ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ସାହିତ୍ୟ କାର୍ଯ୍ୟକ୍ରମ

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓଡ଼ିଶା ସରକାରଙ୍କଦ୍ୱାରା ଆୟୋଜିତ ଏକ ଓଡ଼ିଆ ଭାଷା ସାହିତ୍ୟ କାର୍ଯ୍ୟକ୍ରମ[୧] ଏହା ୨୦୨୪ ମସିହା ଫେବୃଆରୀ ୩ ରୁ ୫ ତାରିଖ ଯାଏଁ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେଇଥିଲା ।[୨] ପରେ ଏହି ସମ୍ମିଳନୀରେ ଆୟୋଜିତ ଥିବା ପ୍ରଦର୍ଶନୀକୁ ଫେବୃଆରୀ ୬ରୁ ୮ ତାରିଖ ଯାଏଁ ବୃଦ୍ଧି କରାଯାଇଥିଲା |[୩]

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ
ତାରିଖ୦୩–୦୪-୦୫ ଫେବୃଆରୀ ୨୦୨୪
ସ୍ଥାନଜନତା ମଇଦାନ, ଭୁବନେଶ୍ୱର
ସଚଳ ବର୍ଷ୨୦୨୪
ପ୍ରକାରସାହିତ୍ୟ କାର୍ଯ୍ୟକ୍ରମ
ବେବସାଇଟhttps://www.worldodiaconference.org
ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଇତିହାସ ସମ୍ପାଦନା

୨୦ ଡିସେମ୍ବର ୨୦୨୩ରେ ଓଡ଼ିଶା ସରକାରଙ୍କଦ୍ୱାରା ଏହି କାର୍ଯ୍ୟକ୍ରମର ଘୋଷଣା କରାଯାଇଥିଲା ।[୪] ୨୦୨୩ ମସିହାର ଜାନୁଆରୀ ୧୨ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚନ କରିଥିଲେ ।[୫] ଲୋଗୋର ଟ୍ୟାଗ୍ ଲାଇନ୍ ଥିଲା, ‘ଭାଷା ହିଁ ଭବିଷ୍ୟତ’ । ଏହି ଲୋଗୋକୁ ସମସ୍ତ ବିଭାଗୀୟ ପତ୍ରାଳାପରେ ସ୍ଥାନିତ କରାଯିବା ସହିତ ବିଭିନ୍ନ ସ୍ଥାନ, ବିଦ୍ୟାଳୟ ଓ ମହାବିଦ୍ୟାଳୟ କାନ୍ଥରେ ମଧ୍ୟ ଏହାକୁ ଚିତ୍ରଣ କରାଯିବ ।[୬]

ଲକ୍ଷ୍ୟ ସମ୍ପାଦନା

ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଓଡ଼ିଆ ଭାଷାର ଇତିହାସ ଓ ଆଧୁନିକ ଜ୍ଞାନକୌଶଳକୁ ପ୍ରୟୋଗ କରି ଆମ ଭାଷାର ସମୃଦ୍ଧି ଉପରେ ଆଲୋଚନା କରାଯାଇଥିଲା ।

ଆଧାର ସମ୍ପାଦନା

  1. Service, Express News (2024-01-12). "World Odia conference logo unveiled". The New Indian Express (in ଇଂରାଜୀ). Retrieved 2024-01-24.
  2. "ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବିଭିନ୍ନ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ବିଚାର ବିମର୍ଶ". ସମାଜ ଲାଇଭ୍ (in ଆମେରିକୀୟ ଇଂରାଜୀ). 24 January 2024. Archived from the original on 24 January 2024. Retrieved 24 January 2024.
  3. Pattanayak, Pradeep. "World Odia Language Conference extended by 3 days". World Odia Language Conference extended by 3 days (in ଇଂରାଜୀ). Retrieved 2024-02-08.
  4. "In a first, Naveen Patnaik govt to host world Odia language meet in Feb". The Indian Express (in ଇଂରାଜୀ). 2023-12-20. Retrieved 2024-01-24.
  5. "CM unveils logo of Odia language conference". The Times of India. 2024-01-12. ISSN 0971-8257. Retrieved 2024-01-24.
  6. Mohanty, Padmini (22 January 2024). "'ବିଭାଗୀୟ ପତ୍ରାଳାପରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଲୋଗୋ ବ୍ୟବହାର କର' - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Archived from the original on 24 January 2024. Retrieved 24 January 2024.

ବାହାର ଆଧାର ସମ୍ପାଦନା