ଇଣ୍ଡିଗୋ (IndiGo) ଏକ ଭାରତୀୟ ଏୟାରଲାଇନ କମ୍ପାନୀ ଅଟେ ଜାହାର ମୁଖ୍ୟାଳୟ ଭାରତର ଗୁଡ଼ଗାଁରେସ୍ଥିତ । ଏହା କମ ଟଙ୍କା ବିଶିଷ୍ଟ ଯାତ୍ରୀ ସେବା ତଥା ଭାରତର ସବୁଠାରୁ ବଡ଼ ବିମାନ ସେବା ଅଟେ । ଏହାର ମାର୍କେଟ ସେୟାର ଫେବୃଆରୀ ୨୦୧୪ ମସିହାରେ ୩୦.୩% ହୋଇଥିଲା । ଇଣ୍ଡିଗୋ ଭାରତରେ ସବୁଠାରୁ ତିବ୍ରରେ ବିକଶିତ ହୋଇଥିବା ବିମାନ ଜାନ ଅଟେ । ନିଜର ନୂଆ ୭୮ ଏୟାର ବସ , ୩୨୦ ଏୟାରକ୍ରାଫ୍ଟ ସହିତ ଏହି ଏୟାରଲାଇନ ୩୬ ଗନ୍ତବ୍ୟ ସ୍ଥାନପାଇଁ ଦୈନିକ ୪୮୫ ଫ୍ଲାଇଟର ସେବା ପ୍ରଦାନ କରିଥାଏ ।[୪] ଏୟାରଲାଇନ 82 ଗନ୍ତବ୍ୟ - 60 ଘରୋଇ ଏବଂ 22 ଅନ୍ତରାଷ୍ଟ୍ରୀୟ ଉଡାଣର ସଞ୍ଚାଳନ କରିଥାଏ ।[୫] ଏହାର ପ୍ରାଥମିକ କେନ୍ଦ୍ର "ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଦିଲ୍ଲୀ"ରେ ରହିଛି ।[୬]

ଇଣ୍ଡିଗୋ
IATA
6E
ICAO
IGO
Callsign
IFLY
Founded୨୦୦୬
Commenced operations8 ଅପ୍ରେଲ 2006 (2006-04-08)
Hubs
  • ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟ
Secondary hubs
  • ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ
  • ନେତାଜୀ ସୁବାଷ ଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ
Focus cities
  • କେମ୍ପାଗୌଡ଼ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ
  • ଚେନ୍ନାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ
  • ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ
Fleet size୧୦୭[୧]
Destinations୪୦
Parent companyଇଣ୍ଟର ଗ୍ଲୋବ ଏଣ୍ଟରପ୍ରାଇଜ
Headquartersଗୁଡ଼ଗାଁ, ହରିୟାଣା, ଭାରତ [୨]
Key peopleରାକେଶ ଗଙ୍ଗବାଲ, ପ୍ରତିଷ୍ଠାତା
ରାହୁଲ ଭାଟ୍ଟିୟା , ପ୍ରତିଷ୍ଠାତା (MD)
RevenueIncrease Indian Rupee ₹  ୧୪୩.୨ billion (US$୩.୧୮ billion) (FY2015)[୩]
Net incomeIncrease Indian Rupee ₹13.04 billion (US$୨୮୯.୪୯ million) (FY2015)[୩]
Websitebook.goindigo.in

2006 ମସିହା ମଧ୍ୟରେ ସଞ୍ଚାଳନ ଆରମ୍ଭ କରିବା ଯୋଜନା ସହିତ ଇଣ୍ଡିଗୋ ଜୁନ 2005 ମସିହାରେ "ପ୍ୟାରିସ ଏୟାର ସୋ" ଅନୁସାରେ UAS $ 6 ବିଲୀୟନର 100 ଏୟାର ବସ A 320-200 ବୀମାନ ପାଇଁ ଏକ ଆଦେଶ ଦେଇଥିଲେ ।[୭][୮] ଏୟାର ଲାଇନ ଜୁଲାଇ 2006 ମସିହାରେ ନିଜର ପ୍ରଥମ A 320 ପ୍ରାପ୍ତ କରିଥିଲା ଏବଂ 2015-2016 ପର୍ଯ୍ୟନ୍ତ 100 ବୀମାନ ସାମିଲ କରିବା ପାଇଁ ଯୋଜନା ବନେଇଥିଲା ।[୯]

