"ଭାରତୀୟ ଜନତା ପାର୍ଟି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅନୁବାଦ
No edit summary
୪୦ କ ଧାଡ଼ି:
ରାଷ୍ଟୀୟ ସ୍ଵୟଂସେବକ ସଂଘ (ଆରଏସ୍ଏସ୍) [[ଗାନ୍ଧିଜୀ]]ଙ୍କ ସେହି ଦର୍ଶନରେ ସମ୍ପୂର୍ଣ୍ଣ ସହମତି ପ୍ରକାଶ କରେ ଯେଉଁଥିରେ କୁହଯାଏ ଯେ, ହିନ୍ଦୁତ୍ଵରେ ମହମ୍ମଦ, ଜୋରଷ୍ଟର୍ ଓ ମୋଜେଜଙ୍କ ପାଇଁ ଯେତିକି ସ୍ଥାନ ରହିଛି ଯୀଶୁଙ୍କ ପାଇଁ ମଧ୍ୟ ଅନୁରୂପ ସ୍ଥାନ ରହିଛି। ଭାରତରେ ଥିବା ମୁସଲମାନ ଭାଇ ଭଉଣୀମାନେ ଯେ ପ୍ରକୃତରେ ବଳପ୍ରୟୋଗ ଓ ପରିସ୍ଥିତିର ଶିକାର ହୋଇ ହିନ୍ଦୁରୁ ମୁସଲମାନ ଧର୍ମକୁ ପରିବର୍ତ୍ତିତ ହୋଇଛନ୍ତି, ଏହା ମଧ୍ୟ ସ୍ଵୀକାରଯୋଗ୍ୟ । ଏବେ ମଧ୍ୟ ସେମାନେ ବିଭିନ୍ନ ଦୃଷ୍ଟିକୋଣରୁ ହିନ୍ଦୁ ଭାବେ ପରିଗଣିତ। ପ୍ରଗତି, ସମୃଦ୍ଧି ଓ ସ୍ଵାଧିନତା ପାଇ ସେମାନେ ଯେ ଦିନେ ପୁଣି ଥରେ ମନାତନ ବିଶ୍ଵାସ ଓ ଜୀବନ ଶୈଳୀକୁ ଆପଣାଇବେ ଏହି ବିଶ୍ଵାସ ରଖାଯିବା ଉଚିତ। ଇଂରେଜମାନଙ୍କ ଡିଭାଇଡ ଆଣ୍ଡ ରୁଲ ନୀତି ଯୋଗୁଁ ତତ୍କାଳୀନ ଭାରତୀୟ ରାଜନୀତିଜ୍ଞ ଓ ନେତାମାନେ ଅଖଣ୍ଡ ଭାରତର ସାର୍ବଭୌମତ୍ଵ ସହ ସାଲିସ କରିବାକୁ ବାଧ୍ୟ ହୋଇଥିଲେ । ଯେଉଁଥିପାଇଁ ଆମକୁ ଦେଶ ବିଭାଜନର ଶକ୍ତ ଧକ୍କା ସହ୍ୟ କରିବାକୁ ପଡିଲା । କିନ୍ତୁ ସଂଘ ପରିବାର ମୂଳ ଭାରତୀୟ ସଂସ୍କୃତି, ସଭ୍ୟତା ଓ ବିଭିନ୍ନ ସଂପ୍ରଦାୟ ମଧ୍ୟରେ ଐକ୍ୟ ଉପରେ ବିଶ୍ଵାସ ରଖେ । ଆରଏସ୍ ଏସ୍ ଗଠନ ହେବା ଦିନଠାରୁ ରାଷ୍ଟ୍ର ଗଠନ ପାଇଁ କାର୍ଯ୍ୟ କରି ଆସିଛି। ୧୯୩୦-୪୦ ଦଶକରେ ଭାରତ ଯେଉଁ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲା ସେହି ସମୟରେ ରାଷ୍ଟ୍ରର ଅଖଣ୍ଡତା ବଜାୟ ରଖିବା ସହ ଭାରତ ଗଠନରେ ଆରଏସ୍ ଏସ୍ ର ଭୂମିକାକୁ ଯେ କେହି ମଧ୍ୟ ସ୍ଵୀକାର କରିବ । କିନ୍ତୁ ପରବର୍ତ୍ତୀ ସମୟରେ ଗାନ୍ଧିଜୀଙ୍କ ହତ୍ୟା ଓ ଶାସନରେ ରହୁଥିବା ରାଜନୈତିକ ଦଳଗୁଡିକର ଚକ୍ଷୁଶୀଳତା ଯୋଗୁଁ ଏହାର ଗାରିମାରେ ଆଞ୍ଚ ଆସିଥିଲା।
 
