ବେନେଟ୍ଟ ଅସ୍ଥିଭଗ୍ନ

ବେନେଟ୍ଟ ଅସ୍ଥିଭଗ୍ନ ହେଉଛି ଏକ ପ୍ରକାର ଭଙ୍ଗା ଆଙ୍ଗୁଠି ଯାହା ବୁଢା ଆଙ୍ଗୁଠିର ମୂଳରେ ହୋଇ ନ‌କଲ ପର୍ଯ୍ୟନ୍ତ ଯାଇଥାଏ ।[] [] ଲକ୍ଷଣଗୁଡିକ ମଧ୍ୟରେ ସାଧାରଣତଃ ଆଙ୍ଗୁଠି ଫୁଲିଯିବା ଏବଂ ଯନ୍ତ୍ରଣା ହୋଇପାରେ ।[] ସଂପୃକ୍ତ ଆଘାତରେ ଆଙ୍ଗୁଠି କିମ୍ବା ଟ୍ରାପିଅମ ଅସ୍ଥିଭଗ୍ନ ବା ଅଲନାର କୋଲାଟେରାଲ୍ ଲିଗାମେଣ୍ଟ୍ ଆଘାତ ହୋଇପାରେ ।[]

Bennett fracture
Bennett fracture on x-ray
ବିଭାଗPlastic surgery, orthopedics
ଲକ୍ଷଣThumb swelling and pain.[]
ରୋଗ ନିର୍ଣ୍ଣୟ ପଦ୍ଧତିX-rays[]
ସଠିକ ରୋଗ ନିର୍ଣ୍ଣୟRolando fracture, other first metacarpal fractures[]
ଚିକିତ୍ସାSurgery, casting[]
PrognosisGood if bones realigned[]
ପୁନଃପୌନିକRelatively common[]

ଏହାର କାରଣରେ ସାଧାରଣତଃ ଆଙ୍ଗୁଠିର ଲମ୍ବା ଅକ୍ଷରେ ଏକ ଶକ୍ତି ଲାଗିଲେ ଭଗ୍ନ ହୁଏ ।[] ରୋଗ ନିର୍ଣ୍ଣୟ ରଞ୍ଜନରଶ୍ମି ଦ୍ୱାରା ସମର୍ଥିତ ହୁଏ ।[] ପ୍ରାୟ ସବୁବେଳେ କାର୍ପୋମେଟାକାରପାଲ ଗଣ୍ଠି କିଛି ମାତ୍ରାରେ ବିଛିନ୍ନ ହୋଇଥାଏ ।[]

ଏହାର ଚିକିତ୍ସାରେ ପ୍ରାୟ ଅସ୍ତ୍ରୋପଚାର ଆବଶ୍ୟକ ହୁଏ; କିଛି କ୍ଷେତ୍ରରେ ହାଡ଼ଗୁଡିକ ନିଜ ସ୍ଥାନରେ ଥିଲେ ୩ରୁ ୪ସପ୍ତାହ ପର୍ଯ୍ୟନ୍ତ ଏକ ଆଙ୍ଗୁଠି ସ୍ପାଇକାରେ କାଷ୍ଟିଂ କଲେ ଯଥେଷ୍ଟ ହୋଇପାରେ ।[] [] ଯଦି ହାଡ଼ଗୁଡିକ ଚିକିତ୍ସା ଯୋଗୁ ଭଲ ଭାବରେ ନିଜ ସ୍ଥାନରେ ରହିଯାଏ ତେବେ ଫଳାଫାଲ ଭଲ ହୁଏ ।[] ଅନ୍ୟଥା ପରବର୍ତ୍ତୀ ସମୟରେ ଆର୍ଥ୍ରାଇଟିସ ହୋଇ ନିୟମିତ କାର୍ଯ୍ୟ ହ୍ରାସ ହୋଇପାରେ ।[]

ଆଙ୍ଗୁଠିର ମୂଳରେ ସବୁଠାରୁ ସାଧାରଣ ଭଙ୍ଗା ହେଉଛି ବେନେଟ୍ ଭଙ୍ଗା ।[][] ମହିଳାଙ୍କ ତୁଳନାରେ ପୁରୁଷମାନେ ୧୦ ଗୁଣ ଅଧିକ ଆଘାତ ପ୍ରାପ୍ତ ହୁଅନ୍ତି | [] ଏହା ଏଡୱାର୍ଡ ହାଲାରାନ୍ ବେନେଟ୍ଟ ନାମରେ ନାମିତ ହୋଇଛି ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Carter, KR; Nallamothu, SV (January 2024). "Bennett Fracture". StatPearls. PMID 29763211.
  2. ୨.୦ ୨.୧ ୨.୨ ୨.୩ ୨.୪ Mous, Anon Ny. "Bennett fracture | Radiology Reference Article | Radiopaedia.org". Radiopaedia. Archived from the original on 31 December 2023. Retrieved 21 February 2024.
  3. ୩.୦ ୩.୧ ୩.୨ ୩.୩ Goru, P; Haque, S; Verma, GG; Mustafa, A; Ebinesan, A (November 2022). "Bennett's Fracture Management: A Systematic Review of Literature". Cureus. 14 (11): e31340. doi:10.7759/cureus.31340. PMID 36514567.
  4. White, Timothy O.; Mackenzie, Samuel P.; Gray, Alasdair J. (2016). "13. Hand". McRae's Orthopaedic Trauma and Emergency Fracture Management (in ଇଂରାଜୀ) (3rd ed.). Elsevier. pp. 275–277. ISBN 978-0-7020-5728-1. Archived from the original on 22 February 2024. Retrieved 8 September 2022.
  5. Martel, José; Bueno, Angel (2008). "Fractures with names". In Pope, Thomas; Bloem, Hans L.; Beltran, Javier; Morrison, William B.; John, David (eds.). Musculoskeletal Imaging (in ଇଂରାଜୀ) (2nd ed.). Philadelphia: Elsevier. p. 1232.e2. ISBN 978-1-4557-0813-0. Archived from the original on 22 February 2024. Retrieved 11 September 2022.