ବିଶ୍ୱ ସାଇକେଲ ଦିବସ
'''ବିଶ୍ୱ ସାଇକେଲ ଦିବସ''' ପ୍ରତିବର୍ଷ ଜୁନ ୩ ତାରିଖରେ ପାଳନ କରାଯାଏ ।[୧] ଅପ୍ରେଲ ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ଏହି ନିଷ୍ପତି ନିଆଯାଇ ଏ ପରମ୍ପରା ଆରମ୍ଭ ହୋଇଥିଲା । ବିଶ୍ୱ ସାଇକେଲ ଦିବସରେ, "ଦୁଇଶହ ବର୍ଷରୁ ଅଧିକ ବର୍ଷ ଧରି ଚାଲି ଆସିଥିବା ସାଇକେଲର ବିଶିଷ୍ଟତା, ଦୀର୍ଘ ଆୟୁ, ବହୁମୁଖୀତା, ନିର୍ଭରଯୋଗ୍ୟତା ଓ ସୁଲଭ ଦର ଏବଂ ପରିବେଶ ସୁରକ୍ଷା ଦିଗରେ ଥିବା ଅବଦାନକୁ ସ୍ୱୀକାର କରାଯାଇଥାଏ ।"[୨]
ବିଶ୍ୱ ସାଇକେଲ ଦିବସ | |
---|---|
ପାଳନକାରୀ | ମିଳିତ ଜାତିସଂଘ ସାଧାରଣ ସଭା |
ତାରିଖ | ୩ ଜୁନ |
ପୁନଃପୌନିକତା | ବାର୍ଷିକ |
ବିଶ୍ୱ ସାଇକେଲ ଦିବସର ଅୟମାରମ୍ଭସମ୍ପାଦନ କରନ୍ତୁ
ଆମେରିକୀୟ ପ୍ରଫେସର ଲେସଜେକ ସିବିଲସ୍କି, ନିଜେ ପଢାଉଥିବା ସମାଜବିଜ୍ଞାନ ଶ୍ରେଣୀରୁ ବିଶ୍ୱ ସାଇକେଲ ଦିବସ ପାଇଁ ଅଭିଯାନ ଆରମ୍ଭ କରିଥିଲେ । କ୍ରମେ ତୁର୍କମେନିସ୍ତାନ ଓ ବିଶ୍ୱର ଅନ୍ୟ ୫୬ଟି ଦେଶରେ ଏହି ଅଭିଯାନ ପ୍ରତି ସମର୍ଥନ ମିଳିଥିଲା ।[୩][୨][୪] ବିଶ୍ୱ ସାଇକେଲ ଦିବସର(#June3WorldBicycleDay) ଧଳା ଓ ନୀଳ ଲୋଗୋ ଆଇଜାକ ଫେଲ୍ଡଙ୍କ ପରିକଳ୍ପନା ଥିଲା । ଏଥି ସହିତ ଜଡ଼ିତ ଆନିମେସନ କାମ କରିଥିଲେ ପ୍ରଫେସର ଜନ ଏ ସ୍ୱାନସନ । ଏହି ଲୋଗୋରେ ସାଇକେଲ ଚାଳକମାନଙ୍କ ବିଶ୍ୱବ୍ୟାପୀ ସାଇକେଲ ଚାଳନା ଦର୍ଶା ଯାଇଥାଏ । ଲୋଗୋର ନିମ୍ନରେ ଏକ ହାସଟ୍ୟାଗରେ #ଜୁନ୩ବିଶ୍ୱସାଇକେଲଦିବସ ଲେଖା ଯାଇଥାଏ । 'ସମସ୍ତ ମାନବଜାତୀର ସେବାରେ ସାଇକେଲ' ଏହି ଲୋଗୋର ମୁଖ୍ୟ ସନ୍ଦେଶ ରହିଥାଏ ।[୫] ବର୍ତ୍ତମାନର ନୀଳ ଓ ଧଳା ଲୋଗୋ ମଧ୍ୟ ଆଇଜାକ ଫେଲ୍ଡଙ୍କ ପରିକଳ୍ପନା ଓ ପ୍ରଫେସର ଜନ ଏ ସ୍ୱାନସନଙ୍କ ଆନିମେସନରେ ସଜ୍ଜିତ ।
ବିଶ୍ୱ ସାଇକେଲ ଦିବସର ମହତ୍ତ୍ୱସମ୍ପାଦନ କରନ୍ତୁ
ବିଶ୍ୱ ସାଇକେଲ ଦିବସ ସମଗ୍ର ବିଶ୍ୱରେ ପାଳିତ ହୋଇଥାଏ । ମାନବ ବିକାଶ ଓ ଅଗ୍ରଗତିର ପ୍ରତୀକ ଭାବରେ ପରିଗଣିତ ସାଇକେଲ, "ସହନଶୀଳତା, ପାରସ୍ପରିକ ବୁଝାମଣା, ସମ୍ମାନ ଓ ବିଶ୍ୱଶାନ୍ତି ଆଦି ମାନବୀୟ ଗୁଣ ଆଦିକୁ ପ୍ରୋତ୍ସାହିତ କରିଥାଏ ।"[୨] ସାଇକେଲ ପୁଣି "ସ୍ଥାୟୀ ପରିବହନ, ଅନବରତ ଉତ୍ପାଦନ ଓ ବ୍ୟବହାର ଏବଂ ପରିବେଶ ସୁରକ୍ଷା"ର ପ୍ରତୀକ ଭାବରେ ମଧ୍ୟ ଦେଖା ଯାଇଥାଏ" ।[୬]
ବିଶ୍ୱ ସାଇକେଲ ଦିବସକୁ ବର୍ତ୍ତମାନ ଟାଇପ ୧ ଓ ଟାଇପ ୨ ମଧୁମେହ ପିଡିତଙ୍କର ସୁସ୍ଥ ଜୀବନଶୈଳୀ ସହିତ ଯୋଡ଼ା ଯାଇଛି ।[୭]
ଆଧାରସମ୍ପାଦନ କରନ୍ତୁ
- ↑ "World Bicycle Day, 3 June". www.un.org (in ଇଂରାଜୀ). Retrieved 2018-11-23.
- ↑ ୨.୦ ୨.୧ ୨.୨ A.Res.72.272 World Bicycle Day, United Nations Resolution
- ↑ Senarath, Yohan (2018-05-01). "World Bicycle Day: Meet the man who made it happen". Transport for Development (in ଇଂରାଜୀ). Retrieved 2018-05-02.
- ↑ Staff. "MC Professor and Students Win UN Support for World Bicycle Day".
- ↑ "MC Today - World Bicycle Day".
- ↑ United Nations. "World Bicycle Day". un.org.
{{cite web}}
: CS1 maint: url-status (link) - ↑ "Mateusz Rudyk".