ବଡ଼ ଦେଉଳ ବେହରଣ ଦ୍ୱାରର ବାମପଟେ ରହିଛି ଦକ୍ଷିଣୀଘର । ଏହି ଦକ୍ଷିଣୀ ଘରକୁ ପୂର୍ବରୁ ବେହରଣ ବୋଲି କୁହାଯାଉଥଲା ।

ଇତିହାସ, ଜନଶ୍ରୁତି ଓ ବ୍ୟବହାର ସମ୍ପାଦନା

ବେହରଣ ହେଉଛି ଗଜପତି ମହାରାଜାଙ୍କ ମନ୍ଦିର କଚେରି । ରାଜା ମନ୍ଦିର ଚଳାଉଥିବା ବେଳେ ଏହିଠାରେ ଆସି କଚେରି କରୁଥିଲେ । ଜଗନ୍ନାଥଙ୍କ ସକାଳୁ ପହୁଡ଼ ପର୍ଯ୍ୟନ୍ତ ନୀତିକୁ ବ୍ରାହ୍ମଣ ଓ ନାୟକମାନେ ଦେଖୁଥିଲେ । ଏହି ବ୍ରାହ୍ମଣ ଓ କରଣମାନେ ଆସି ସେହି ବେହରଣରେ ଦେଉଳକରଣଙ୍କୁ ଜଣାଉଥିଲେ । ଦେଉଳକରଣ ସମସ୍ତ ତଥ୍ୟ ନେଇ ରାଜାଙ୍କୁ ଦେଉଥିଲେ । ରାଜା ବଡ଼ଦେଉଳକୁ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରନ୍ତି । ଦକ୍ଷିଣ ଦ୍ୱାରରେ ପ୍ରବେଶ କରିବା ପରେ ମୁକ୍ତିମଣ୍ଡପ ଦେଇ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ବେହରଣରେ ଆସି ବସନ୍ତି । ସେହିଠାରେ ମନ୍ଦିରର ସବୁ ହିସାବ ନିକାଶ କରାଯାଏ । କେଉଁ ସେବକଙ୍କର କି ସମସ୍ୟା ରହିଛି ? କିଏ କି ସମସ୍ୟାରେ ପଡ଼ିଛି ? ଠାକୁରଙ୍କ ରୀତିନୀତିର କିଛି ସମସ୍ୟା ରହିଛି କି ? କିଏ କ’ଣ କରିଛି ? କିଏ ଭୁଲ କରିଛି କି ? କିଏ ଭଣ୍ଡ (ଠକିବା) କାମ କରିଛି କି ? ଏମିତି ସବୁ ବିଷୟରେ ସେ ତଦାରଖ କରନ୍ତି । ଯଦି କେହି ଭୁଲ କରନ୍ତି, ତେବେ ଡାକୁଆଦ୍ୱାରା ତାଙ୍କୁ ଏହି ବେହରଣକୁ ଡକାନ୍ତି । ସେହିଠାରେ ଦଣ୍ଡବିଧାନ ମଧ୍ୟ ହୁଏ ।

ବର୍ତ୍ତମାନ ସ୍ଥିତି ସମ୍ପାଦନା

ଏହା ଗଜପତିଙ୍କ ମନ୍ଦିର କଚେରୀ ଥିଲା ବୋଲି ଅନେକେ କହନ୍ତି । ହେଲେ, ଏବେ ଆଉ ଏହି ବେହରଣରେ କଚେରି ବସୁନାହିଁ । ଏହା କେବଳ ବିଜେପ୍ରତିମାଙ୍କ ଆସ୍ଥାନ ଘର ହୋଇ ରହିଯାଇଛି ।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

ଅଧିକ ତଥ୍ୟ ସମ୍ପାଦନା