରଠାରୁ ଶକ୍ତିଶାଳୀ ପ୍ରତିରୋଧ ପ୍ରକାଶ କରାଏ। ପୀଡ଼ିତ ବ୍ଯକ୍ତିର ତାପମାତ୍ରା ଓ ଶ୍ୱାସକ୍ରିୟାରେ ବୃଦ୍ଧି ଘଟେ ଏବଂ ରକ୍ତଚାପ କମିଯାଏ। ଏହା ମଧ୍ୟ ଅନ୍ତର୍ବିଷୀୟ ସ୍ତବ୍ଧତାରେ ପରିଣତ ହୋଇ ରୋଗୀକୁ ମୃତ୍ୟୁ ମୁଖେ ଠେଲିଦିଏ।[ଆଧାର ଲୋଡ଼ା]

ଜୈବ-ସଂଶ୍ଳେଷଣ ସମ୍ପାଦନା

ବାହ୍ୟଝିଲ୍ଲୀର ଜୈବ-ସଂଶ୍ଳେଷଣ ପାଇଁ ପ୍ରେତ୍ୟକ ଅଂଶଗୁଡିକୁ, ସେଗୁଡିକର ନିର୍ମାଣ ସ୍ଥାନରୁ ଅନ୍ତର୍ଝିଲ୍ଲୀର ଜଳଭୀତିକଜଳପ୍ରୀତିକ ଦ୍ୱାର ଦେଇ ବାହାରକୁ ଅଣାଯାଏ। ଏହି ପ୍ରକ୍ରିୟାର କାର୍ଯ୍ୟଶୈଳୀ ଓ ଶକ୍ତି ଉତ୍ସ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। କୋଷଜୀବକ ଆଡକୁ ଥିବା ଅନ୍ତର୍ଝିଲ୍ଲୀର ପୃଷ୍ଠଭାଗରେ କ-ମେଦର କେନ୍ଦ୍ରର ଅଧାଭାଗ ଏବଂ ଓ-ପ୍ରତିଜୀବକ ପୁନରାବୃତ୍ତି ଏକକର ସଂଶ୍ଳେଷଣ ହୁଏ।[୨] ପରେ ସେ ଦୁହିଁଙ୍କୁ ଦୁଇଟି ଭିନ୍ନ ବାଟ ଦେଇ ବାହାରକୁ ନିଆଯାଏ।[୩] ସେ ଦୁଇଟି ବାଟ ବା ନିର୍ଯ୍ୟାତ-ପ୍ରଣାଳୀ ହେଲା- ଓ-ପ୍ରତିଜୀବକ ନିର୍ଯ୍ୟାତକ Wzx ଏବଂ ଏଟିପି ବନ୍ଧନ କ୍ଯାସେଟ୍ ନିର୍ଯ୍ୟାତକ (ABC ନିର୍ଯ୍ୟାତକ) Msba।[୪]

ଆଧାର ସମ୍ପାଦନା

  1. van der Ley P, Heckels JE, Virji M, Hoogerhout P, Poolman JT (September 1991). "Topology of outer membrane porins in pathogenic Neisseria spp". Infection and Immunity. 59 (9): 2963–71. doi:10.1128/IAI.59.9.2963-2971.1991. PMC 258120. PMID 1652557.
  2. Feldman MF, Marolda CL, Monteiro MA, Perry MB, Parodi AJ, Valvano MA (December 1999). "The activity of a putative polyisoprenol-linked sugar translocase (Wzx) involved in Escherichia coli O antigen assembly is independent of the chemical structure of the O repeat". J. Biol. Chem. 274 (49): 35129–38. doi:10.1074/jbc.274.49.35129. PMID 10574995.
  3. Liu D, Cole RA, Reeves PR (April 1996). "An O-antigen processing function for Wzx (RfbX): a promising candidate for O-unit flippase". J. Bacteriol. 178 (7): 2102–7. doi:10.1128/jb.178.7.2102-2107.1996. PMC 177911. PMID 8606190.
  4. Doerrler WT, Reedy MC, Raetz CR (April 2001). "An Escherichia coli mutant defective in lipid export". J. Biol. Chem. 276 (15): 11461–4. doi:10.1074/jbc.C100091200. PMID 11278265.