ବେନଜିର ଭୁଟ୍ଟୋ‌ (ଉର୍ଦ୍ଦୁ: و نظیر) ( ଜନ୍ମ ୨୧ ଜୁନ ୧୯୫୩, କରାଚୀ- ୨୭ ଡିସେମ୍ବର ୨୦୦୭ ରାୱଲପିଣ୍ଡିରେ ମୃତ୍ୟୁ) ପାକିସ୍ଥାନର ଦ୍ୱାଦଶ (୧୯୮୮ ରେ) ଏବଂ ୧୬ ତମ (୧୯୯୩ ରେ) ପ୍ରଧାନମନ୍ତ୍ରୀ ଥିଲେ । ରାୱଲପିଣ୍ଡିରେ ଏକ ରାଜନୈତିକ ରାଲି ପରେ ଆତ୍ମଘାତୀ ବିସ୍ଫୋରଣ ଏବଂ ଗୁଳି ବିନିମୟରେ ତାଙ୍କୁ ହତ୍ୟା କରାଯାଇଥିଲା ।[୧] ପୂର୍ବର ଝିଅ ଭାବେ ଜଣାଶୁଣା ବେନାଜିର ମୁସଲମାନ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ ଏବଂ ଦୁଇଥର ପାକିସ୍ଥାନରୁ ନିର୍ବାଚିତ ହୋଇଥିଲେ । ସେ ପାକିସ୍ଥାନର ପିପୁଲ୍ସ ପାର୍ଟିର ପ୍ରତିନିଧି ତଥା ମୁସଲମାନ ଧର୍ମର ଶିଆ ଶାଖାର ଅନୁଗାମୀ ଥିଲେ ।

ବେନଜିର ଭୁଟ୍ଟୋ‌
بینظیر بھٹو
ପାକିସ୍ଥାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
19 ଅକ୍ଟୋବର 1993 – 5 ନଭେମ୍ବର 1996
ପୂର୍ବ ଅଧିକାରୀମହମ୍ମଦ ଜିୟା,-ଉଲ-ହଫ
ପର ଅଧିକାରୀଗୁଲାମ ମୁସ୍ତାଫା ଜତୋଇ
କାର୍ଯ୍ୟକାଳ
2 ଡିସେମ୍ବର 1988 – 6 ଅଗଷ୍ଟ 1990
ପୂର୍ବ ଅଧିକାରୀମୋଇନ କୁରେଶୀ
ପର ଅଧିକାରୀମୀରାଜ ଖାଲିଦ
ବ୍ୟକ୍ତିଗତ ସବିଶେଷ
ଜନ୍ମ21 ଜୁନ 1953
କରାଚୀ, ପାକିସ୍ଥାନ
ମୃତ୍ୟୁ୨୭ ଡିସେମ୍ବର ୨୦୦୭(2007-12-27) (ବୟସ ୫୪)
ରାବଲପିଣ୍ଡି, ପାକିସ୍ଥାନ
ଜାତୀୟତାପାକିସ୍ଥାନୀ
ରାଜନୀତିକ ଦଳପାକିସ୍ଥାନୀ ପିପୁଲ ପାର୍ଟି
ଜୀବନ ସାଥୀ
ଆସିଫ ଅଲି ଜରଦାର
(m. ୧୯୮୭)
ସମ୍ପର୍କଭୁଟ୍ଟୋ‌ ପରିବାର
ଜରଦାରୀ ପରିବାର
ଶିକ୍ଷାନୁଷ୍ଠାନରେଡ଼କ୍ଲିଫ କଲେଜ
ଲେଡି ମାର୍ଗରେଟ ହଲ, ଅକ୍ସଫୋର୍ଡ
ସେଣ୍ଟ କ୍ୟାଥରିନ କଲେଜ, ଅକ୍ସଫୋର୍ଡ
ସନ୍ତକ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ବେନଜିର ଭୁଟ୍ଟୋ ପାକିସ୍ଥାନର ଜଣେ ଧନୀ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୨]|ସେ ୧୮ ଡିସେମ୍ବର ୧୯୮୭ ମସିହାରେ ଆସିଫ ଅଲି ଜରଦାରୀଙ୍କୁ ବିବାହ କରିଥିଲେ । ଆସିଫ ଅଲି ଜରଦାରୀ ସିନ୍ଧର ଜଣେ ପ୍ରସିଦ୍ଧ ନବାବ, ଶାହା ପରିବାରର ପୁତ୍ର ତଥା ଜଣେ ସଫଳ ବ୍ୟବସାୟୀ ଥିଲେ। ବେନଜିର ଭୁଟ୍ଟୋଙ୍କ ତିନୋଟି ସନ୍ତାନ ଅଛନ୍ତି । ପ୍ରଥମ ପୁଅ ବିଲାୱାଲ ଏବଂ ଦୁଇଟି ଝିଅ ବଖତାୱାର ଏବଂ ଆସିଫା ।

