ବେରାକ୍ଟାଣ୍ଟ

ଏହା ଏକ ଔଷଧ ଯାହା ନବଜାତ ଶିଶୁମାନଙ୍କଠାରେ ଶ୍ୱାସକ୍ରିୟାର ଅସୁବିଧାକୁ (ରେସ୍ପିରେଟୋରୀ ଡିଷ୍ଟ୍ରେସ ସିଣ୍ଡ୍ରୋ

ବେରାକ୍ଟାଣ୍ଟ, ଏକ ବେପାର ନାମ ସୁରଭାଣ୍ଟା, ହେଉଛି, ଏକ ଔଷଧ ଯାହା ନବଜାତ ଶିଶୁମାନଙ୍କଠାରେ ଶ୍ୱାସକ୍ରିୟାର ଅସୁବିଧାକୁ (ରେସ୍ପିରେଟୋରୀ ଡିଷ୍ଟ୍ରେସ ସିଣ୍ଡ୍ରୋମ) ରୋକିବା ଏବଂ ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ନିର୍ଦ୍ଦିଷ୍ଟ ଭାବରେ ଏହା ଯେଉଁମାନେ ଅକାଳରେ ଜନ୍ମ ହୁଅନ୍ତି ସେମାନଙ୍କଠାରେ ବ୍ୟବହୃତ ହୁଏ । [୧] ଏହା ଶ୍ୱାସନଳୀରେ (ଟ୍ରାକିଆରେ) ଦିଆଯାଏ । [୧] ପ୍ରଭାବ କିଛି ମିନିଟ୍ ମଧ୍ୟରେ ଆରମ୍ଭ ହୁଏ ଏବଂ ୩ ଦିନ ପର୍ଯ୍ୟନ୍ତ ରହିପାରେ । [୧]

ବେରାକ୍ଟାଣ୍ଟ
Clinical data
Trade namesSurvanta, Alveofact
AHFS/Drugs.commonograph
Routes of
administration
In the trachea[୧]
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Onset of actionWithin minutes[୧]
Duration of action2 to 3 days[୧]
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ହୃଦ୍‌ଗତି ହାର, କମ୍ ଅମ୍ଳଜାନ, ନିମ୍ନ ରକ୍ତଚାପ, ଉଚ୍ଚ ରକ୍ତଚାପ, ଶ୍ୱାସରୋଧ ଏବଂ ଏଣ୍ଡୋଟ୍ରାକିଆଲ ନଳୀ ଅବରୋଧ ହୋଇପାରେ । [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସେପ୍ସିସ ହୋଇପାରେ । [୧] ଏହା ଗାଈରୁ ଉତ୍ପନ୍ନ ଏକ ଫୁସଫୁସ ଆର୍ଦ୍ରକ (ପଲମୋନାରି ସର୍ଫାକ୍ଟାଣ୍ଟ) । [୧]

୧୯୯୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ବେରାକ୍ଟାଣ୍ଟ ଅନୁମୋଦିତ ହୋଇଥିଲା। [୧] ଯୁକ୍ତରାଷ୍ଟରେ ୧୦୦ମିଗ୍ରା ଔଷଧର ମୂଲ୍ୟ ୨୦୨୨ରେ ୪୦୦ ଡଲାର ଥିଲା । [୨]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Beractant Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 10 January 2022.
  2. "Survanta Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 January 2021. Retrieved 10 January 2022.