"ଚା’" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଇତିହାସ: ଜାପାନ ଓ ଆସାମ
୨୨ କ ଧାଡ଼ି:
ଚୀନ ଦେଶରୁ ଯାଇ ପ୍ରଥମେ ଚା’ ପହଞ୍ଚିଲା [[ଜାପାନ]] ରେ। ବୌଦ୍ଧ ଭିକ୍ଷୁ ମାନେ ଚୀନରୁ ଚା’ ମଞ୍ଜି ନେଇ ଜାପାନର ବିଭିନ୍ନ ସ୍ଥାନରେ ଲଗାଇଲେ ଏବଂ ଚା’ ଜାପାନର ଧର୍ମ ଓ ସଂସ୍କୃତିରେ ମିଶିଗଲା। ଚା’ ଜାପାନର ସାଂସ୍କୃତିକ ଜୀବନରେ ଏକ ପ୍ରଧାନ ସ୍ଥାନ ଅଧିକାର କଲା। ଜାପାନର ଚା’ ଉତ୍ସବ ପ୍ରଧାନ। ଅତିଥି ମାନଙ୍କୁ ଗୃହକୁ ଆମନ୍ତ୍ରଣ କରାଯାଇ ଏକ ଚା’ ଉତ୍ସବ ପାଳନ କରାଯାଏ। ଗୃହକୁ ଅତିଥି ଆସିଲେ ପ୍ରଥମେ ଚା’ ଦିଆଯାଏ ଏବଂ ତାହା ହେଉଛି ଗରମ ପାଣିରେ ପଡିଥିବା ଏକ ସବୁଜ ପତ୍ର ,ଯାହା ବେଶ ଆରାମଦାୟକ ଓ ବାସନାଯୁକ୍ତ ପାନୀୟ ହୋଇଥାଏ।
===ଆସାମ===
[[ଆସାମ]] ଚା’ ର ଦେଶ ହେଇଥିଲେ ମଧ୍ୟ ସେଠାରେ ଚା’ ର ପ୍ରକୃତ ଆବିଷ୍କାର ହେଲା ୧୮୨୩ ମସିହାରେ। [[ସ୍କଟଲାଣ୍ଡ]]ର ରବର୍ଟ ବ୍ରୁସ୍ ନାମରେ ଜଣେ ବ୍ୟକ୍ତି ଆସାମର [[ଦିବ୍ରୁଗଡ଼ ଜିଲ୍ଲା|ଦିବ୍ରୁଗଡ଼]] ଜିଲ୍ଲାର ଏକ ଅଞ୍ଚଳରେ ବହୁ ସଂଖ୍ୟାରେ ଦିବ୍ରୁଗଡ଼ ଗଛ ଦେଖି ସ୍ତମ୍ଭୀଭୁତ ହୋଇଯାଇଥିଲେ। ତାଙ୍କର ସନ୍ଦେହ ମୋଚନ ପାଇଁ ସେ କଲିକତାର [[ଇଷ୍ଟ ଇଣ୍ଡିଆ କମ୍ପାନୀ]]କୁ ଗଛ ପତ୍ରକୁ ପରୀକ୍ଷା ପାଇଁ ପଠେଇଲେ ଏବଂ ତାହା ଚା’ ବୋଲି ପ୍ରମାଣିତ ହେଲା। କିନ୍ତୁ ପ୍ରକୃତରେ ଆସାମର ସିଙ୍ଗ ପୋ ଜନଜାତିର ଲୋକ ବହୁକାଳ ଧରି ଚା’ କୁ ଏକପାନୀୟ ଏବଂ ଔଷଧ ରୂପେ ବ୍ୟବହାର କରୁଥିଲେ। ହୁଏତ ହଜାର ହଜାର ବର୍ଷ ଧରି। କିନ୍ତୁ ତାହା ଲୋକଲୋଚନକୁ ଆସି ପାରିନ ଥିଲା। ପ୍ରକୃତରେ ଏହାକୁ ଲୋକଲୋଚନକୁ ଆଣିବାର ବ୍ୟକ୍ତିହେଲେ ଆସାମର ଜଣେ ପ୍ରସିଦ୍ଧ ଦେଶପ୍ରେମୀ [[ମଣିରାମ ଦତ୍ତବରୁଆ]], ଯିଏ କି ମଣିରାମ ଦିୱ୍ଆନ ରୂପେ ପ୍ରସିଦ୍ଧ ଥିଲେ।ଥିଲେ।ମଣିରାମ ଥିଲେ ବ୍ରିଟିଶ ଶାସକ ଓ ଜନଜାତି ମଧ୍ୟରେ ଏକ ମାଧ୍ୟମ ବା ସମ୍ପର୍କ ରକ୍ଷକ। କମ୍ପାନୀ ଚୀନ ଦେଶରୁ ଚା’ ମଗାଉଥିବା ଦେଖି ଆସାମରେ ହେଉଥିବା ଚା’ ପ୍ରତି ସେ ରବର୍ଟ ବ୍ରୁସ୍ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ତାଙ୍କୁ ସିଙ୍ଗ ପୋ ଜନଜାତିର ମୂଖ୍ୟଙ୍କ ସହ ପରିଚିତ କରାଇ କିପରି ସେ ଅଞ୍ଚଳରେ ଜଙ୍ଗଲ ପରି ଚା’ ଗଛ ବଢୁଚି ତାହା ଦେଖାଇଥିଲେ।
 
==ତିଆରି ପଦ୍ଧତି==
"https://or.wikipedia.org/wiki/ଚା’"ରୁ ଅଣାଯାଇଅଛି