ବିଶ୍ଵ ଉପଭୋକ୍ତା ଅଧିକାର ଦିବସ
ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପ୍ରତିବର୍ଷ ୧୫ ମାର୍ଚ୍ଚରେ ସାରା ବିଶ୍ୱରେ ପାଳିତ ହୁଏ । ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ଉପଭୋକ୍ତା ଅଧିକାର ଆନ୍ଦୋଳନକୁ ଅଧିକ ସକ୍ରୀୟ କରିବା ସହ ଉପଭୋକ୍ତା ଅଧିକାର ଏବଂ ଆବଶ୍ୟକତା ବିଷୟରେ ବିଶ୍ୱସ୍ତରୀୟ ସଚେତନତା ସୃଷ୍ଟି କରିବା । ଏହି ଦିବସରେ ସମସ୍ତ ଗ୍ରାହକଙ୍କର ଅଧିକାରକୁ ସମ୍ମାନ ଏବଂ ସୁରକ୍ଷା ଦିଆଯାଉ ବୋଲି ଦାବି କରିବା ସହ ଉପଭୋକ୍ତା ବିରୁଦ୍ଧରେ ବଜାରର ଅତ୍ୟାଚାର ଏବଂ ସାମାଜିକ ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରିବା ।[୧]
ଇତିହାସ ସମ୍ପାଦନ କରନ୍ତୁ
ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ବାସ୍ତବରେ ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ ଚିନ୍ତାଧାରଦ୍ୱାରା ଅନୁପ୍ରାଣିତ । ସେ ୧୫ ମାର୍ଚ୍ଚ ୧୯୬୨ରେ ଆମେରିକା କଂଗ୍ରେସକୁ ଏକ ସ୍ୱତନ୍ତ୍ର ବାର୍ତ୍ତା ପଠାଇଥିଲେ ଯେଉଁଥିରେ ସେ ଉପଭୋକ୍ତା ଅଧିକାର ପ୍ରସଙ୍ଗକୁ ଆନୁଷ୍ଠାନିକ ଭାବରେ ସମ୍ବୋଧିତ କରିଥିଲେ । ସେ ଏହା କରିବାରେ ପ୍ରଥମ ବିଶ୍ୱ ନେତା ଥିଲେ । ଉପଭୋକ୍ତା ଆନ୍ଦୋଳନ ପ୍ରଥମେ ୧୯୮୩ ମସିହାରେ ସେହି ତାରିଖରେ ଆନୁଷ୍ଠାନିକ ଭାବେ ଅରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଅଭିଯାନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତ୍ୟେକ ବର୍ଷର ସେହି ଦିନକୁ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ଭାବେ ବ୍ୟବହାର କରିଥାଏ ।[୧][୨]
ଆଧାର ସମ୍ପାଦନ କରନ୍ତୁ
- ↑ ୧.୦ ୧.୧ "World Consumers Rights Day - Consumers International". www.consumersinternational.org. Retrieved 12 February 2022.
- ↑ "vikaspedia Domains". vikaspedia.in. Retrieved 12 February 2022.
ବାହାର ଆଧାର ସମ୍ପାଦନ କରନ୍ତୁ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |