ବିଶ୍ଵ ଧ୍ୟାନ ଦିବସ

ଏକ ଐତିହାସିକ ପଦକ୍ଷେପରେ ମିଳିତ ଜାତିସଂଘର ସାଧାରଣ ସଭା (ୟୁଏନଜିଏ) ଡିସେମ୍ବର ୨୧କୁ ବିଶ୍ୱ ଧ୍ୟାନ ଦିବସ ଭାବରେ ଘୋଷଣା କରିଛି ।[][] ଲିକଟେନଷ୍ଟାଇନ୍, ଶ୍ରୀଲଙ୍କା, ନେପାଳ, ମେକ୍ସିକୋ, ଆଣ୍ଡୋରା ଏବଂ ଭାରତ ସମେତ ମୂଳ ଗୋଷ୍ଠୀ ଦେଶଗୁଡିକର ସହଯୋଗରେ ଏହି ସଂକଳ୍ପ ସର୍ବସମ୍ମତି କ୍ରମେ ମିଳିତ ଜାତିସଂଘ ଅଧିବେସନଦ୍ୱାରା ଡିସେମ୍ବର ୬ ତାରିଖ ଦିନ ଗ୍ରହଣ କରାଯାଇଥିଲା ।[] ଏହି ପ୍ରସ୍ତାବ ଅନୁସାରେ ବିଶ୍ଵ ଧ୍ୟାନ ଦିବସ ବିଶ୍ୱବ୍ୟାପୀ ଡିସେମ୍ବର ୨୧ ତାରିଖରେ ପାଳନ ହେବ । 'ଧ୍ୟାନ' ର ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣରେ ଧ୍ୟାନକୁ ପହଞ୍ଚାଇବା ପାଇଁ ଭାରତ ଏହି ମିଳିତ ପ୍ରସ୍ତାବ ଦେଇଥିଲା ।[] ଅଳ୍ପ କେତୋଟି ମୁସଲିମ ରାଷ୍ଟ୍ରକୁ ବାଦ ଦେଲେ ପ୍ରାୟ ସମସ୍ତ ଦେଶ ଏହାକୁ ପାଳନ ଲାଗି ସମର୍ଥନ କରିଥିଲେ ।[] ଧ୍ୟାନ ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ବୈଦିକ ମତରେ ଧ୍ୟାନ ହେଉଛି ଯୋଗ କ୍ରୀୟାର ଏକ ଅଂଶ ଏବଂ ଏହାଦ୍ଵାରା ମନୁଷ୍ୟ ଅଷ୍ଟାଙ୍ଗ ଯୋଗର ଶେଷ ସୋପାନ ଅର୍ଥାତ ସମାଧି ଅବସ୍ଥା ପ୍ରାପ୍ତ ହେବା ସହ ଆତ୍ମ ଜ୍ଞାନ ଲାଭ କରେ ।[]

ବିଶ୍ଵ ଧ୍ୟାନ ଦିବସ
ନାମWorld Meditation Day
ଅନ୍ୟ ନାମଧ୍ୟାନ ଦିବସ, ବିଶ୍ୱ ଧ୍ୟାନ ଦିବସ
ପାଳନକାରୀବିଶ୍ୱବ୍ୟାପୀ
ପ୍ରକାରମିଳିତ ଜାତିସଂଘ
ପାଳନଧ୍ୟାନ, ସଭା ସମିତି, ଆଲୋଚନା ଚକ୍ର , ସାଂସ୍କୃତିକ କାର୍ଯ୍ୟକ୍ରମ
ତାରିଖ୨୧ ଡିସେମ୍ବର
ପୁନଃପୌନିକତାବାର୍ଷିକ

ମିଳିତ ଜାତିସଂଘର ଘୋଷଣା

ସମ୍ପାଦନା

ବିଶେଷତ୍ୱ

ସମ୍ପାଦନା

"ଧ୍ୟାନ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ଏହା ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଏକ ସିଦ୍ଧ ଉପଚାର ଅଟେ । ଏହା ନିଜ ଭିତରେ ଚେତନା ଉଦ୍ରେକକରି ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଆମ ପାରିପାର୍ଶ୍ୱିକ ଜଗତ ସହ ଖାପ ଖୁଆଇ ଚାଲିବାରେ ସହଯୋଗ କରେ ।[]

ଡିସେମ୍ବର ୨୧ ସୂର୍ଯ୍ୟ ଉତ୍ତରାୟଣ ମୋଡ଼ ନେଇଥାନ୍ତି । ସୂର୍ଯ୍ୟଙ୍କର ଉତ୍ତରାୟଣ ଏବଂ ଦକ୍ଷିଣାୟନ ମୋଡର ମଧ୍ୟବର୍ତ୍ତୀ ଦିବସ ହେଉଛି ଡିଚେମ୍ବର ୨୧ । ଡିସେମ୍ବର ୨୧ ଉତ୍ତର ଗୋଲାର୍ଦ୍ଧରେ ବର୍ଷର ସବୁଠାରୁ ଛୋଟ ଦିନ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଦୀର୍ଘତମ ଦିନ ହେବା ସହ ବିଶ୍ୱରେ ବିଭିନ୍ନ ସ୍ଥାନରେ ଏହିଦିନର ମହତ୍ୱ ଅଛି ।[][] ଆନ୍ତର୍ଜାତିକ ଯୋଗ ଦିବସର ଠିକ୍‌ ଛଅ ମାସପରେ ବିଶ୍ଵ ଧ୍ୟାନ ଦିବସ ପାଳନ କରାଯିବ ।

୨୦୨୪ ମସିହା ଆନ୍ତର୍ଜାତିକ ଧ୍ୟାନ ଦିବସର ପ୍ରଥମ ପାଳନ ବର୍ଷ ।

  1. "UN declares December 21 as World Meditation Day, India among co-sponsors". The Times of India. 2024-12-07. ISSN 0971-8257. Retrieved 2024-12-09.
  2. Correspondent, D. C. (2024-12-07). "India Backs UN Move to Declare December 21 as World Meditation Day". www.deccanchronicle.com (in ଇଂରାଜୀ). Retrieved 2024-12-09.
  3. "UNGA adopts resolution". hindustantimes.com. Retrieved 9 December 2024.
  4. Times, Navhind (2024-12-07). "UNGA declares Dec 21 as World Meditation Day". The Navhind Times (in ଆମେରିକୀୟ ଇଂରାଜୀ). Retrieved 2024-12-09.
  5. "UN declares December 21 Meditation Day, India among co-sponsors of draft resolution". The Tribune (in ଇଂରାଜୀ). Retrieved 2024-12-09.
  6. Jones & Ryan 2006, p. 283.
  7. "Meditation and Mindfulness: Effectiveness and Safety". NCCIH (in ଇଂରାଜୀ). Retrieved 2024-12-09.
  8. World, Republic (2024-12-08). "Republic World". https://www.republicworld.com/ (in Indian English). Retrieved 2024-12-09. {{cite web}}: External link in |website= (help)
  9. "What's the winter solstice?". History (in ଇଂରାଜୀ). 2019-12-16. Retrieved 2024-12-09.