ବିଶ୍ୱ ରକ୍ତଦାନ ଦିବସ

ବିଶ୍ୱ ରକ୍ତଦାନ ଦିବସ ପ୍ରତିବର୍ଷ ଜୁନ ୧୪ ତାରିଖରେ ପାଳିତ ହୁଏ ।[୧] ୨୦୦୪ ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ଏହି ଦିନକୁ ରକ୍ତଦାନ ଦିବସ ରୂପେ ଘୋଷଣା କରାଯାଇଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସୁରକ୍ଷିତ ରକ୍ତ ଦାନର ଆବଶ୍ୟକତା ବିଷୟରେ ସଚେତନତା ସହ ପ୍ରୋତ୍ସାହନ ସୃଷ୍ଟି କରିବା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ବିଶ୍ୱ ସାର୍ବଜନିକ ସ୍ୱାସ୍ଥ୍ୟ ରକ୍ଷା ଅଭିଯାନ ଅନ୍ତର୍ଗତ ଯେଉଁ ଆଠୋଟି କାର୍ଯ୍ୟକ୍ରମ ପାଳିତ ହେଉଅଛି, ତନ୍ମଧ୍ୟରୁ ବିଶ୍ୱ ରକ୍ତଦାନ ଦିବସ ଅନ୍ୟତମ । ଅନ୍ୟ ସାତୋଟି ହେଲା, .ବିଶ୍ୱ ମ୍ୟାଲେରିଆ ଦିବସ, ବିଶ୍ୱ ଟୀକାକରଣ ସପ୍ତାହ,ବିଶ୍ୱ କ୍ଷୟରୋଗ ଦିବସ,ବିଶ୍ୱ ତମାଖୁ ଦିବସ,ବିଶ୍ୱ ହେପାଟାଇଟିସ ଦିବସ,ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ବିଶ୍ୱ ଏଡସ୍ ଦିବସ ।

ରକ୍ତଦାନର ଆବଶ୍ୟକତା ସମ୍ପାଦନା

ଟ୍ରାନସ୍‌ଫ୍ୟୁଜନ ପ୍ରଣାଳୀରେ ରକ୍ତଦାନଦ୍ୱାରା ଜୀବନ ନାଶକାରୀ ଅନେକ ରୋଗରୁ ଲୋକଙ୍କୁ ରକ୍ଷା କରାଯାଇପାରୁଛି । ଅନେକ ପ୍ରକାର ଜଟିଳ ଅସ୍ତ୍ରୋପଚାର ନିମିତ୍ତ ରକ୍ତର ଆବଶ୍ୟକତା ରହିଛି ଏବଂ ଏହି ରକ୍ତ ଅଭାବରେ ଅସ୍ତ୍ରୋପଚାର ହୋଇପାରିବ ନାହିଁ । ପୁଣି କୌଣସି ଦୁର୍ଘଟଣା ଜନିତ ରକ୍ତସ୍ରାବ କିମ୍ବା ଶିଶୁ ପ୍ରସବ ସମୟରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ରୋଗୀ ମୃତ୍ୟୁ ମୁଖରେ ପଡିବାର ସମ୍ଭାବନା ଥିବାରୁ ସେଭଳି ସ୍ଥଳରେ ରୋଗୀପାଇଁ ରକ୍ତ ନିତାନ୍ତ ଆବଶ୍ୟକ ହୁଏ ।[୨] ତେବେ ସୁରକ୍ଷିତ ରକ୍ତ ସହିତ ଉପଯୁକ୍ତ ଗ୍ରୁପର ରକ୍ତ ନ ମିଳିଲେ ତାହା ପୁଣି ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ମଣିଷ ଶରୀରର ରକ୍ତର କୌଣସି ବିକଳ୍ପ ନ ଥିବାରୁ ରକ୍ତ ଦାନ ମାଧ୍ୟମରେ ଏହା ସଂଗ୍ରହ କରିବା ଜରୂରୀ ହୋଇପଡିଛି । ଏହି ଉଦ୍ଦେଶ୍ୟରେ ବ୍ଳଡ ବ୍ୟାଙ୍କମାନ ପ୍ରତିଷ୍ଠା କରାଯାଇ ରକ୍ତ ଦାନ ପାଇଁ ଲୋକଙ୍କୁ ଉତ୍ସାହିତ କରାଯାଉଛି ।

ଆଧାର ସମ୍ପାଦନା

  1. "World Blood Donor Day 2018 - Date, History, Theme, Quotes". IndiaCelebrating.com. 23 December 2016. Retrieved 24 November 2018.
  2. "Safe blood for saving mothers". World Health Organization. Retrieved 24 November 2018.

ବାହାର ଆଧାର ସମ୍ପାଦନା