ବିସ୍ଥାପିତ କାନ୍ଧ ଗଣ୍ଠି

ବିସ୍ଥାପିତ କାନ୍ଧ ଗଣ୍ଠି (dislocated shoulder) କୁହାଯାଏ ଯେତେବେଳେ ହ୍ୟୁମରସ (humerus) ଅସ୍ଥିର ମଥା କାନ୍ଧ ଗଣ୍ଠିରୁ (shoulder joint) ସ୍ଥାନ‌ଚ୍ୟୁତ ହୁଏ ।[୨] ଏହା ଯୋଗୁ କାନ୍ଧରେ ଯନ୍ତଣା ଓ ଅସ୍ଥିର ହୁଏ ।[୨] ଜଟିଳ ବିସ୍ଥାପନରେ ବାଙ୍କାର୍ଟ ଲିଜନ (Bankart lesion), ହିଲ-ସାକସ ଲିଜନ (Hill-Sachs lesion), ରୋଟେଟର କଫ ଟିଅର (rotator cuff tear), ଆଗଜିଲାରି ସ୍ନାୟୁ ଆଘାତ en:axillary nerve injury ଇତ୍ୟାଦି ସମସ୍ୟା ଦେଖାଯାଏ ।[୪]

ବିସ୍ଥାପିତ କାନ୍ଧ ଗଣ୍ଠି (Dislocated shoulder)
ବାମ କାନ୍ଧର ସମ୍ମୁଖ ବିସ୍ଥାପନ
ବିଭାଗଆଶୁ ଚିକିତ୍ସା ବିଭାଗ (Emergency medicine), ଅସ୍ଥିଶଲ୍ୟ ବିଭାଗ (orthopedics)
କାରଣକାନ୍ଧ ଉପରେ ପତନ ବା ସଳଖ ଅବୟବ ଥାଇ ପତନ [୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ, ଏକ୍ସ-ରେ X-rays[୨]
ଔଷଧପ୍ରୋସିଡୁରାଲ ସିଡେସନ ଆଣ୍ଡ ଆନାଲଜେସିଆ (Procedural sedation and analgesia), ଗଣ୍ଠି ଅବ୍ୟନ୍ତର ଲିଡୋକେନ (lidocaine)[୩]
ଚିକିତ୍ସାକାନ୍ଧ ପୁନସ୍ଥାପନ (Shoulder reduction), ଆର୍ମ ସ୍ଲିଙ୍ଗ (arm sling)[୪][୨]
Prognosisଯୁବାବସ୍ଥାରେ ପୁନଃବିସ୍ଥାପନ[୧]
ପୁନଃପୌନିକବର୍ଷକୁ ପ୍ରତି ଏକ ଲକ୍ଷ ଲୋକରେ ୨୪ ଜଣ (ଯୁକ୍ତରାଷ୍ଟ୍ର ଆମେରିକା) [୪]

କାନ୍ଧ ଉପରେ ପଡ଼ିଗଲେ ବା ସଳଖ ଅବୟବ ଉପରେ ପଡ଼ିଗଲେ ଏହି ଆଘାତ ହୁଏ ।[୧] ଲକ୍ଷଣ ଅନୁଯାୟୀ ଓ ଏକ୍ସ-ରେ X-rays ଚିତ୍ର ଅନୁସାରେ ଏହି ଆଘାତ ନିର୍ଣ୍ଣୟ କରାଯାଏ ।[୨] ଏହାକୁ ଚାରି ପ୍ରକାର ବର୍ଗୀକରଣ କରାଯାଏ ଯଥା:- ସମ୍ମୁଖ, ପୃଷ୍ଠ ଉର୍ଦ୍ଧ୍ୱ ଓ ନିମ୍ନ, ସମ୍ମୁଖ ବିସ୍ଥପନ ଅଧିକ ଦେଖାଯାଏ ।[୨][୪]

କାନ୍ଧ ପୁନସ୍ଥାପନ (Shoulder reduction) ଏହାର ଚିକିତ୍ସା ଓ ଏହା ବିଭିନ୍ନ ଉପାୟରେ କରାଯାଏ ଯଥା:- ଟ୍ରାକସନ-କାଉଣ୍ଟର ଟ୍ରାକସନ, ଏକ୍ସଟର୍ନାଲ ରୋଟେସନ, ସ୍କାପୁଲାର ମାନିପୁଲେସନ ଓ ସ୍ଟିମସନ ଟେକନିକ ।[୪] ଏକ୍ସ‌-ରେ କରି ପୁନସ୍ଥାପନର ସଠିକତା ନିର୍ଣ୍ଣୟ କରାଯାଏ ।[୪] କିଛି ସପ୍ତାହ ନିମନ୍ତେ ଅବୟବକୁ ଆର୍ମ ସ୍ଲିଙ୍ଗରେ (arm sling) ରଖାଯାଏ ।[୨] ପୁନଃପୌନିକ ବିସ୍ଥାପନ ହେଲେ ଅପରେଶନ କରାଯାଏ । [୨]

ଜନସଂଖ୍ୟାର ପ୍ରାୟ ୧.୭% ଲୋକଙ୍କର ଏହି ଆଘାର ହୁଏ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଷକୁ ପ୍ରତି ଏକ ଲକ୍ଷ ଲୋକରେ ୨୪ ଜଣଙ୍କୁ ଏହି ଆଘାତ ହୁଏ ।[୪] ଆଶୁ ଚିକିତ୍ସା ବିଭାଗକୁ (Emergency medicine) ଆସୁଥିବା ବଡ଼ ଗଣ୍ଠି ବିସ୍ଥାପନର ଏହା ପ୍ରାୟ ୫୦% ।[୪] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କର ଏହି ଆଘାତ ଅଧିକ ହୁଏ ।[୪]

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ Cunningham, NJ (2005). "Techniques for reduction of anteroinferior shoulder dislocation". Emergency medicine Australasia : EMA. 17 (5–6): 463–71. doi:10.1111/j.1742-6723.2005.00778.x. PMID 16302939.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Dislocated Shoulder". OrthoInfo - AAOS. October 2007. Archived from the original on 17 June 2017. Retrieved 13 October 2017.
  3. Wakai, A; O'Sullivan, R; McCabe, A (13 April 2011). "Intra-articular lignocaine versus intravenous analgesia with or without sedation for manual reduction of acute anterior shoulder dislocation in adults". The Cochrane Database of Systematic Reviews (4): CD004919. doi:10.1002/14651858.CD004919.pub2. PMID 21491392.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ Bonz, J; Tinloy, B (May 2015). "Emergency department evaluation and treatment of the shoulder and humerus". Emergency medicine clinics of North America. 33 (2): 297–310. doi:10.1016/j.emc.2014.12.004. PMID 25892723.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