ପୂର୍ବ ବର୍ଷ ଜୁନ ମସିହାରେ ଭୁବନେଶ୍ବର ଥିବା ଉଇକିଆଳିମାନେ ସ୍ପୋର୍ଟ୍ସ ବିଭାଗର ଅଧକ୍ଷଙ୍କୁ ଭେଟି ଏସିଆ ଏଥ୍ଲେଟିକ୍ସ ଗଣସମ୍ପାଦନା ଆୟୋଜନ କରିଥିଲେ, ଯାହାର ଫଳ ମୂଳକ ଉଇକିମିଡ଼ିଆ କମନ୍ସରେ ୩୦୦ରୁ ଉର୍ଦ୍ଧ ଫୋଟୋ ଯୋଡିହେଇଥିଲା ଓ ୱେବସାଇଟଟି କ୍ରିୟେଟିଭ କମନ୍ସ ଲାଇସେନ୍ସରେ ମଧ୍ୟ ଆସିଥିଲା । ଓଡ଼ିଶା ସରକାରଙ୍କ ସହ ଭାଗିଦାରୀର ଏହା ପ୍ରଥମ ସୋପାନ ଥିଲେ । ଏବେ ଯେହେତୁ ଭୁବନେଶ୍ବରରେ ହକି ବିଶ୍ଵ କପ ଆୟୋଜନ ହେବାକୁ ଯାଉଛି, ଆମେ ସିଆଇଏସ ତରଫରୁ ତାଙ୍କୁ ପୂର୍ବଥର ପରି ହକି ବିଶ୍ଵ କପ ପାଇଁ ଏକ ଦିନିକିଆ ଅନ-ସ୍ପଟ ଗଣସମ୍ପାଦନା ଆୟୋଜନ କରିବା ପାଇଁ ପ୍ରସ୍ତାବ ଦେଇଥିଲୁ , ଯେଉଁଥିରେ ସ୍ପୋର୍ଟ୍ସ ବିଭାଗର ଭୁବନେଶ୍ବର ସହ ଭାରତରେ ଅନ୍ୟ ୧୦ଟି ସହରରେ ଏହି ଗଣସମ୍ପାଦନା କରିବାକୁ ଆଗ୍ରହ ଦେଖେଇଛି । ଆମେ ଚାହୁଞ୍ଚୁ ଏହି ପ୍ରକଳ୍ପଟି ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗୃପ ସହ ମିଳିତ ଭାବେ କରିବା ପାଇଁ, ଏହି ବିବାଦରେ ପ୍ରକଳ୍ପ ଯୋଜନା କରିବା ପାଇଁ ଆଗକୁ ଆମେ କଣ ସବୁ କରିପାରିବ ଆଲୋଚନା କରିବାକୁ ଅନୁରୋଧ କରୁଛି । ବର୍ତ୍ତମାନ ଯାଏଁ ମେଟାରେ ଗୋଟେ ପ୍ରକଳ୍ପ ପୃଷ୍ଟା ତିଆରି ହେଇଛି, ସେଠି କିଛି ବଦଳ ଓ ନୂଆ ତଥ୍ୟ ଯୋଡ଼ିପାରିବେ ।
ଉଇକିପିଡ଼ିଆ:ଆଲୋଚନା ସଭା/Flow ଉପରେ ବିଷୟ
@Guguly18 ଭାଇ ଓ ମୁଁ ଏହି ପ୍ରକଳ୍ପ ବିଷୟରେ ଆଲୋଚନା କରିବା ପାଇଁ ୧୮ ତାରିଖ ଦିନ CSM ଅଫିସ ଯାଇଥିଲୁ, CSM ହକି ବିଶ୍ଵ କପ ଆୟୋଜନରେ Communication Strategistଭାବେ ଦାୟିତ୍ଵ ନେଇଛି,
ଆମେ ସେଇଠି କଣ ଆଲୋଚନା କରିଲୁ ଓ ଆଗକୁ କଣ ସବୁ ପ୍ରକଳ୍ପରେ କାମ କରିହେବ ତଳେ ଲେଖିଛି :
- ଭୁବନେଶ୍ବରର ସହରର କିଛି ଫୋଟୋ, ହକି ଖେଳାଳିଙ୍କ ଫୋଟୋ ଓ ଭୁବନେଶ୍ବରରେ ଆଗକୁ ଆୟୋଜନ ହେବାକୁ ଥିବା U-18 ରଗ୍ବୀ ଖେଳାଳିଙ୍କ ଗୁଡ଼ିକୁ କମନ୍ସରେ ଦାନ କରିବାରେ ସହାୟତା କରିବ ।
- ତାହା ସହ ହକି ଗଣସମ୍ପାଦନା ପୂର୍ବରୁ ଭୁବନେଶ୍ବରର ୪ଟି ବିଦ୍ୟାଳୟରେ ଉଇକିପିଡିଆ କର୍ମଶାଳା କରିବାରେ ସରକାରଙ୍କ ସହାୟତା ମିଳିବ ଓ ଏହା ଛଡା
- ଭାରତରେ ଅନ୍ୟ ସହର ଗୁଡ଼ିକରେ ମଧ୍ୟ ହକି ଗଣସମ୍ପାଦନା କରିବାରେ ମଧ୍ୟ ସରକାରଙ୍କ ସହାୟତା ମିଳିବ ।