କୋଟି କୋଟି ଲୋକଙ୍କ ସମର୍ଥନ ହାସଲ କରି କାର୍ଯ୍ୟ କରୁଥିବା ଆରଏସ୍ଏସ୍ କେବେ ହେଲେ ଗାନ୍ଧିଜୀଙ୍କ ମୁସଲମାନ ସନ୍ତୁଷ୍ଟିକରଣ ନୀତିକୁ ଗ୍ରହଣ କରି ପାରିନଥିଲା । ଗାନ୍ଧିଜୀ ଖିଲାଫତ ଆନ୍ଦୋଳନକୁ ସମର୍ଥନ୍ ଦେବା ମଧ୍ୟ ଆରଏସ୍ଏସ୍ ପାଇଁ ଗ୍ରହଣଯୋଗ୍ୟ ନଥିଲା । ଏହା ସତ୍ତ୍ଵେ ଆରଏସ୍ଏସ୍ ଗାନ୍ଧିଜୀଙ୍କ ପ୍ରତି ସବୁଠାରୁ ଅଧିକ ସମ୍ମାନ ଓ ଆଦର ଜ୍ଞାପନ କରିଥାଏ । ଏପରିକି ଗାନ୍ଧିଜୀ ୧୯୩୪ ଡିସେମ୍ବରରେ ୱର୍ଦ୍ଧାସ୍ଥିତ ଆରଏସ୍ଏସ୍ ଶୀତକାଳୀନ ଶିବିରକୁ ପରିଦର୍ଶନରେ ଯାଇଥିଲେ ଓ ସେପ୍ଟେମ୍ବର ୧୯୪୭ରେ ଦିଲ୍ଲୀର ଭଙ୍ଗି କଲୋନୀ ଠାରେ ଆରଏସ୍ଏସ୍ ର କର୍ମକର୍ତ୍ତାଙ୍କୁ ଉଦବୋଧନ୍ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସେ ଆରଏସ୍ ଏସ୍ ସତ୍ୟନିଷ୍ଠ ଭାବନା ଓ ଶୃଙ୍ଖଳାକୁ ଭୂୟସୀ ପ୍ରଶଂସା କରିଥିଲେ। ସେ କେବେହେଲେ ଆରଏସ୍ ଏସକୁ ସମାଲୋଚନା କରିବା ତ ଦୂରର କଥା ଆରଏସ୍ ଏସ୍ ବିରୁଦ୍ଧରେ ପଦୁଟିଏ କହିନଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଗାନ୍ଧିଜୀଙ୍କ ହତ୍ୟା ପରେ ଶ୍ରୀ ଗୁରୁଜୀଙ୍କ ସମେତ ୧୭ ହଜାର ଆରଏସ୍ଏସ୍ କର୍ମୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ବିରୁଦ୍ଧରେ ମହାତ୍ମାଗାନ୍ଧୀଙ୍କ ହତ୍ୟା ଷଡଯନ୍ତ୍ର ଅଭିଯୋଗ ଅଣାଯାଇଥିଲା। ଏଥିନେଇ ଆରଏସ୍ଏସ୍ କର୍ମୀମାନେ ସତ୍ୟାଗ୍ରହ କରିଥିଲେ। ଇତିମଧ୍ଯରେ ଦେଶର କୌଣସି ସାଂସଦ କିମ୍ବା ବିଧାୟକ ଏହି ପ୍ରସଙ୍ଗ କେବେହେଲେ କୌଣସି ବିଧାନସଭା