"ଭାରତୀୟ ଜନତା ପାର୍ଟି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୬ କ ଧାଡ଼ି:
 
ଅଖଣ୍ଡ ମାନବବାଦ :
ଦଳର ଦର୍ଶନ ଅଖଣ୍ଡ ମାନବବାଦ ଉପରେ ଆଧାରିତ ଯାହା ୧୯୬୫ ଏପ୍ରିଲ ୨୨ ରୁ ୨୫ ମଧ୍ଯରେ ଅନୁଷ୍ଠିତ ଏକ ସମାବେଶରେ ପଣ୍ଡିତ ଦିନଦୟାଲ ଉପାଧ୍ଯୟଙ୍କ ଅଭିଭାଷଣରେ କୁହାଯାଇଥିଲା। ପଣ୍ଡିତ ଦିନଦୟାଲ ଉପାଧ୍ଯାୟ ୧୯୧୬ ସେପ୍ଟେମ୍ବର ୨୫ରେ ଉତ୍ତରପ୍ରଦେଶର ମଥୁରା ନିକଟବର୍ତ୍ତୀ ନାଗାଲା ଚନ୍ଦ୍ରଭାନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାଟ୍ରିକ ପରୀକ୍ଷାରେ ଆଜମେର ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଉପାଧ୍ଯାୟଙ୍କୁ ୨ଟି ସ୍ବର୍ଣ୍ଣପଦକ ମିଳିଥିଲା। ପୁଣିଥରେ ଆଇଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଆଉ ଦୁଇଟି ସ୍ବର୍ଣ୍ଣ ପଦକ ପାଇଥିଲେ। ଏହାପରେ ଗଣିତରେ ସ୍ନାତକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପଣ୍ଡିତ ଦିନ ଦୟାଲ ୧୯୩୭ରେ ଆରଏସ୍ଏସ୍ ର ପ୍ରାଥମିକ ସ୍ବୟଂସେବକ ଭାବେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଆରଏସ୍ଏସ୍ ର ଯୁଗ୍ମ ପ୍ରବେଶିକ୍ ପ୍ରଚାରକ ଭାବେ ଉନ୍ନୀତ ହୋଇଥିଲେ। ୧୯୫୨ରେ ଜନସଂଘରେ ଯୋଗଦେଇ ଥିବା ଦିନଦୟାଲ ଏହାର ସାଧାରଣ ସଚିବ ନିଯୁକ୍ତି ପାଇଥିଲେ। ୧୯୬୭ରେ ସଚିବ ଭାବେ ନିଯୁକ୍ତି ପାଇଥିଲେ। ୧୯୬୭ରେ ଭାରତୀୟ ଜନସଂଘର ସଭାପତି ଭାବେ ନିର୍ବାଚିତ ହେବା ପର୍ଯ୍ଯନ୍ତ ସେ ଜନସଂଘର ସଚିବ ଭାବେ କାର୍ଯ୍ଯ ତୁଲାଇଥିଲେ। ଡଃ ଶ୍ଯାମପ୍ରସାଦ ମୁଖାର୍ଜୀଙ୍କ ଦେହାବସାନ ପରେ ଭାରତୀୟ ଜନସଂଘର ସାଙ୍ଗଠନିକ ଦାୟିତ୍ବ ପଣ୍ଡିତ ଦିନଦୟାଲଙ୍କ ଉପରେ ନ୍ଯସ୍ତ ହୋଇଥିଲା। ଯାହାକୁ ସେ ଅତ୍ଯନ୍ତ ନିଷ୍ଠା ଓ ସଫଳତାର ସହ ନିର୍ବାହ କରିଥିଲେ।
 
ପଞ୍ଚଜୈନ୍ଯ (ସପ୍ତାହିକି) ଓ ଲକ୍ଷ୍ମ୍ଔରୁ ପ୍ରକାଶ ପାଉଥିବା ସ୍ବଦେଶ (ଦୈନିକ)ର ସମ୍ପାଦନ ଦାୟିତ୍ବରେ କାର୍ଯ୍ଯ କରିଥିବା ପଣ୍ଡିତ ଉପାଧ୍ଯାୟ ହିନ୍ଦୀରେ ଚନ୍ଦ୍ରଗୁପ୍ତ ମ୍ଔର୍ୟ୍ଯ ଉପନ୍ଯାସ ରଚନା କରିଥିଲେ। ଶଙ୍କରାଚାର୍ଯ୍ଯଙ୍କ ଆତ୍ମଜୀବନୀ ହିନ୍ଦୀରେ ରଚନା କରି ପଣ୍ଡିତ ଉପାଧ୍ଯାୟ ହିନ୍ଦୀ ଭାଷା ସାହିତ୍ଯରେ ଏକ ଅନନ୍ଯ ସ୍ଥାନ ସୃଷ୍ଟି କରିପାରିଥିଲେ। ