ବେବି ରାଣୀ ମୌର୍ଯ୍ୟ
ବେବି ରାଣୀ ମୌର୍ଯ୍ୟ (ଜନ୍ମ ୧୫ ଅଗଷ୍ଟ ୧୯୫୬) ଜଣେ ଭାରତୀୟ ରାଜନେତ୍ରୀ, ୨୬ ଅଗଷ୍ଟ ୨୦୧୮ ପରଠାରୁ ଉତ୍ତରପ୍ରଦେଶର ସପ୍ତମ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ । ୧୯୯୦ ଦଶକ ପୂର୍ବରୁ ସେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ରାଜନୀତିରେ ପ୍ରବେଶ କରିଥିଲେ । ସେ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ଆଗ୍ରାର ପ୍ରଥମ ମହିଳା ମେୟର ଥିଲେ । ୨୦୦୨ରୁ ୨୦୦୫ ପର୍ଯ୍ୟନ୍ତ ସେ ଜାତୀୟ ମହିଳା ଆୟୋଗରେ କାର୍ଯ୍ୟ କରିଥିଲେ ।
ବେବି ରାଣୀ ମୌର୍ଯ୍ୟ | |
---|---|
୭ମ ରାଜ୍ୟପାଳ, ଉତ୍ତରାଖଣ୍ତ | |
Assumed office ୨୬ ଅଗଷ୍ଟ ୨୦୧୮ | |
ମୁଖ୍ୟମନ୍ତ୍ରୀ | ତ୍ରୀଭେନ୍ଦ୍ର ସିଂ ରାବତ |
ପୂର୍ବ ଅଧିକାରୀ | କୃଷ୍ଣ କାନ୍ତ ପାଲ |
Member of the National Commission for Women | |
କାର୍ଯ୍ୟକାଳ ୨୦୦୨-୨୦୦୫ | |
ମେୟର ଆଗ୍ରା | |
କାର୍ଯ୍ୟକାଳ ୧୯୯୫-୨୦୦୦ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୫ ଅଗଷ୍ଟ ୧୯୫୬ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଘର | ରାଜ ଭବନ, ଡ଼େହରାଡ଼ୁନ |
ଜୀବନୀ
ସମ୍ପାଦନାବେବି ରାଣୀ ୧୫ ଅଗଷ୍ଟ ୧୯୫୬ରେ ଜନ୍ମଗ୍ରହଣ କରିଥିଲେ । ସେ କଳା ବିଜ୍ଞାନରେ ସ୍ନାତକୋତ୍ତର ଏବଂ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।[୧]
ବ୍ୟାଙ୍କ ଅଧିକାରୀ ପ୍ରଦିପ କୁମାର ମୌର୍ଯ୍ୟଙ୍କ ସହିତ ବିବାହ ପରେ ୧୯୯୦ ଦଶକରେ ବେବି ରାଣୀ ରାଜନୀତିରେ ସକ୍ରିୟ ହୋଇଥିଲେ । ମୌର୍ଯ୍ୟ ଭାରତୀୟ ଜନତା ପାର୍ଟି (ବିଜେପି)ର କର୍ମକର୍ତ୍ତା ଭାବରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୫ରେ ସେ ବିଜେପି ଟିକେଟରେ ଆଗ୍ରା ମେୟର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ବହୁମତରେ ଜିତିଥିଲେ । ସେ ଆଗ୍ରାର ପ୍ରଥମ ମହିଳା ମେୟର ହୋଇଥିଲେ ଏବଂ ୨୦୦୦ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ ।[୨][୩][୨][୪]
୧୯୯୭ରେ, ମୌର୍ଯ୍ୟଙ୍କୁ ବିଜେପିର ଅନୁସୂଚିତ ଜାତି (ଏସସି) ୱିଙ୍ଗର ଅଫିସ୍ ଧାରକ ଭାବରେ ନିଯୁକ୍ତ କରାଯାଇଥିଲା ।[୨][୧]ବର୍ତ୍ତମାନ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେତେବେଳେ ଏସସି ୱିଙ୍ଗର ଚେୟାରମ୍ୟାନ୍ ଥିଲେ । ଏହି ୱିଙ୍ଗର ଅଫିସ୍ ଧାରକ ଭାବରେ ସେ ଉତ୍ତରପ୍ରଦେଶରେ ଅନୁସୂଚିତ ଜାତିର ସଦସ୍ୟଙ୍କ ମଧ୍ୟରେ ବିଜେପିର ଯୋଗଦାନକୁ ଦୃଢ଼ କରିବା ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୦୧ରେ, ତାଙ୍କୁ ଉତ୍ତରପ୍ରଦେଶ ସାମାଜିକ କଲ୍ୟାଣ ବୋର୍ଡର ସଦସ୍ୟ କରାଯାଇଥିଲା । ଦଳିତ ମହିଳାଙ୍କ ସଶକ୍ତିକରଣ ଦିଗରେ ତାଙ୍କର ପ୍ରୟାସକୁ ସ୍ୱୀକୃତି ଦେଇ ୨୦୦୨ରେ ତାଙ୍କୁ ଜାତୀୟ ମହିଳା ଆୟୋଗର ସଦସ୍ୟ କରାଯାଇଥିଲା । ସେ ୨୦୦୫ ପର୍ଯ୍ୟନ୍ତ ଆୟୋଗରେ କାର୍ଯ୍ୟ କରିଥିଲେ ।