କିମ୍ବା ସଂସଦରେ ଉଠାଇନଥିଲେ । ଆରଏସ୍ଏସ୍ କୁ ଗାନ୍ଧିଜୀଙ୍କ ହତ୍ୟା ପ୍ରସଙ୍ଗରେ ଯୋଡି ଦିଆଯିବାରୁ ଏହାକୁ ଦିନେ ନିଜ ଅସ୍ତିତ୍ଵ ପାଇଁ ସଂଗ୍ରାମ କରିବାକୁ ପଡିଥିଲା, ଆରଏସଏସର ସ୍ପଷ୍ଟୀକରଣ୍ ପ୍ରଭାବହୀନ ଥିଲା। ଗୋଖଲେ କହିଥିଲେ ଯେ, ରାଜନୀତିର ପ୍ରଭାବ ସବୁଠାରୁ ଅଧିକ ଅନୁଭୂତ ହୁଏ ଏହା ଆରଏସଏସ ପାଇଁ ନିର୍ବାର ସତ୍ୟ ଥିଲା । ତେଣୁ ଆରଏସଏସ ଆଉ ଅଧିକ ଦିନ ଧର୍ମଭୀରୁ, ରାଜନୈତିକ ନେତାମାନଙ୍କ ଦାୟାରେ ନିଜର ଅସ୍ତିତ୍ଵ ପାଇଁ ସଂଗ୍ରାମ କରିବା ପରିବର୍ତ୍ତେ ନିଜର୍ ରାଜନୈତିକ ଦାନ୍ତ ଓ ଡେଣା ଲଗାଇବା ପାଇଁ ପ୍ରତିଜ୍ଞାବଦ୍ଧ ହେଲା। ଶ୍ରୀ ଗୁରୁଜୀଙ୍କ ଆଶୀର୍ବାଦରୁ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନେତୃତ୍ବରେ ୧୯୫୧ରେ ଭରତୀୟ ଜନସଂଘ ସୃଷ୍ଟି ହେଲା। ଭାରତୀୟ ଜନସଂଘ ସ୍ଵାଧୀନୋତ୍ତର ଭାରତରେ ଅନୁଷ୍ଠିତ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରି ଭାରତର ୪ଟି ରାଷ୍ଟ୍ରୀୟ ରାଜନୈତିକ ଦଳ ମଧ୍ୟରୁ ଅନ୍ୟତମ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଲା। ସେବେଠାରୁ ଦଳ କେବେହେଲେ ପଛକୁ ବୁଲି ଚାହିଁ ନାହିଁ ।
===ପ୍ରଥମ ଦଶନ୍ଧି ===
ପ୍ରଥମ ୧୦ ବର୍ଷରେ ଭାରତୀୟ ଜନସଂଘ ସାଙ୍ଗଠନିକ ନୀତି ନିର୍ଦ୍ଧାରଣ, ଦଳୀୟ ଆଦର୍ଶ ବିସ୍ତାର ଓ ରାଜନୈତିକ ନୀତି ନିର୍ଦ୍ଧାରଣ, ଦଳୀୟ ଆଦର୍ଶ ବିସ୍ତାର ଓ ରାଜନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ଵ ପ୍ରଦାନ କରିଥିଲା। ଏହି ଦଶନ୍ଧିରେ ଦଳ କାଶ୍ମୀର, କଚୁ ଓ ବେରୁବାରିର ପ୍ରାଦେଶିକ ଅଖଣ୍ଡତା ପ୍ରସଙ୍ଗକୁ ଦୃଢତାର ସହ ଉତଥାପଏ କରିଥିଲା। ଏଥିପାଇଁ ଦଲର ସଂଘର୍ଷ ମଧ୍ୟ ଉଲ୍ଲେଖଯୋଗ୍ୟ । ଏହି ସଂଘର୍ଷରେ ଦଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡଃ ମୁଖାର୍ଜୀ କାଶ୍ମୀର ଜେଲରେ ଶହୀଦ ହୋଇଥିଲେ। ସମ୍ବିଧାନର ଧାରା ୪୮ ଅନ୍ତର୍ଗତ ଦଳ ଗୋମାତାର ସୁରକ୍ଷା ପାଇଁ ଦାବି କରିଥିଲା। ଗାନ୍ଧିଜୀଙ୍କ ଘୋଷଣା ମୁତାବକ ଗୋମାତାର ସୁରକ୍ଷା ସ୍ଵରାଜ ଠାରୁ ମଧ୍ୟ ଅଧିକ ଗୁରୁତ୍ଵପୂର୍ଣ୍ଣ । ଏହା ଉପଲବ୍ଧି କରି ଦଳ ଗୋମାତାର ସୁରକ୍ଷା ପାଇଁ ଅଣ୍ଟା ଭିଡିଥିଲା। ଜମିଦାରୀ ଓ ଜାଗିରିଦାରୀ ପ୍ରଥା ବିରୁଦ୍ଧରେ ଭାରତୀୟ ଜନସଂଘ ନିଜର ସ୍ଵର ଦୃଢ କରିବା ସହ ପରମିଟ୍ ଲାଇସେନ୍ସ - କୋଟା ରାଜକୁ ତୀବ୍ର ବିରୋଧ କରିଥିଲା। ରାଷ୍ଟ୍ରୀୟ ସୁରକ୍ଷାକୁ ଅଧିକ୍ ମଜବୁତ କରିବା ପାଇଁ ଭାରତୀୟ ଜନସଂଘ ହିଁ ଆଣବିକ ଶକ୍ତିକୁ ଏକ ବିକଳ୍ପ ଭାବେ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ୧୯୬୨ରେ ଚୀନ ଓ ୧୯୬୫ରେ ପାକିସ୍ତାନ ସହ ଯୁଦ୍ଧ ସମୟରେ ସଂଘ ପରିବାର ଦେଶରେ ଏକ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏପରିକି ୧୯୬୫ ଯୁଦ୍ଧ ସମୟରେ ଆରଏସ୍ଏସକୁ ପୁଲିସ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଏହି ସମୟରେ ଆରଏସଏସର୍ କାର୍ଯ୍ୟ କୁଶଳତା ଓ ନିଛକ ଦେଶପ୍ରେମ ଦେଶର୍ ସବୁ ସଂପ୍ରଦାୟ ବେଶ ଉପଲବ୍ଧି କରିପାରିଥିଲେ। ଯାହାଦ୍ଵାରା ହଜାର ହଜାର ସଂଖ୍ୟାରେ ମୁସଲମାନ ସଂପ୍ରଦାୟର ଲୋକମାନେ ଜନସଂଘରେ ଯୋଗଦେଇଥିଲେ। ସେଥିପାଇଁ ଶ୍ରୀ ଗୁରୁଜୀଙ୍କୁ ସ୍ବତନ୍ତ୍ର ଭାବେ ରାଷ୍ଟ୍ରୀୟ ଏକତା ପରିଷଦକୁ ନିମନ୍ତ୍ରିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଜେନେରାଲ୍ କୁଲବନ୍ତ ସିଂ କହିଥିଲେ ଯେ, ପଞ୍ଜାବ ହେଉଛି ଭାରତର ଖଡ୍ଗ ଓ ଆରଏସ୍ଏସ୍ ପଞ୍ଜାବର ଖଡ୍ଗ।