ଉଇକିପିଡ଼ିଆ:ଆଲୋଚନା ସଭା/Flow ଉପରେ ବିଷୟ

ଉଇକିମିଡ଼ିଆ ଫାଉଣ୍ଡେସନ ଟ୍ରଷ୍ଟି ବୋର୍ଡ଼ର କମ୍ୟୁନିଟି ବୋର୍ଡ଼ ପଦ ପାଇଁ ମତାମତ ମଗାଯାଉଛି

1
Jnanaranjan sahu (ଆଲୋଚନାଅବଦାନ)

ଏବେ ଉଇକିମିଡ଼ିଆ ଫାଉଣ୍ଡେସନ ଟ୍ରଷ୍ଟି ବୋର୍ଡ଼ର କମ୍ୟୁନିଟି ବୋର୍ଡ଼ ପଦ ପାଇଁ ମତାମତ ମଗାଯାଉଛି । ଗତ ସପ୍ତାହରେ ଫାଉଣ୍ଡେସନ ତରଫରୁ କ୍ରିଷ୍ଣା ଚୈତନ୍ୟ, ମୋତେ ଏବଂ @Chinmayee Mishraଙ୍କୁ ଇମେଲ ମାଧ୍ୟମରେ ଯୋଗାଯୋଗ କରିଥିଲେ ଏବଂ ଆମ ଦ୍ୱାରା ଆମ ଓଡ଼ିଆ ଉଇକିମିଡ଼ିଆ କମ୍ୟୁନିଟିରେ ଏହି ଖବର ଦେବା ସହ ମତାମତ ପାଇଁ ଅନୁରୋଧ କରିଥିଲେ। ସେ କଲ ଯୋଗେ ଆମକୁ କଣ ସବୁ ବଦଳ ହେଉଛି ତାର ସାରାଂଶ ବୁଝାଇଥିଲେ ।

ମୁଁ ଏଠି ସଂକ୍ଷେପରେ କିଛି କଥା ଲେଖୁଛି ।

ବର୍ତ୍ତମାନ ଟ୍ରଷ୍ଟି ବ୍ୟବସ୍ଥାରେ କଣ ସବୁ ଅସବୁଧା ।

  1. ଏବେକାର ବ୍ୟବସ୍ଥା ବହୁତ ପୁରୁଣା ହେଇଗଲାଣି । ବହୁତ ଦିନରୁ ଚଳିଆସୁଥିବା ଏହି ବ୍ୟବସ୍ଥାରେ କିଛି ପରିବର୍ତ୍ତନ ଆବଶ୍ୟକ
  2. ନିର୍ବାଚନରେ ଅସୁବିଧା (ଅଧିକାଂଶ ଜାଗାରୁ ଭୋଟ ଆସିପାରୁନାହିଁ । ଆମେରିକା ଇଉରୋପରୁ ଅଧିକା ଭୋଟିଂ ଆସୁଛି । ବୋର୍ଡ଼ର ସବୁ ପ୍ରକାରର ସଦସ୍ୟତା ରହିପାରୁନାହିଁ )
  3. ଏହାଛଡ଼ା ନିଯୁକ୍ତିରେ ବି ଅସୁବିଧା ରହୁଛି ।

ଏମିତି ଆଉ ଛୋଡ଼ବଡ଼ ଅସୁବିଧା କିଛି ଅଛି ।

ଏହି ସବୁ ଅସୁବିଧାକୁ ସୁଧାରିବା ପାଇଁ କଣ ସବୁ କଲେ ଭଲ ହେବ ସେଥି ପାଇଁ ମତାମତ ଲୋଡ଼ାଯାଉଛି ।

ବର୍ତ୍ତମାନ କରାଯାଇଥିବା କିଛି ସୋପାନ ହେଉଛି:

  1. ରାଙ୍କ ଭୋଟିଙ୍ଗ ସିଷ୍ଟମ
  2. କୋଟା
  3. କୌଶଳ ହିସାବରେ ବାଛିବା
  4. ସିଧାସଳଖ ବାଛିବା
  5. କମ୍ୟନିଟି ଦ୍ୱାରା ବଛାଯାଇଥବା କମିଟି
  6. ଇତ୍ୟାଦି।।

ଉପର ଲେଖାଟି କେବଳ ସମ୍ୟକ ଧାରଣା ପାଇଁ ଦିଅଯାଇଛି । ଅଧିକ ଜାଣିବା ପାଇଁ ଏହି ଲିଙ୍କ ଯାଇ ଦେଖିପାରିବେ ।

ଯଦି ଆପଣମାନେ ଏହି ମତାମତ ଦେବାରେ ଇଛୁକ ଅଛନ୍ତି କିମ୍ବା ଏହି ବିଷୟରେ ଅଧିକ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆମେ ଗୋଟିଏ ଭିଡ଼ିଓ କିମ୍ବା ଅଡ଼ିଓ କଲ ମିଟିଂ ରଖିପାରିବା ।

ଯଦି ଆପଣ ସେଇ ଲିଙ୍କକୁ ଯାଇ ବୁଝି ମତାମତ ଦେବାକୁ ଚାହୁଁଛନ୍ତି ତେବେ ମଧ୍ୟ ଏଠି କିମ୍ବା ସେଠାରେ ଦେଇ ପାରିବେ ।

ଅଧିକ ଜାଣିବା ପାଇଁ କିଛି ଲିଙ୍କ ତଳେ ଦିଅଗଲା ।

https://foundation.wikimedia.org/wiki/Resolution:Approving_Trustee_Evaluation_Form

ଟେଲିଗ୍ରାମ ଆପ ମାଧ୍ୟମରେ ଯୋଗାଯୋଗ

ଆମକୁ କ୍ରିଷ୍ଣା ଯେଉଁ ପେଜେଣ୍ଟେସନ ଦଖାଇଥିଲେ


ବିଦ୍ର: ଏହି ବାର୍ତ୍ତଳାପ ସମ୍ପୁର୍ଣଭାବେ ସ୍ୱେଛାକୃତ(volunteered) ଏବଂ ପାରିଶ୍ରାମିକ ବିହିନ । ଏଥିରେ ଭାଗନେବା ପାଇଁ ତାଙ୍କ ତରଫରୁ ଅନୁରୋଧ କରା ଯାଇଥିଲା ଇମେଲ ମାଧ୍ୟମରେ ।

ଯେକେହି ଚାହିଁଲେ ଏହି ଆଲୋଚନାକୁ ଆଗକୁ ନେଇ ଉଇକିମିଡ଼ିଆ ଫାଉଣ୍ଡେସନ ଟ୍ରଷ୍ଟି ବୋର୍ଡ଼ର କମ୍ୟୁନିଟି ବୋର୍ଡ଼ ପଦ କେମିତି ଭଲ ଭାବେ ହୋଇପାରିବେ ସେଥିରେ ଅବଦାନ କରିପାରିବେ ।


କିଛି ମତାମତ ଥିଲେ ତଳେ ଲେଖିବା ପାଇଁ ଅନୁରୋଧ ।

"ଉଇକିମିଡ଼ିଆ ଫାଉଣ୍ଡେସନ ଟ୍ରଷ୍ଟି ବୋର୍ଡ଼ର କମ୍ୟୁନିଟି ବୋର୍ଡ଼ ପଦ ପାଇଁ ମତାମତ ମଗାଯାଉଛି"ଙ୍କୁ ଉତ୍ତର