"ଓଡ଼ିଶୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Cosmetic changes
No edit summary
୧୫ କ ଧାଡ଼ି:
}}
 
'''ଓଡ଼ିଶୀ''' [[ଭାରତ]]ର ଆଠଟି [[ଶାସ୍ତ୍ରୀୟ ନାଟ]] ଭିତରୁ ଗୋଟିଏ । ଏହା [[ଓଡ଼ିଶା]]ରୁ ଜନ୍ମ ଲାଭ କରିଛି । ପୁରାତନ ତତ୍ୱତତ୍ଵ ଅନୁସାରେ ଏହା ଭାରତର ଜୀବନ୍ତ ନୃତ୍ୟକଳା ଭିତରୁ ଗୋଟିଏ ।<ref>http://www.dancesofindia.co.in/classic-dances-india/odissi.html</ref><ref>http://odissi.itgo.com/</ref> ଭାରତୀୟ ନୃତ୍ୟକଳାର ପୋଥି [[ନାଟ୍ୟ ଶାସ୍ତ୍ର]] ଏହାକୁ ''ଓଡ୍ର-ମାଗଧି'' ବୋଲି କହେ । ପ୍ରଥମ ଖ୍ରୀଷ୍ଟପୂର୍ବ ବେଳକୁ [[ଭୁବନେଶ୍ୱର]]ର [[ଖଣ୍ଡଗିରି]] ଓ [[ଉଦୟଗିରି]] ଠାରେ ଓଡ଼ିଶୀ ଏକ ଉନ୍ନତ ନୃତ୍ୟକଳାରେ ପରିଣତ ହୋଇସାରିଥିଲା ଯାହା ସେ କେତେ ପୁରୁଣା ସେକଥା ପ୍ରମାଣ କରେ । ପରାଧୀନ ଭାରତରେ ଫିରିଙ୍ଗି ମାନଙ୍କ ଦେଇ ଏହା କିଛି ପରିମାଣରେ ଦବିଯାଇଥିଲେ ହେଁ ସ୍ଵାଧୀନତା ପରେ ଓଡ଼ିଶୀ ପୁଣି ତାର ଆଗର ଗୌରବ ଫେରିପାଇଥିଲା ।
 
ଏହାର ''[[ତ୍ରିଭଙ୍ଗୀ ଠାଣି]]'' ବା ଦେହର ତିନୋଟି ଅଙ୍ଗ- ମୁଣ୍ଡ, ଛାତି ଓ ଅଣ୍ଟାର ସ୍ଵାଧୀନ ଗତି ଏହାକୁ ବାକି ଭାରତୀୟ ନାଟ ଠାରୁ ପୁରାପୁରି ନିଆରା କରି ଗଢ଼ିତୋଳିଛି ।<ref>[http://chandrakantha.com/articles/indian_music/nritya/odissi.html ୨୦୦୮ର୍ଡେଏ ଭିଡି କଟିନିଙ୍କ ଏକ ଲେଖା]</ref><ref name="hi">{{cite book|last=ସେହେଗାଲ|first=ସୁନିଳ |title=ହିନ୍ଦୁଧର୍ମର ଭାଷାକୋଷ: (H - Q).|url=http://books.google.co.in/books?id=wNQ82_yYeK8C&pg=PA868&dq=Tribhanga&hl=en&ei=zDW_TOrnLY2ycaXx4PIN&sa=X&oi=book_result&ct=result&resnum=9&ved=0CEcQ6AEwCA#v=onepage&q=Tribhanga&f=false|year=1999|publisher=Sarup & Sons|isbn=8176250643|page=868}}</ref> ଆଉ ମୌଳିକ ଚଉକୋଣ ନାଚକୁ ''ଚଉକା'' କୁହାଯାଏ ।
୨୧ କ ଧାଡ଼ି:
=== ଆରମ୍ଭ ଓ ଇତିହାସ ===
[[ଫାଇଲ:Temple-Jagannath.jpg|thumb|୫୦୦px|[[ଜଗନ୍ନାଥ ମନ୍ଦିର]] ନୀତିରେ ଓଡ଼ିଶୀ]]
[[ଖାରବେଳ]]ଙ୍କ ସମୟରେ ଅଙ୍କାଯାଇଥିବା [[ଉଦୟଗିରି]]ର ମଞ୍ଚପୁରି ଗୁମ୍ଫାରେ ସବୁଠୁ ପୁରୁଣା ଓଡ଼ିଶୀ ନାଚର ଛବି ଦେଖିବାକୁ ମିଳିଥାଏ । ନାରୀମାନଙ୍କ ବାଦ୍ୟଯନ୍ତ୍ର ବାଜଣା ସହ ଓଡ଼ିଶୀ ନର୍ତ୍ତକୀମାନଙ୍କର ନାଚକୁ [[ଖାରବେଳ]] ଉପଭୋଗ କରୁଥିଲେ । ତେଣୁ ଆରମ୍ଭରେ ଏହା ଧର୍ମ ସହ ଯୋଡ଼ା ନଥିଲା, ପରେ ଏହା ମନ୍ଦିର ଚଳଣିରେ ଯୋଡ଼ିହେଲା । [[ଜଗନ୍ନାଥ ମନ୍ଦିର]]ରୁ ପ୍ରଥମେ ଆରମ୍ଭ କରି ତା ପରେ ବାକି ଶିବ ଓ ବିଷ୍ନୁ ମନ୍ଦିର ମାନଙ୍କରେ ଆରମ୍ଭ ହେଲା । ଗୋଟିଏ ପୁରୁଣା ପୋଥି ଦେବଦାସୀମାନେ ଜୈନ ଓ ବୌଧବୌଦ୍ଧ ସଙ୍ଘ ମାନଙ୍କରେ ନାଚିବାର ପ୍ରମାଣ ଦିଏ । ଓଡ଼ିଶୀ, ପ୍ରଥମେ ମନ୍ଦିର ମାନଙ୍କରେ 'ମାହାରି' ମାନେ ନିଜ ଜୀବନ ଭଗବାନଙ୍କ ପାଖରେ ଅର୍ପଣ କରିବାର ଚଳଣି ଆରମ୍ଭ କରିଥିଲେ ଯାହା [[ଓଡ଼ିଶା]]ର ମନ୍ଦିର କାନ୍ଥରେ ଥିବା ମୂର୍ତ୍ତୀରୁ ଜଣାପଡ଼େ ।<ref name="nadanam.com">[http://www.nadanam.com/odissi/o_index.htm ଓଡ଼ିଶୀ]</ref> ଖ୍ରିଷ୍ଟପୁର୍ବଖ୍ରୀଷ୍ଟପୂର୍ବ ଦ୍ଵିତୀୟର ଓଡ଼ିଶୀର ଇତିହାସ [[ଉଦୟଗିରି]]ର ରାଣୀଗୁମ୍ଫାରୁ ମିଳିଥିବା ପୋଥିରୁ ଜଣାଯାଏ । ତେଣୁ ଇତିହାସ, ରିତିନୀତି ଓ ଚଳଣିକୁ ଆଖିରେ ରଖି ଓଡ଼ିଶୀକୁ ସବୁଠୁ ପୁରୁଣା ଶାସ୍ତ୍ରୀୟ ନାଚର ମାନ୍ୟତା ଦିଆଯାଏ । ନାଟ୍ୟ ଶାସ୍ତ୍ରରେ ବି '''ଓଡ୍ର ମାଗଧି'''କୁ ଗୁରୁତ୍ତ୍ଵ ଦିଆଯାଇଛି ଆଉ ଓଡ୍ର ଓଡ଼ିଶାକୁ ହିଁ ସୂଚାଏ ।<ref>http://www.nadanam.com/odissi/o_history.htm</ref>
 
=== ମନ୍ଦିର ଇତିହାସ ===
[[ଫାଇଲ:Rahul-acharya.jpg|thumb|୫୦୦px|right||ରାହୁଳ ଆଚାର୍ଯ୍ୟଙ୍କ ଓଡ଼ିଶୀ ମୁଦ୍ରା]]
ଖ୍ରିଷ୍ଟପୁର୍ବଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀରେ ତିଆରି [[ଭୁବନେଶ୍ୱର]]ରେ ଥିବା [[ଖଣ୍ଡଗିରି]] ଓ [[ଉଦୟଗିରି]] ସେତେବେଳର ସମ୍ରାଟ [[ଖାରବେଳ]]ଙ୍କ ଦ୍ଵାରା ତିଆରି କରାଯାଇଥିଲା । ଗବେଷକମାନେ କହନ୍ତି ଗୁମ୍ଫାରେ ଅଙ୍କାଯାଇଥିବା ହେତୁ ଓ ଅନେକ ସେହିଭଳି ପୁରୁଣା ପ୍ରମାଣ ମିଳୁଥିବାରୁ ଓଡ଼ିଶୀ ସବୁଠୁ ବେଶି ପୁରୁଣା ନୃତ୍ୟକଳା । [[କୋଣାର୍କ]] ଓ [[ବ୍ରହ୍ମେଶ୍ଵର]] ମନ୍ଦିର କାନ୍ଥରେ ଅଙ୍କା ଚିତ୍ରରେ ବି ନାଚୁଥିବା ଓଡ଼ିଶୀ ନର୍ତ୍ତକ ଓ ନର୍ତ୍ତକୀ ଦେଖିବାକୁ ମିଳନ୍ତି ।<ref>http://www.jagannatha.net/dance.html</ref>
 
ଷଷ୍ଠ-ନବମ ଶତାବ୍ଦିରେଶତାବ୍ଦୀରେ ତିଆରି ହୋଇଥିବା ବୌଦ୍ଧ କୀର୍ତ୍ତି, [[ଯାଜପୁର]]ର [[ରତ୍ନଗିରି (ଓଡ଼ିଶା)|ରତ୍ନଗିରି]]ରେ ଥିବା ପାହାଡ଼ରେ ଏବେକାର ଓଡ଼ିଶୀ ସହ ସମାନତା ଥିବା ନାଚ ଉପରେ ଅଙ୍କାଯାଇଥିବା ଚିତ୍ର ଦେଖିବାକୁ ମିଳେ ।
 
ହିରାପୁରର [[ଚଉଷଠି ଯୋଗିନି ମନ୍ଦିର]] ଭଳି [[ତନ୍ତ୍ର]] ମନ୍ଦିର ମାନଙ୍କରେ ଥିବା ଯୋଗିନିମାନେ ଯେଉଁ ମୁଦ୍ରାରେ ଅଛନ୍ତି ସେସବୁ ଏବେକାର ଓଡ଼ିଶୀର ଇତିହାସ ଜାଣିବାରେ ସାହାଯ୍ୟ କରେ ।
"https://or.wikipedia.org/wiki/ଓଡ଼ିଶୀ"ରୁ ଅଣାଯାଇଅଛି