୨୦୦୭ ଉତ୍ତରପ୍ରଦେଶ ବିଧାନ ସଭା ନିର୍ବାଚନରେ ଏଟମାଡପୁର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିଜେପି ମୌର୍ଯ୍ୟଙ୍କୁ ମନୋନୀତ କରିଥିଲା; ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବହୁଜନ ସମାଜ ପାର୍ଟିର ନାରାୟଣ ସିଂ ସୁମନଙ୍କଠାରୁ ବହୁକମ ଭୋଟରେ ହାରିଯାଇଥିଲେ । ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ସେ ରାଜ୍ୟ ସ୍ତରୀୟ ଦାୟିତ୍ୱରେ ନିୟୋଜିତ ଥିଲେ । ଜୁଲାଇ ୨୦୧୮ରେ, ତାଙ୍କୁ ଶିଶୁ ଅଧିକାର ସୁରକ୍ଷା ରାଜ୍ୟ ଆୟୋଗର ସଦସ୍ୟ କରାଯାଇଥିଲା ।
୨୧ ଅଗଷ୍ଟ ୨୦୧୮ ରେ, ମୌର୍ଯ୍ୟଙ୍କୁ ଭାରତ ସରକାର ଉତ୍ତରାଖଣ୍ଡର ସପ୍ତମ ରାଜ୍ୟପାଳ ଭାବରେ ନିଯୁକ୍ତ କରିଥିଲେ । ସେ ୨୬ ଅଗଷ୍ଟରେ ଉତ୍ତରପ୍ରଦେଶର ରାଜ ଭବନରେ ଆୟୋଜିତ ଏକ ସମାରୋହରେ ଶପଥ ଗ୍ରହଣ କରିଥିଲେ, ଉତ୍ତରାଖଣ୍ଡର ରାଜ୍ୟପାଳ ହେବାରେ ସେ ଦ୍ୱିତୀୟ ମହିଳା ଥିଲେ: ୨୦୦୯ରେ ନିଯୁକ୍ତ ମାର୍ଗେଟ୍ ଆଲଭା ପ୍ରଥମ ଥିଲେ । ସେ କୃଷ୍ଣ କାନ୍ତ ପାଲଙ୍କ ଉତ୍ତରାଧିକାରୀ ହୋଇଥିଲେ, ଯାହାର କାର୍ଯ୍ୟକାଳ ୮ ଜୁଲାଇରେ ସମାପ୍ତ ହୋଇଥିଲା, କିନ୍ତୁ ତାଙ୍କ ବଦଳି ନିଯୁକ୍ତିରେ ବିଳମ୍ବ ହେତୁ ସେ ୨୫ ଅଗଷ୍ଟ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।
ଆଧାର
ସମ୍ପାଦନା- ↑ ୧.୦ ୧.୧ "Bioprofile of Smt. Baby Rani Maurya, Hon'ble Governor, Uttarakhand". Rajbhawan Uttarakhand. Archived from the original on 27 August 2018.
- ↑ ୨.୦ ୨.୧ ୨.୨ Lavania, Deepak (23 August 2018). "'Uttarakhand governor Baby Rani Maurya a dedicated worker, strict administrator'". The Times of India. Retrieved 26 August 2018.
- ↑ "Baby Rani Maurya To Take Oath As Uttarakhand Governor On 26th August". Uttarakhand News Network. 23 August 2018. Archived from the original on 26 August 2018. Retrieved 26 August 2018.
- ↑ Kumar, Yogesh (22 August 2018). "Former Agra mayor appointed Uttarakhand governor". The Times of India. Retrieved 27 August 2018.