ଏହା ଏକ କଥା , ଯାହା ପରିସ୍ଥିତି, ଭାବନା ଓ ତା'ର ସ୍ୱତନ୍ତ୍ର ଅବସ୍ଥାକୁ ବୁଝାଏ । ସାଧାରଣତଃ ବୋଲିକୁ ଗୀତ ଆକାରରେ ଜଣେ ମହିଳାଙ୍କଦ୍ୱାରା ବୋଲାଯାଏ ଓ ପରେ ଅନ୍ୟ ବାଳିକାମାନେ ପାଳି ଧରନ୍ତି ।

ଏହି ବୋଲିଗୁଡ଼ିକ ପିଢି ପରେ ପିଢି କଥା ଆକାରରେ ଚଳି ଆସିଥାଏ ।ଏହା ଏକ କ୍ରମାଗତ ଓ ସଫଳ ଶୃଙ୍ଖଳ ତିଆରି କରେ ଓ ପ୍ରତ୍ୟେକ ପିଢି ଏହାର ପୂର୍ବ ପିଢିଠାରୁ ଏହା ଶିକ୍ଷା ଲାଭ କରିଥାଏ । ଏହି ପଦ୍ଧତିରେ ବୋଲିଗୋଡ଼ିକ ବହୁ ବର୍ଷରୁ ଚାଲିଆସିଛି ।ବର୍ତ୍ତମାନ ବୋଲିଗୁଡ଼ିକ ଭାଙ୍ଗରା ଗୀତ ସହ ମିଶି ସମଗ୍ର ପୃଥିବୀ ଯଥା: ଉତ୍ତର ଆମେରିକା, ଗ୍ରେଟ ବ୍ରିଟେନ, ଅଷ୍ଟ୍ରେଲିଆ ଓ ନ୍ୟୁ ଜିଲାଣ୍ଡ ପ୍ରଭୃତିକୁ ପ୍ରସାରିତ ହୋଇଛି ଏବଂ ସମସ୍ତ ସଂସ୍କୃତି ସ‌ହ ମିଶିଯାଇଛି ।ଏହା ଏକ ଆଧୁନିକ, ସ‌ହରୀ ଶୈଳୀର ଭାଙ୍ଗରା ତିଆରି କରିଛି, ଯାହା ଉତ୍ତର ଭାରତୀୟଙ୍କଦ୍ୱାରା ମୁଖ୍ୟତଃ ଆଦୃତି ଲାଭ କରିଛି ।

କଳାକାରମାନେ ଯଥା: ଆର୍‌ଡ଼ିବି; ଯୁକ୍ତରାଜ୍ୟର ସ‌ହର ଶୈଳୀର ହିପ୍-ହପ୍ ଗୀଟକୁ ପାରମ୍ପରିକ ପଞ୍ଜାବୀ ଧୂନ୍ ସ‌ହ ମିଶାଇ ନୂଆ ଭାଙ୍ଗରା ଗୀତ କରିଛନ୍ତି ।

ଯଦିଓ ମୁଖ୍ୟତଃ ମହିଳାମାନେ ବୋଲି ଗାଆନ୍ତି, ପୁରୁଷମାନେ ମଧ୍ୟ କରନ୍ତି । ଆର୍‌ଡ଼ିବିଙ୍କ ସଫଳ ବୋଲି କୁଲ‌ୱିନ୍ଦର ଧିଲୋଂ ଗୀତ ପ୍ରକାଶ ହୋଇଥିଲା ।[]

"ଜାଗୋ", ଯାହା ବିବାହ ପୂର୍ବର ରାତି, ଯେଉଁଥିରେ ପରିବାରର ସମସ୍ତ ସଦସ୍ୟ ଯୋଗ ଦେଇଥାନ୍ତି, ଏକାଠି ହୋଇ ବୋଲିବୋଲିଥାଆନ୍ତି । ରାତିର ପ୍ରଥମ ବୋଲି ଜାଗୋ ଆୟା ବୋଲାଯାଏ, ଯାହା ତଳେ ବର୍ଣ୍ଣନା କରାଯାଇଛି:

ଜଟ୍ଟା ଜାଗ ଭେ - ତମେ ସବୁ ଜାଠ ଉଠ
ହୁଁ ଜାଗୋ ଆୟା- ଜାଗୋ ଆସିଛି ସେଥିପାଇଁ
ଶାୱା ୱେ ହୁଁ ଜାଗୋ ଆୟା - ଟିକେ ଦେଖ, ଜାଗୋ ଆସିଛି
ଲୋରୀ ଦେ କେ ପାୟା
ଉଠ ପୌ ଗି
ଆଡ଼ିୟା କରୁ ଗି
ଛୁକନି ପାଉ ଗି
ଜାଗୋ ଆୟା
ଜଟ୍ଟା ଜାଗ ୱେ
ହୁଁ ଜାଗୋ ଆୟା"

ଯଦିଓ ସାଧାରଣତଃ ମହିଳାମାନେ ଗିଢା ନାଚ କରନ୍ତି ଓ ବୋଲ ବୋଲନ୍ତି, ତଳ ପଞ୍ଜାବର ମାଲବା ଅଞ୍ଚଳରେ ପୁରୁଷମାନେ ମଧ୍ୟ ବୋଲି ବୋଲନ୍ତି । ସେମାନେ ମଧ୍ୟ ଏହା ସହିତ ଭାଙ୍ଗରା ନୃତ୍ୟ କରନ୍ତି ।

ବୋଲି ପଞ୍ଜାବୀ ପୂର୍ବ ପୁରୁଷଙ୍କଦ୍ୱାରା ଆରମ୍ଭ ହୋଇଥିଲା । ସେମାନଙ୍କ ମହିଳାମାନେ ନିଜ ଭାବନା ଜଣାଇବା ପାଇଁ କିମ୍ବା ମଜା କରିବା ପାଇଁ ବୋଲୁଥିଲେ । ଆଜିକାଲି ଏହା ଖୁବ୍ ଲୋକପ୍ରିୟ ।

ବୋଲିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଝିଅମାନେ ବିଭିନ୍ନ ରଙ୍ଗରେ ସାଲବାର କମିଜକୁ ରଙ୍ଗ କରନ୍ତି । ଯେଉଁ ପୋଷାକ ଯେତେ ଉଜ୍ଜ୍ୱଳ, ସେ ନର୍ତ୍ତକୀ ସେତେ ଅଧିକ ଭଲ ଦେଖାଯାଏ ।

ଲୋକନୃତ୍ୟରେ ବୋଲି ଥାଏ । ଏହି ବୋଲିଗୁଡିକ ନର୍ତ୍ତକୀମାନଙ୍କୁ ପ୍ରେରଣା ଦିଏ ।

ଏଗୁଡିକ ପାରମ୍ପରିକ, ମାତ୍ର ସମୟ ସେମାନଙ୍କୁ ପରିବର୍ତ୍ତନ କରିଛି ।ପୂର୍ବ ବୋଲିଗୁଡିକ ପେଶାଗତ ଭାବେ ତିଆରି କରାଯାଉନଥିଲା । ଏପରିକି କୃଷକ ମଧ୍ୟ ତିଆରି କରି ପାରୁଥିଲା । ସେମାନଙ୍କ ଗୋଟିଏ ସ୍ୱତନ୍ତ୍ର ତାଳ ଥିଲା ଏବଂ ବ‌ହୁତ ସମୟରେ ସେମାନେ ଅର୍ଥହୀନ ଗୀତରେ ଅର୍ଥ ଦେଉଥିଲା । ଅଧିକାଂଶ ଲୋକନୃତ୍ୟ ବୃତ୍ତ ମଧ୍ୟରେ ହୁଏ ।

ଗିଢା ନୃତ୍ୟ ବେଳେ ମହିଳାମାନେ ଢୋଲ୍‌କା (ବାଜା), ଘଡା (ମାଠିଆ) ବା ତାଳିର ତାଳରେ ଗୀତ ବୋଲିଥାଆନ୍ତି ।ଏମାନଙ୍କର ଦଳପତି ବୋଲି ବୋଲିଥାଏ ।ଘଡାକୁ ଗୋଟିଏ ଛୋଟ ପଥର ବା ମୁଦି ସାହାଯ୍ୟରେ ଧୀରେ ବାଡ଼େଇ ବଜାଯାଏ । ଏହା ଅନନ୍ଦର ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ।