ବିଷ୍ଣୁ ଦେ
ଉନ୍ନବିଂଶ ଶତାବ୍ଦୀର ଶେଷଭାଗ ତଥା ବିଂଶ ଶତାବ୍ଦୀର ପ୍ରାରମ୍ଭ ଯୁଗରେ (ଆଧୁନିକତାବାଦ ଯୁଗ) ବିଷ୍ଣୁ ଦେ ଜଣେ ବଙ୍ଗୀୟ କବି, ଲେଖକ ତଥା ବିଦ୍ୱାନ ଥିଲେ । ପ୍ରଥମେ ସେ ପ୍ରତୀକାତ୍ମକ କବିତା ଲେଖିବା ଆରମ୍ଭ କରିଥିଲେ । ତାଙ୍କ କବିତାରେ ସଂଗୀତର ଗୁଣବତ୍ତା ଟାଗୋର ପରବର୍ତ୍ତୀ ଯୁଗରେ ବଙ୍ଗଳା ସାହିତ୍ୟରେ "ନୂତନ କବିତା"ର ପ୍ରୟୋଗକୁ ଚିହ୍ନିତ କରିଥିବା ବୁଦ୍ଧଦେବ ବସୁ ଏବଂ ସମର ସେନ ପରି ବଙ୍ଗୀୟ କବିମାନଙ୍କର କବିତା ଭଳି ସ୍ୱୀକୃତି ଲାଭ କରିଥିଲା ।[୧] ସେ ଏକ ପତ୍ରିକା ପ୍ରକାଶ କରିଥିଲେ ଯେଉଁଥିରେ ସେ ସାମାଜିକ ସଚେତନତା ସମ୍ବନ୍ଧିତ ଲେଖାକୁ ଉତ୍ସାହିତ କରିଥିଲେ । ତାଙ୍କର ନିଜ କବିତା ଜଣେ କବିର ଏକାକୀ ସଂଗ୍ରାମ, ହଜିଯାଉଥିବା ମାନବୀୟ ସତ୍ତା ମଧ୍ୟରେ ମାନବିକ ସମ୍ମାନର ସନ୍ଧାନ କରିଥାଏ । ବୃତ୍ତିଗତ ଜୀବନରେ ସେ ରିପନ୍ କଲେଜ, ପ୍ରେସିଡେନ୍ସି କଲେଜ (୧୯୪୪–୧୯୪୭), ମୌଲାନା ଆଜାଦ କଲେଜ (୧୯୪୭–୧୯୬୯) ଏବଂ କୃଷ୍ଣନଗର କଲେଜ ପରି ବିଭିନ୍ନ ଅନୁଷ୍ଠାନରେ ଇଂରାଜୀ ସାହିତ୍ୟ ଶିକ୍ଷା ଦେଇଥିଲେ । ୧୯୨୦ ଏବଂ ୧୯୩୦ ଦଶକରେ ସେ କଲ୍ଲୋଳ (କମୋସନ୍) ପତ୍ରିକାର ପୃଷ୍ଠପୋଷକତା କରୁଥିବା ଏକ ଯୁବ କବି ଗୋଷ୍ଠୀର ସଦସ୍ୟ ମଧ୍ୟ ରହିଥିଲେ ।
ବିଷ୍ଣୁ ଦେ | |
---|---|
ଜନ୍ମ | |
ମୃତ୍ୟୁ | ୩ ଡିସେମ୍ବର ୧୯୮୨ | (ବୟସ ୭୩)
ବୃତ୍ତି | କବି |
ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୃତ୍ତି ମଧ୍ୟରେ "ସ୍ମୃତି ସତ୍ୟ ଭବିଷ୍ୟତ" (୧୯୫୫–୬୧) ବଙ୍ଗଳା କବିତାରେ ଏକ ନୂତନ ଉଦାହରଣ ସୃଷ୍ଟି କରିଥିଲା । ଏହାପରେ ତାଙ୍କୁ ବଙ୍ଗଳା ଭାଷାରେ ୧୯୬୫ ମସିହାରେ "ସାହିତ୍ୟ ଏକାଡେମୀ ପୁରସ୍କାର" ତଥା ୧୯୭୧ ମସିହାରେ ଭାରତର ସର୍ବୋଚ୍ଚ ସାହିତ୍ୟିକ ପୁରସ୍କାର, ଜ୍ଞାନପୀଠ ପୁରସ୍କାରଦ୍ୱାରା ସମ୍ମାନିତ କରାଯାଇଥିଲା ।[୨]
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ସାହିତ୍ୟ ଏକାଡେମି ପୁରସ୍କାର (୧୯୬୬)
- ନେହେରୁ ସ୍ମୃତି ସମ୍ମାନ (୧୯୬୭)
- ଜ୍ଞାନପୀଠ ପୁରସ୍କାର (୧୯୭୧)
- ସୋଭିଏତ ଲ୍ୟଣ୍ଡ ସମ୍ମାନ (Soviet Land Award) Rushti Panchashati ପାଇଁ
ଆଧାର
ସମ୍ପାଦନା- ↑ Dutta, Krishna (2003). "Calcutta: A Cultural and Literary History". www.books.google.co.in (in ଇଂରାଜୀ). Signal Books. Retrieved 20 October 2020.
- ↑ "welcome to:Bhartiya Jnanpith". web.archive.org. 13 October 2007. Archived from the original on 13 October 2007. Retrieved 20 October 2020.