ବେଣୁ ମାଧବ

ଦକ୍ଷିଣ ଭାରତୀୟ ଅଭିନେତା

ବେଣୁ ମାଧବ (୩୦ ଡିସେମ୍ବର ୧୯୬୮ - ୨୫ ସେପ୍ଟେମ୍ବର ୨୦୧୯)[୧] ଜଣେ ଭାରତୀୟ କଥାଚିତ୍ର ଅଭିନେତା, ଦୂରଦର୍ଶନ ଉପସ୍ଥାପକ ଏବଂ ହାସ୍ୟ ଅଭିନେତା ଥିଲେ, ଯିଏକି ମୁଖ୍ୟତଃ ତେଲୁଗୁ, ତାମିଲ ଓ କନ୍ନଡ଼ କଥାଚିତ୍ର ଜଗତରେ କାର୍ଯ୍ୟ କରୁଥିଲେ । ତେଲୁଗୁ କଥାଚିତ୍ର ଜଗତରେ କାର୍ଯ୍ୟ କରୁଥିବା ଅଭିନେତାମାନଙ୍କ ମଧ୍ୟରେ ସେ ଜଣେ ଜଣାଶୁଣା ହାସ୍ୟ ଅଭିନେତା ଥିଲା, ଯିଏକି ୬୦୦ରୁ ଉର୍ଦ୍ଧ୍ୱ ତେଲୁଗୁ କଥାଚିତ୍ରରେ ଅଭିନୟ କରିଥିଲେ ।[୨] ୧୯୯୭ ମସିହାର ତେଲୁଗୁ କଥାଚିତ୍ର ମାଷ୍ଟର ଏବଂ ୧୯୯୮ର ତେଲୁଗୁ କଥାଚିତ୍ର ଥୋଲି ପ୍ରେମା ଭଳି ବଡ଼ ବଡ଼ ସଫଳ ଚଳଚ୍ଚିତ୍ରରେ ସେ ଦୃଷ୍ଟାନ୍ତମୂଳକ ଅଭିନୟ କରିଥିଲେ, ଯାହାକି ତାଙ୍କ ଅଭିନୟ ଜୀବନର ମୋଡ଼ ବଦଳେଇଦେଇଥିଲା ।[୩][୪]

ବେଣୁ ମାଧବ
ଜନ୍ମ(1979-12-30)୩୦ ଡିସେମ୍ବର ୧୯୭୯
କୋଡୋଡ, ସୂର୍ଯ୍ୟପେଟ ଜିଲ୍ଲା, ତେଲେଙ୍ଗାନା, ଭାରତ
ମୃତ୍ୟୁ୨୫ ସେପ୍ଟେମ୍ବର ୨୦୧୯(2019-09-25) (ବୟସ ୫୦)
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ପୁରସ୍କାରନନ୍ଦି ପୁରସ୍କାର

୨୦୦୬ ମସିହାରେ ତାଙ୍କୁ ତେଲୁଗୁ ଚଳଚ୍ଚିତ୍ର ଲକ୍ଷ୍ମୀ ପାଇଁ ରାଜ୍ୟ ନନ୍ଦି ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମିଳିଥିଲା । ତାଙ୍କୁ ଦୁଇଥର ସିନେମାଆ ପୁରସ୍କାର ମଧ୍ୟ ମିଳିଛି ।[୫]

ପ୍ରାରମ୍ଭିକ ଜୀବନ ସମ୍ପାଦନା

ବେଣୁ ମାଧ୍ୟବ ୧୯୬୮ ମସିହାର ଡିସେମ୍ବର ମାସ ୩୦ ତାରିଖରେ ତେଲେଙ୍ଗାନାର ସୁର୍ଯ୍ୟପେଟ ଜିଲ୍ଲାର କୋଡାଡଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଦୁଇଜଣ ଭାଇ ଏବଂ ଦୁଇଜଣ ଭଉଣୀ ଅଛନ୍ତି । ତାଙ୍କ ପତ୍ନୀଙ୍କ ନାମ ଶ୍ରୀ ବାଣୀ ଏବଂ ମାଧବ ସ୍ୱୀକାର ଏବଂ ମାଧବ ପ୍ରଭାକର ନାମକ ତାଙ୍କର ଦୁଇ ପୁଅ ଅଛନ୍ତି ।[୬]

ମୃତ୍ୟୁ ସମ୍ପାଦନା

୨୦୧୯ ମସିହାର ସେପ୍ଟେମ୍ବର ମାସ ୨୫ ତାରିଖରେ ବେଣୁ ମାଧବ ସିକନ୍ଦରାବାଦର ଯଶୋଦା ହସ୍ପାତାଳରେ ମୃତ୍ୟୁବରଣ କରିଥିଲେ ।[୬] ସେ ବୃକକ ଏବଂ କଲିଜ ଜନିତ ସମସ୍ୟା ପାଇଁ ମୃତ୍ୟୁବରଣ କରିଥିଲେ ।[୬]

ଆଧାର ସମ୍ପାଦନା

  1. Venu Madhav breathes his last at 50
  2. "Telugu actor Venu Madhav passes away". September 25, 2019.
  3. "Krishna Reddy's Spell: Comedians to Heroes". Oneindia.in. 11 September 2008. Archived from the original on 18 March 2020. Retrieved 26 September 2010.
  4. ChennaiSeptember 25, India Today Web Desk; September 25, 2019UPDATED:; Ist, 2019 13:26. "Popular Telugu comedian Venu Madhav dies at 39 in Secunderabad". India Today. {{cite web}}: |first3= has numeric name (help)CS1 maint: extra punctuation (link) CS1 maint: numeric names: authors list (link)
  5. "Photos - Telugu Cinema - Cinemaa Awards 2003". www.idlebrain.com.
  6. ୬.୦ ୬.୧ ୬.୨ "Telugu film comedian Venu Madhav critical". September 25, 2019 – via www.thehindu.com.

ବାହାର ଆଧାର ସମ୍ପାଦନା