ବୋର୍ରା ଗୁମ୍ଫା
ବୋର୍ରା ଗୁମ୍ଫା (ତେଲୁଗୁ:"ବୋର୍ରା ଗୁହାଲୁ") ଭାରତୀୟ ରାଜ୍ୟ ଆନ୍ଧ୍ର ପ୍ରଦେଶର ଅନନ୍ତଗିରି ଅଞ୍ଚଳରେ ଥିବା ଏକ ଗୁମ୍ଫା । ଆଦିବାସୀ ଓଡ଼ିଆରେ 'ବୋରା' କହିଲେ ଖାଲକୁ ବୁଝାଏ ଯାହା ଗୁମ୍ଫା ବାହାରେ ଥିବା ସରକାରୀ ଫଳକରେ ମଧ୍ୟ ଉଲ୍ଲିଖିତ । ଏହି ଗୁମ୍ଫା ଖୋଦିତ ଓ ଭାରତର ଉଭୟ ବୃହତ୍ତମ ଏବଂ ଗଭୀରତମ ଗୁମ୍ଫା ।[୧][୨] ଏହା ସମୁଦ୍ରପତ୍ତନଠାରୁ ୨,୩୧୩ ଫୁଟ ଉଚ୍ଚରେ ରହିଛି । ଗୁମ୍ଫାଗୁଡ଼ିକ ଏଠାରେ ପ୍ରାୟତଃ ଚୂନପଥରରେ [୩][୪] ଓ ସ୍ଥଳ ବିଶେଷରେ ଏହା ସମୁଦ୍ର ପତ୍ତନଠାରୁ ୨୬୦ ଫୁଟ ତଳେ ରହିଛି ।
Borra Caves
ବୋରା ଗୁଂଫା (Borra Guhalu) | |
---|---|
Country | India |
State | Andhra Pradesh |
District | Visakhapatnam |
Area | |
• Land | ୦.୮ sq mi (୨ km2) |
Elevation | ୨୩୧୩ ft (୭୦୫ m) |
Located in Borra village in the Ananthagiri hills of Eastern Ghats |
ଆବିଷ୍କାର
ସମ୍ପାଦନା୧୮୦୭ ମସିହାରେ ବ୍ରିଟିଶ ଭାରତୀୟ ଭୌଗୋଳିକ ସର୍ଭେ ବିଭାଗ ତରଫରୁ ୱିଲିୟମ କିଙ୍ଗ ଏହାକୁ ଆବିଷ୍କାର କରିଥିଲେ ।[୫]
କିମ୍ବଦନ୍ତୀ
ସମ୍ପାଦନାଏହି ଅଞ୍ଚଳରେ ରହୁଥିବା ଜଟାପୁ , ପରଜା , କୋଣ୍ଡାଡୋରା, ନୁକାଡୋରା ବାଲ୍ମୀକି ଆଦି ଆଦିବାସୀ ସମୁଦାୟରେ ଅନେକ ଲୋକକଥା ପ୍ରଚଳିତ । ଏଥିମଧ୍ୟରୁ ଏକ ଲୋକକଥା ଅନୁସାରେ ଏକ ଗାଈ ଗୁମ୍ଫା ନିକଟରେ ଚରୁ ଥିବା ବେଳେ ୨୦୦ ଫୁଟ ତଳକୁ ପଡ଼ିଗଲା । ଗାଈ ଜଗୁଆଳୀ ପିଲାଟିଏ ଆସି ସେହି ଗାତ ଭିତରକୁ ଶିବ ଲିଙ୍ଗ ଆକାରର ଏକ ପଥର ଶିବଙ୍କୁ ସ୍ମରଣ କରି ଗାଈକୁ ବଞ୍ଚାଇବାକୁ ପକାଇଲା । ଶିବ ସେଠାରେ ପ୍ରକଟ ହୋଇ ଗାଈକୁ ବଞ୍ଚାଇଲେ । ସେହି ଦିନରୁ ଲୋକେ ସେହି ସ୍ଥଳରେ ଏକ ଛୋଟ ଶିବ ମନ୍ଦିର ନିର୍ମାଣ କରିଥିଲେ ଓ ଭକ୍ତମାନେ ଆସି ଉପାସନା କଲେ ।[୫]
ଆଧାର
ସମ୍ପାଦନା- ↑ Engineering and Environmental Impacts of Sinkholes and Karst by Barry F. Beck, Adrianne Hagen, Florida Sinkhole Research, pages 392. Taylor & Francis. 1 January 1989. ISBN 978-90-6191-987-2. Retrieved 14 February 2009.
- ↑ File:Borra Caves Info board.
- ↑
{{cite web}}
: Empty citation (help) - ↑ ୫.୦ ୫.୧
{{cite web}}
: Empty citation (help)
ରଚନା
ସମ୍ପାଦନା- Ramesh Y (1990). Geomorphic Studies in Upper Gostani River Basin with Special References to Borra (Karst) Caves Visakhapatnam District, A.P., India, India.
- Le Bas, M.J., Subbarao, K.V. and Walsh, J.W. Metacarbonatite or marble? – the case of the carbonate, pyroxenite, calcite-apatite rock complex at Borra, Eastern Ghats, India, Journal of Asian Earth Sciences, 20, 2002, 127–140.
ବାହାର ଲିଙ୍କ
ସମ୍ପାଦନା- Caves Biology (Biospeleology) in India
- Borra Caves Photographs, 2011 Archived 2014-03-31 at the Wayback Machine.
- VIZAGWAVES – Borra Caves Picture Gallery Archived 2008-09-28 at the Wayback Machine.
- Borra Caves from showcaves.com
- Borra Caves from go2india.in
- Borra Caves from discovervizag.in Archived 2017-03-04 at the Wayback Machine.