"କୋଣାର୍କ ସୂର୍ଯ୍ୟ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Adding zh:科纳尔克
ଟିକେ Robot: Interwiki standardization; ପ୍ରସାଧନ ବଦଳ
୩ କ ଧାଡ଼ି:
{{Infobox World Heritage Site
| WHS = ସୂର୍ଯ୍ୟ ମନ୍ଦିର, କୋଣାର୍କ
| Image = [[Imageଫାଇଲ:Konark Sub Temple Front view.jpg|270px|Konark Sun Temple]]
| State Party = {{IND}}
| Type = ସାଂସ୍କୃତିକ
୧୫ କ ଧାଡ଼ି:
}}
 
'''କୋଣାର୍କ ସୂର୍ଯ୍ୟ ମନ୍ଦିର''' ଭାରତ ଅନ୍ତର୍ଗତ [[ଓଡ଼ିଶା]]ର [[ପୁରୀ ଜିଲ୍ଲା]]ରେ ଥିବା ଏକ ପୁରୁଣା ମନୋରମ ମନ୍ଦିର । ଏହାର [[କୋଣାର୍କ]] ସହରରେ ଅବସ୍ଥିତ l କୋଣାର୍କ ମନ୍ଦିର ହେଉଛି ସ୍ଥାପତ୍ୟ, ବୈଷୟିକ ଜ୍ଞାନ, ଶିଳ୍ପକଳା ଓ ସର୍ବୋପରି ଗୋଟିଏ ଉଚ୍ଚ ଜୀବନାଦର୍ଶର ଅପୂର୍ବ ସମନ୍ଵୟ । ଏପରି ସୃଷ୍ଟି ଖାଲି ଓଡ଼ିଶାରେ ନୁହେଁ, ସାରା ବିଶ୍ଵରେ ସମ୍ଭବ ହୋଇ ପାରିନାହିଁ l ତ୍ରୟୋଦଶ ଶତାବ୍ଦୀରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବ(୧୨୩୮ରୁ ୧୨୫୦ ଖ୍ରୀଷ୍ଟାବ୍ଦ) ଙ୍କଦ୍ୱାରା ନିର୍ମିତ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ l ଏହାକୁ '''କୃଷ୍ଣ ପାଗୋଡ଼ା (Black Pagoda)''' ମଧ୍ୟ କୁହାଯାଏ ।<ref>{{cite web |url= http://www.theorissa.com/index.php/temples-monuments |title=Temples & Monuments |work=theorissa.com |year=2012 |quote=The temple known as the Black Pagoda is one of the unrivalled architectural marvels of ancient India, the UNESCO world heritage sites. |accessdate=5 July 2012}}</ref><ref>[[http://konark.nic.in/intro.htm| title= ସରକାରୀ ୱେବସାଇଟ]] </ref>
ଏହି ମନ୍ଦିର ହେଉଛି ଗଙ୍ଗ ବଂଶର କଳିଙ୍ଗୀୟ (ଓଡ଼ିଆ) ସ୍ଥାପତ୍ୟ କଳାର ଏକ ନିଦର୍ଶନ । ଏହି ମନ୍ଦିରଟି ଭାରତର କେତୋଟି ବହୁ ପ୍ରସିଦ୍ଧ ମନ୍ଦିର ମାନଙ୍କ ଭିତରୁ ଅନ୍ୟତମ ଏବଂ ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହା ଅନ୍ୟତମ। (ଏନ.ଡି.ଟି.ଭି.ଙ୍କ ଦେଇ ହୋଇଥିବା ସର୍ବେକ୍ଷଣ ଅନୁସାରେ)
 
==ନାମକରଣ==
[[Fileଫାଇଲ:Konark_Temple.jpg|thumb|300px|କୋଣାର୍କ ମନ୍ଦିର]]
ଏହା ମନ୍ଦିରଟି ଗଢିଉଠିଥିଲା ପ୍ରାଚୀ ନଦୀ ଓ ବଙ୍ଗୋପସାଗରର ସଙ୍ଗମ ସ୍ଥଳରେ । ସେ ଯୁଗରେ ଏହା ଏକ ପୋତାଶ୍ରୟୀ ବନ୍ଦର ଥିଲା । ଏହାର ନାମଥିଲା କୋଣଗର l ‘‘କୋଣଗର’’ ନାମାନୁସାରେ ମନ୍ଦିରର ନାମ କୋଣାର୍କ ହୋଇଥିବ ବୋଲି ଅନୁମାନ କରାଯାଏ । କୋଣାର୍କ ଶବ୍ଦକୁ ବିଶ୍ଳେଷଣ କଲେ ଜଣାଯାଏ ଏହା ସଂସ୍କୃତ ଶବ୍ଦ କୋଣ ଓ ଅର୍କର ସଂଯୋଗରୁ ତିଆରି ହୋଇଛି । କୋଣର ମାନେ ହେଲା ଗୋଟିଏ ପାଖ ଅଥବା ଦୁଇଟି ଦିଗ ବା ରେଖାର ମିଳନ ସ୍ଥାନ ଓ ଅର୍କର ଅର୍ଥ ହେଲା ସୂର୍ଯ୍ୟ । ଏହି ମନ୍ଦିରଟି ସୂର୍ଯ୍ୟ ଦେବଙ୍କ ପାଇଁ ନିର୍ମିତ ହୋଇଥିବାରୁ ଜାଗାର ନାମ ତଦନୁସାରେ କୋଣାର୍କ ହୋଇଛି ବୋଲି ମତ ପୋଷଣ କରାଯାଏ ।<ref>http://www.indiaprofile.com/monuments-temples/india-monuments.htm</ref>
 
== ମନ୍ଦିରର ଆକୃତି ଓ ଗଠନ ଶୈଳୀ ==
[[Fileଫାଇଲ:A Notice in Konark Sun the world heritage monument.jpg|thumb|ବିଶ୍ୱ ଐତିହ୍ୟ ପୀଠ ଭାବେ ପରିଚିତ କୋଣାର୍କ ମନ୍ଦିର]]
କୋଣାର୍କ ମନ୍ଦିର ହିନ୍ଦୁ ମନ୍ଦିର ବାସ୍ତୁକଳା ଅନ୍ତର୍ଗତ କଳିଙ୍ଗୀୟ ଶୈଳୀରେ ନିର୍ମିତ । ଗର୍ଭଗୃହଯୁକ୍ତ ମୁଖ୍ୟ ମନ୍ଦିର ଟି ୨୨୯ ଫୁଟ ଉଚ୍ଚ ଓ ମୁଖଶାଳା ୧୨୮ ଫୁଟ ଉଚ୍ଚ। ୧୩ ଫୁଟ ଉଚ୍ଚ ପଥର ଚଟାଣ ଉପରେ ବିମାନ ଓ ଜଗମୋହନ ରଥ ରୂପରେ ଗଢ଼ା ଯାଇଥିଲା । ସେ ଚଟାଣ ଚାରିପଟେ ୯ଫୁଟ ୯ ଇଞ୍ଚ ଉଚ୍ଚର ୨୪ଟି ଚକ ଓ ସମ୍ମୁଖରେ ସାତଟି ଘୋଡା ଖଞ୍ଜା ଯାଇଥିଲା । ଜଗମୋହନର ଉଚ୍ଚତା ଥିଲା ୧୨୩ ଫୁଟ ଓ ବିମାନର ଉଚ୍ଚତା ଥିଲା ୨୨୫ ଫୁଟ । ଏବେ ବିମାନଟି ପ୍ରାୟ ଧ୍ୱଂସ ହୋଇଯାଇଛି । ବର୍ତ୍ତମାନ ଅଛି ଗର୍ଭଗୃହ ଓ ଦେବସିଂହାସନ। ମୁଖଶାଳାଟି ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲେ ବି କାଳର କରାଳ ଗତିରେ ନାଟ ମନ୍ଦିରର ଓ ଭୋଗ ମଣ୍ଡପର କିଛି ଅଂଶ ମାତ୍ର ସୁରକ୍ଷିତ ରହି ପାରିଛି । ମନ୍ଦିର ବେଢାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୮୫୭ ଓ ୫୪୦ଫୁଟ । ମନ୍ଦିରଟି ପ୍ରାକୃତିକ ପରିବେଶ ଭିତରେ ରହଛି ଓ ଏହାର ଚାରି ପାଖରେ କାଜୁ, ଶିଶୁ ଆଦି ବାଲିଆ ମାଟିରେ ବଢୁଥିବା ଗଛ ରହିଛି ।
ଆଜି ଯେତିକି ଅଂଶ ବଞ୍ଚି ରହିଛି ସେତିକି ବି ଅତି ବିଶାଳ । ଏହା ହେଉଛି ପ୍ରକୃତରେ ମୁଖ୍ୟ ମନ୍ଦିରରର ମଣ୍ଡପ । ସାମନାରୁ ଠିଆ ହୋଇ ଦେଖିଲେ ମୁଖ୍ୟମନ୍ଦିରର ଭଗ୍ନାବଶେଷ ହିଁ ଦୃଷ୍ଟିଗୋଚର ହୋଇଥାଏ । ମୁଖ୍ୟ ଦେଉଳଟି ପାଖାପାଖି ୨୦୦ ଫୁଟ (୬୦ ମିଟର ) ଉଚ୍ଚ, ଯାହା ଭାରତର ଉଚ୍ଚତମ ମନ୍ଦିର ଥିଲା ବୋଲି ଅନୁମାନ କରାଯାଏ ।<ref>http://www.flonnet.com/stories/20080620251206600.htm Benoy K. Behl, "Tallest of them all", ''Frontline,'' Jun. 07-20, 2008</ref>
୩୭ କ ଧାଡ଼ି:
 
==ସ୍ଥାପତ୍ୟ==
[[Fileଫାଇଲ:Naata Mandir.jpg|right|250px|thumb|ନାଟ ମନ୍ଦିର]]
ସାତଟି ଚପଳ ଚଞ୍ଚଳ ଘୋଡ଼ାଙ୍କ ଦ୍ୱାରା ଟଣା ଯାଉଥିବା ଏକ ବିଶାଳ ରଥାକୃତିରେ ମନ୍ଦିରଟି ନିର୍ମିତ । ଏହାର ସର୍ବାଙ୍ଗରେ କାରୁକାର୍ଯ୍ୟ ଖୋଦେଇ କରା ଯାଇଛି । ଏହି ମନ୍ଦିରର ମୂଳରେ ସୂକ୍ଷ୍କ କାରୁକଳାରେ ଅତି ସୁସଜ୍ଜିତ ୧୨ଟି ଚକ ରହିଛି। <ref name="Let's go: India & Nepal, 2004 By Let's Go, Inc, page 462">''Let's go: India & Nepal, 2004 By Let's Go, Inc, page 462</ref> ଏହି ଚକଗୁଡ଼ିକ ହେଉଛି ମନ୍ଦିରର କେତୋଟି ପ୍ରମୁଖ ଆକର୍ଷଣମାନଙ୍କ ଭିତରୁ ଅନ୍ୟତମ । ଏହି ଚକମାନଙ୍କର ଅର ସୂର୍ଯ୍ୟଘଡ଼ିର କାମ କରିଥାଏ । ଏହି ଅରମାନଙ୍କ ଛାଇରୁ ସଠିକ ସମୟ ବାରିହୁଏ । ପିରାମିଡ୍ ଆକାରର ଏହି ମନ୍ଦିରର ଛାତ ପାଖାପାଖି ୩୦ ମିଟର ଉଚ୍ଚ। ଖଜୁରହୋ ମନ୍ଦିର ପରି ଏହି ମନ୍ଦିର ଗାତ୍ରରେ ମଧ୍ୟ କାମକଳାର ବହୁଳ ପ୍ରଦର୍ଶନ ହୋଇଛି । <ref name="India Rises in the West By Ranganathan Magadi, page 63">''India Rises in the West By Ranganathan Magadi, page 63''</ref>
 
ଦୁଆରର ଦୁଇପାଖରେ ମନ୍ଦିରକୁ ଜଗି ରହିଛନ୍ତି ଦୁଇଟି ଦନ୍ତାହାତୀଙ୍କୁ ପଦାନତ କରିଥିବା ଦୁଇଟି ଭୀମକାୟ ସିଂହ । ଏହି ହାତୀଦୁଇଟି ଦୁଇଟି ଶାୟିତ ମଣିଷକୁ ମାଡ଼ି ବସିଥିବାର ଦେଖାଯାଏ । ପ୍ରତ୍ୟେକ ପୁରାତନ ମନ୍ଦିର ପରି ଏଠାରେ ମଧ୍ୟ ମୁଖ୍ୟ ମନ୍ଦିର ପୂର୍ବରୁ ନାଟ ମନ୍ଦିରଟି ରହିଛି, ଯେଉଁଠାରେ କଳାକାରମାନେ ଦେବତାଙ୍କ ଉଦ୍ଦେଶ୍ୟରେ ନୃତ୍ୟ ଗୀତ ପରିବେଷଣ କରିଥାନ୍ତି । ମନ୍ଦିରର ଅତ୍ର ତତ୍ର ସର୍ବତ୍ର ବିବିଧ ଫୁଲ ଓ ଜ୍ୟାମିତିକ ଢାଞ୍ଚାର ନମୁନା ଦେଖିବାକୁ ମିଳେ ।
[[Fileଫାଇଲ:Konark Sun Temple Wheel.jpg|left|300px|thumb|କୋଣାର୍କର ରଥଚକ]]
ଏହାଛଡ଼ା ଅନେକ ପ୍ରକାରର ଦେବାଦେବୀ, ଯକ୍ଷ, ଗନ୍ଧର୍ବ, କିନ୍ନର, ନର ସଙ୍ଗୀତ ଶିଳ୍ପୀ, ନଟ, ନଟୀ, ପ୍ରେମୀ ଯୁଗଳ ଓ ଆନନ୍ଦ ଉତ୍ସବମୟ ଗ୍ରାମୀଣ ଜୀବନ, ଯୁଦ୍ଧ ଓ ଶିକାର ଆଦିର ଅସଂଖ୍ୟ ଚିତ୍ରଣ ଏଠାରେ ଦେଖିବାକୁ ମିଳେ । ତା’ ସହିତ କେତେ ଜାତିର ପଶୁ-ପକ୍ଷୀ, ପାଖାପାଖି ଦୁଇହଜାର ଆକର୍ଷକ ଓ ଜିଅଁନ୍ତା ଦିଶୁଥିବା ହାତୀ, ପୌରାଣିକ ଜୀବ, ନାନା ଜାତିର ଲତା ଓ ଜ୍ୟାମିତିକ ଢାଞ୍ଚାରେ ଭରା ଅଳଂକୃତ ଓ ସମ୍ଭ୍ରାନ୍ତ ଓଡ଼ିଆ ସ୍ଥାପତ୍ୟର ଅନେକ କମକୁଟ ଦର୍ଶକକୁ ବିମୋହିତ କରିବା ସହିତ ଏହାର ସଜୀବ ଚିତ୍ରଣ ଏହି ମନ୍ଦିରକୁ ଅନ୍ୟ ମନ୍ଦିରମାନଙ୍କଠାରୁ ପୃଥକ ଓ ଉତ୍କୃଷ୍ଟ ପ୍ରତିପାଦିତ କରେ।
 
୬୦ କ ଧାଡ଼ି:
==ଅବକ୍ଷୟ==
===[[ମାଦଳା ପାଞ୍ଜି]] ମତେ===
[[Fileଫାଇଲ:Konark Sun Temple Statue of Sun God 11099.jpg|thumb|230px|left|କୋଣାର୍କ ଦେଉଳରେ ଥିବା ସୂର୍ଯ୍ୟ ଦେବତାଙ୍କର ଏକ ପ୍ରତିମୂର୍ତ୍ତି]]
ମନ୍ଦିର ଧ୍ୱଂସ ହେବାର କାରଣ ସପକ୍ଷରେ ବହୁ କିମ୍ବଦନ୍ତୀ ପ୍ରଚଳିତ । ମାଦଳା ପାଞ୍ଜିରେ ଲିଖିତ ବୃତ୍ତାନ୍ତ ମତେ ଯବନ କଳାପାହାଡ ଓଡିଶା ଆକ୍ରମଣ କରି ବହୁ ମନ୍ଦିର ଧ୍ୱଂସ କରିଥିଲା । କୋଣାର୍କ ମନ୍ଦିର ଭାଙ୍ଗିବା ସହଜ ନଥିଲା । କାରଣ ଦେଉଳର ବେଧ୨୦ରୁ୨୫ ଫୁଟ ଥିଲା । କଳାପାହାଡ ଏ ମନ୍ଦିରର ଗଠନ ପ୍ରଣାଳି ଜାଣିଥିଲା । ସେ କଳସଟି ସ୍ଥାନଚ୍ୟୁତ କରିଦେବାରୁ କାଳକ୍ରମେ ପ୍ରସ୍ତର ସ୍ତର ବିକ୍ଷିପ୍ତ ହେଲା ଏବଂ କୋଣାର୍କ ଧ୍ୱଂସ ହେଲା ।
 
୮୩ କ ଧାଡ଼ି:
ମନ୍ଦିରର କଳାନୈପୁଣ୍ୟକୁ ଦେଖି ଅନେକ କବି ଏହାର ପ୍ରଶଂସା ନ କରି ରହି ପାରି ନାହାନ୍ତି। ନୋବେଲ ପୁରସ୍କାର ପ୍ରାପ୍ତ କବି [[ରବୀନ୍ଦ୍ର ନାଥ ଠାକୁର]] କହିଛନ୍ତି, ‘‘ଏଠାରେ ପଥର ମଣିଷଠାରୁ ଅଧିକ କଥା କହେ।’’
 
[[Fileଫାଇଲ:Konark Temple.jpg|right|200px|thumb|ରାତିରେ ରୂପସୀ କୋଣାର୍କ]]
 
ପ୍ରଖ୍ୟାତ ହିନ୍ଦୁସ୍ତାନୀ ଗାୟିକା [[ସୁନନ୍ଦା ପଟ୍ଟନାୟକ]] କୋଣାର୍କ ଉପରେ ଏକ ସୁନ୍ଦର ଇଂରାଜୀ କବିତା ଲେଖିଛନ୍ତି। ଏହାର ଓଡ଼ିଆ ଅନୁବାଦ ନିମ୍ନରେ ଦିଆଗଲା।<ref>'''ଓଡ଼ିଆ ପତ୍ରିକା ସଚିତ୍ର ‘‘ବିଜୟା’’ ମାର୍ଚ୍ଚ ୨୦୦୮ – ଅନୁବାଦ ଶ୍ରୀ ସୁନିଲ କୁମାର ପୃଷ୍ଟି''' ପୃଷ୍ଠା:୧୩</ref>
୧୬୦ କ ଧାଡ଼ି:
 
{{ହିନ୍ଦୁ ମନ୍ଦିର}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ହିନ୍ଦୁ ମନ୍ଦିର]]
Line ୧୬୭ ⟶ ୧୬୮:
[[ଶ୍ରେଣୀ:ବିଶ୍ଵ ଐତିହ୍ୟ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[bn:কোণার্ক সূর্য মন্দির]]
[[en:Konark Sun Temple]]
[[es:Templo de Suria (Konark)]]
[[fa:پرستشگاه خورشید کونارک]]
[[fi:Konarakin aurinkotemppeli]]
[[fr:Temple de Sûrya (Konârak)]]
[[hi:कोणार्क सूर्य मंदिर]]
Line ୧୭୮ ⟶ ୧୭୯:
[[id:Kuil Matahari Konark]]
[[it:Tempio del sole di Konarak]]
[[ja:コナーラクのスーリヤ寺院]]
[[ka:კონარაკეს მზის ტაძარი]]
[[ml:കൊണാർക്ക് സൂര്യക്ഷേത്രം]]
[[mr:कोणार्क सूर्य मंदिर]]
[[ja:コナーラクのスーリヤ寺院]]
[[pt:Templo do Sol em Konarak]]
[[ru:Храм солнца в Конараке]]
[[sa:कोणार्कमन्दिरम्]]
[[fi:Konarakin aurinkotemppeli]]
[[ta:கொனார்க் சூரியன் கோயில்]]
[[te:కోణార్క సూర్య దేవాలయం]]