ଶିକ୍ଷା ସମ୍ପାଦନା

ସେ ଲେଡି ଜେନିଙ୍ଗ ନର୍ସରୀ ବିଦ୍ୟାଳୟ ଏବଂ କରାଚୀରେ କନଭେଣ୍ଟ ଯୀଶୁ ଏବଂ ମେରୀ ସ୍କୁଲରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ ।[୩] ୧୫ ବର୍ଷ ବୟସରେ ସେ କରାଚୀ ସ୍କୁଲରୁ ଓ' ସ୍ତରୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । [୪] ୧୬ ବର୍ଷ ବୟସରେ ସେ ଆମେରିକା ଯାଇ ସେଠାରେ ୧୯୬୯ରୁ ୧୯୭୩ ପର୍ଯ୍ୟନ୍ତ ରେଡକଲିଫ କଲେଜରେ ପଢ଼ିଥିଲେ ଏବଂ ପରେ ହାୱାର୍ଡ ୟୁନିଭର୍ସିଟିରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।[୫] ପରେ ସେ ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଆନ୍ତର୍ଜାତିୟ ଆଇନ, ଦର୍ଶନ ଓ ରାଜନୀତି ମଧ୍ୟ ଅଧ୍ୟୟନ କରିଥିଲେ । [୬]ସେ ପ୍ରଥମ ଏସୀୟ ମହିଳା ଯିଏକି ଅକ୍ସଫୋର୍ଡରେ ପଢ଼ୁଥିବା ସମୟରେ ଅକ୍ସଫୋର୍ଡ ୟୁନିଅନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

ପ୍ରଧାନମନ୍ତ୍ରୀ କାଳ ସମ୍ପାଦନା

୧୯୮୮ ମସିହାରେ ସେ ଏକ ବଡ଼ ଭୋଟ ସହିତ ନିର୍ବାଚନ ଜିତି ପାକିସ୍ଥାନର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଏକ ଇସଲାମ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ । ଦୁଇ ବର୍ଷ ପରେ ୧୯୯୦ ମସିହାରେ ତାଙ୍କ ସରକାର ପାକିସ୍ଥାନର ରାଷ୍ଟ୍ରପତି ଗୁଲାମ ଇଶକ ଖାନଙ୍କଦ୍ୱାରା ବରଖାସ୍ତ କରାଯାଇଥିଲା । ୧୯୯୩, ମସିହାରେ ପୁନର୍ବାର ସାଧାରଣ ନିର୍ବାଚନ ଆରମ୍ଭ ହୋଇଥିଲା ଏବଂ ସେ ପୁନର୍ବାର ବିଜୟୀ ହୋଇଥିଲେ ।ଦୁର୍ନୀତି ଅଭିଯୋଗରେ ତାଙ୍କୁ ପୁନର୍ବାର ୧୯୯୬ ମସିହାରେ ବରଖାସ୍ତ କରାଗଲା । ଯେତେବେଳେ ସେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ସେତେବେଳେ ସେ ଲୋକପ୍ରିୟତାର ଶିଖରରେ ଥିଲେ । ତାଙ୍କର ପ୍ରତିଷ୍ଠା ବିଶ୍ୱ ମଞ୍ଚର ଜଣେ ପ୍ରତିଷ୍ଠିତ ମହିଳା ନେତା ଥିଲେ ।

ହତ୍ୟା ସମ୍ପାଦନା

୧୮ ଅକ୍ଟୋବର ୨୦୦୭ ମସିହାରେ ବେନଜିର ଭୁଟ୍ଟୋ ପାକିସ୍ଥାନକୁ ଫେରିବା ସମୟରେ ଏକ ରାଲିରେ ତାଙ୍କ ଉପରେ ଦୁଇଟି ଆତ୍ମଘାତୀ ଆକ୍ରମଣ କରାଯାଇଥିଲା ଯେଉଁଥିରେ ପ୍ରାୟ ୧୪୦ ଜଣଙ୍କର ମୃତ୍ୟୁ ଘଟିଥିଲା, କିନ୍ତୁ ବେନଜିର ବଞ୍ଚି ଯାଇଥିଲେ । କିଛି ଦିନ ପରେ ୨୭ ଡିସେମ୍ବର ୨୦୦୭ ମସିହାରେ ତାଙ୍କୁ ଏକ ନିର୍ବାଚନର ରାଲିରେ ହତ୍ୟା କରାଯାଇଥିଲା । ତାଙ୍କ ମୃତ୍ୟୁ ପାକିସ୍ଥାନରେ ଗଣତନ୍ତ୍ରର ପୁନରୁଦ୍ଧାର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଧାର ସମ୍ପାଦନା

  1. "Benazir Bhutto 'killed in blast'". बीबीसी न्यूज़. 27 दिसंबर 2007. Archived from the original on 31 दिसंबर 2007. Retrieved 27 दिसंबर 2007. {{cite news}}: Check date values in: |access-date=, |date=, and |archive-date= (help); Cite has empty unknown parameter: |5= (help)
  2. "Benazir Bhutto". benazirbhutto.co.uk. 27 दिसंबर 2007. Archived from the original on 29 दिसंबर 2007. Retrieved 27 दिसंबर 2007. {{cite news}}: Check date values in: |access-date=, |date=, and |archive-date= (help); Cite has empty unknown parameter: |5= (help)
  3. "Story of Pakistan — Benazir Bhutto". Archived from the original on 30 दिसंबर 2007. Retrieved 27 दिसंबर 2007. {{cite web}}: Check date values in: |access-date= and |archive-date= (help)
  4. "Bookrags Encyclopedia of World Biography entry". Archived from the original on 17 अक्तूबर 2007. Retrieved 27 दिसंबर 2007. {{cite web}}: Check date values in: |access-date= and |archive-date= (help)
  5. Encyclopædia Britannica entry Archived 23 September 2013[Date mismatch] at the Wayback Machine. via about.com
  6. "WIC Biography - Benazir Bhutto". Archived from the original on 31 दिसंबर 2007. Retrieved 27 दिसंबर 2007. {{cite web}}: Check date values in: |access-date= and |archive-date= (help)