ଇତିହାସ ସମ୍ପାଦନା

ଇଣ୍ଡିଗୋର ଆରମ୍ଭ ୨୦୦୬ ମସିହା ପ୍ରାରମ୍ଭରେ ଇଣ୍ଟରଗ୍ଲୋବ ଇଣ୍ଟରପ୍ରାଇଜର ରାହୁଲ ଭାଟ୍ଟିୟା ତଥା ରାକେଶ ଏସ ଗଙ୍ଗବାଲ, (ଯିଏ ୟୁନାଇଟେଡ ଷ୍ଟେଟସରେ ରହୁଥିବା ଅପ୍ରବାସୀ ଭାରତୀୟ ଅଟନ୍ତି)ଙ୍କଦ୍ୱାରା ହୋଇଥିଲା । ଫେବୃଆରୀ 2012 ମସିହା ପର୍ଯ୍ୟନ୍ତ ଇଣ୍ଡିଗୋ ବହୁତ ତୀବ୍ର ଭାବେ ବିକାଶ କରିଥିଲା ତଥା ଏହାର ଲାଭରେ ମଧ୍ୟ ବୃଦ୍ଧି ହେଉଥିଲା । ଏହା କିଙ୍ଗଫିସରକୁ ପ୍ରଥମରୁ ହିଁ ପ୍ରତିସ୍ଥାପିତ କରିଦେଇଥିଲା , ଏବେ କିଙ୍ଗଫିସର ଦ୍ୱିତୀୟ ସବୁଠାରୁ ବଡ଼ ବିମାନ ସେବା ଅଟେ ।[୧୦]

ଲକ୍ଷ ସମ୍ପାଦନା

ଇଣ୍ଡିଗୋ ଭାରତ ତଥା ବିଦେଶରେ ୩୬ ଲକ୍ଷ ପାଇଁ, ୪୭୫ ଦୈନିକ ବିମାନଦ୍ୱାରା ନିଜ ସେବା ପ୍ରଦାନ କରିଥାଏ । ପାଞ୍ଚ ବର୍ଷର ସଞ୍ଚାଳନ ପରେ ଜାନୁଆରୀ ୨୦୧୧ ମସିହାରେ ଇଣ୍ଡିଗୋକୁ ବିଦେଶରେ ସଞ୍ଚାଳନ ପାଇଁ ଲାଇସେନ୍ସ ମିଳିଗଲା । ଇଣ୍ଡିଗୋର ପ୍ରଥମ ଅନ୍ତରାଷ୍ଟ୍ରୀୟ ବିମାନ ସେବାର ଆରମ୍ଭ ୧ ସେପ୍ଟେମ୍ବର 2011 ମସିହାରେ ଦୁବାଇରୁ ଦିଲ୍ଲୀ ପାଇଁ ହୋଇଥିଲା। ପରେ ଏକ ସପ୍ତାହରେ ଏହା ଅନ୍ତରାଷ୍ଟ୍ରୀୟ ସେବା ବ୍ୟାଙ୍କକ, ସିଙ୍ଗାପୁର, ମାସ୍କଟ ଏବଂ କାଠମାଣ୍ଡୁ ପାଇଁ ନୂଆଦିଲ୍ଲୀ ଓ ମୁମ୍ବାଇରୁ ଆରମ୍ଭ କରିଦିଆ ଗଲା । [୧୧]

ଇଣ୍ଡିଗୋ ରାମ୍ପ ସମ୍ପାଦନା

ଇଣ୍ଡିଗୋର ସବୁଠାରୁ ବଡ଼ ବିଶେଷତା ହେଉଛି ତାହାର (Ramp) ରାମ୍ପ (ଗଡାନିଆ ଚଟାଣ) ସେବା ଅଟେ । ଅଶକ୍ତ (ପଙ୍ଗୁ/ଅଥର୍ବ) ଲୋକମାନଙ୍କ ସୁବିଧା ପାଇଁ ଏଥିରେ ରାମ୍ପ ସୁବିଧାକୁ ଏପରି ତିଆରି ହୋଇଛି କି, ଲୋକମାନେ ନିଜ ହ୍ବିର୍ଲ ଚେୟାରରେ ବସି ବିମାନ ଭିତରକୁ ଅତି ଆରାମରେ ଯାଇପାରିବେ। [୧୨]

ଇଣ୍ଡିଗୋ ସମ୍ପାଦନା

ଇଣ୍ଡିଗୋରେ ନିମ୍ନଲିଖିତ ବିମାନ ସାମିଲ ରହିଛି –

ଇଣ୍ଡିଗୋ
ଏୟାରକ୍ରାଫ୍ଟ ସେବା ରେ ଆଦେଶ ଯାତ୍ରୀ
(ଇକୋନୋମୀ)
ଜାନକାରୀ
ଏୟାର ବସ ୩୨୦-୨୦୦ ୭୮ ୧୮୦ ୧୬ ଏୟାରକ୍ରାଫ୍ଟ ବାହାରେ
ଏୟାର ବସ A ୩୨୦ ନିଓ ୧୬୦ ୧୮୦ ସେବା ଗୁଡିକର ଆରମ୍ଭ ୨୦୧୬ରୁ
ଏୟାର ବସ A୩୨୧ ନିଓ ୨୦ ୨୩୬ ସେବା ଗୁଡିକର ଆରମ୍ଭ୨୦୧୭ରୁ
କୂଳ ୭୮ ୧୮୬  

 

ସେବା ସମ୍ପାଦନା

ଅଳ୍ପ ଟଙ୍କାରେ ସେବା ହେବା କାରଣରୁ ଇଣ୍ଡିଗୋର କୌଣସି ମଧ୍ୟ ବିମାନ ସେବାରେ ବିଜନେସ କ୍ଲାସ ଏବଂ ଫାଷ୍ଟ କ୍ଲାସ ବିଭାଗ ରହିନାହିଁ । ଏଥିରେ କେବଳ ଶସ୍ତା ସିଟର ସୁବିଧା ରହିଛି । ନିଜ ଭଡ଼ାକୁ କମ କରିବା ପାଇଁ ଇଣ୍ଡିଗୋ କୌଣସି ପ୍ରକାରର ନିଶୁଳ୍କ ଭୋଜନର ସୁବିଧା ଉଡିବା ସମୟରେ ପ୍ରଦାନ କରେନାହିଁ । [୧୩]

ପୁରସ୍କାର ଓ ଉପଲବ୍ଧି ସମ୍ପାଦନା

  • ଇଣ୍ଡିଗୋକୁ ନିମ୍ନଲିଖିତ ପୁରସ୍କାରଦ୍ୱାରା ସମନ୍ୱିତ କରାଯାଇଛି। –[୧୪]
  • ସର୍ବଶ୍ରେଷ୍ଠ କାମ ଟଙ୍କା ଯୁକ୍ତ ସେବା, ଏୟାରଲାଇନ ପ୍ୟାସେଞ୍ଜର ଆସୋସିଏସନ ଅଫ ଇଣ୍ଡିଆ (୨୦୦୭ ଦ୍ୱାରା।
  • ସର୍ବଶ୍ରେଷ୍ଠ କାମ ଟଙ୍କା ଯୁକ୍ତ ସେବା, ଗାଲିଲିଓ ଏକପ୍ରେସ ତ୍ରିବଲ ଆୱାର୍ଡ (୨୦୦୮) ମସିହା ଅନୁସାରେ
  • ସର୍ବଶ୍ରେଷ୍ଠ କାମ ଟଙ୍କା ଯୁକ୍ତ ସେବା, CNBC ଆବାଜର ତ୍ରିବଲ ଆୱାର୍ଡ (୨୦୦୯) ମସିହାରେ
  • ସର୍ବଶ୍ରେଷ୍ଠ କାମ ଟଙ୍କା ଯୁକ୍ତ ସେବା , ସ୍କାଇଟ୍ରାକ୍ସ ଆୱାର୍ଡ (୨୦୧୦,୧୧,୧୨ ଏବଂ ୧୩) ମସିହାରେ ପ୍ରାପ୍ତ ହୋଇଥିଲା ।

ଆଧାର ସମ୍ପାଦନା

  1. "About IndiGo, profile". IndiGo. Archived from the original on 7 May 2016. Retrieved 19 March 2016.
  2. "Contact us, IndiGo". IndiGo. Archived from the original on 29 February 2016. Retrieved 19 March 2016.
  3. ୩.୦ ୩.୧ "IndiGo profit at record high, sees over 300% jump in FY15". दि इकॉनोमिक टाइम्स. 11 September 2015. Retrieved 11 September 2015.
  4. "Indigo flies past jet to become largest airline". ବିଜନେସ ଷ୍ଟାଣ୍ଡର୍ଡ. ୧୮ ଅଗଷ୍ଟ ୨୦୧୨. ଉଲ୍ଲେଖିତ ୨୧ ମାର୍ଚ୍ଚ ୨୦୧୪. {{cite web}}: Check date values in: |date= (help)
  5. "About IndiGo". Indigo. Retrieved 21 January 2019.{{cite web}}: CS1 maint: url-status (link)
  6. Chowdhury, Anirban (13 February 2018). "Wolfgang Prock-Schauer's latest assignment: Taking IndiGo on a long haul". The Economic Times. Archived from the original on 18 February 2018. Retrieved 17 February 2018.
  7. "Airbus wins $6bn order from India". BBC News. 16 June 2005. Archived from the original on 3 July 2012. Retrieved 30 August 2010.
  8. "Airbus Orders and Deliveries". Airbus. Archived from the original on 3 July 2012. Retrieved 30 August 2010.
  9. "IndiGo celebrates delivery of first Airbus A320". Airbus (Press release). 28 July 2006. Archived from the original on 4 March 2016. Retrieved 19 March 2016.
  10. "ଇଣ୍ଡିଗୋ ଏୟାରଲାଇନ ଟୁ ଫ୍ଲାଇ ସୁନ". ବେନେଟ, କୋଳମେନ କମ୍ପାନୀ. ଲିମିଟେଡ଼. ଉଲ୍ଲେଖିତ 14 ଫେବୃଆରୀ 2012. {{cite web}}: Check date values in: |date= (help)
  11. "indigo launches 8 new flights increases flights between metros". ଫାଷ୍ଟ ପୋଷ୍ଟ ବିଜନେସ. ଉଲ୍ଲେଖିତ ୨ ମାର୍ଚ୍ଚ ୨୦୧୩. Archived from the original on 2014-04-08. Retrieved 2019-10-14. {{cite web}}: Check date values in: |date= (help)
  12. "ଅଭିରାମ୍ପ ଇଜ ୱାନ ମେଜର ମ୍ୟାନୁଫ୍ୟାକ୍ଚର ଅଫ ବୋର୍ଡଙ୍ଗ ରାମ୍ପ ଆକୋମୋଡେଟିଙ୍ଗ ହ୍ବିର୍ଲ ଚେୟାର".
  13. "ଅନ ବୋର୍ଡ ଇଣ୍ଡିଆ ଏୟାର ଲାଇନ୍ସ". କ୍ଲିଅର ଟ୍ରିପ.କମ.
  14. "इंडिगो मेक्स इट थ्री इन ए रो विद सी-एन-बी-सी आवाज ट्रेवल अवार्ड ०९". डोमेन बी . कॉम. १ सितम्बर २००९. उल्लिखित २०१२-०७-१३. {{cite web}}: Check date values in: |date= (help)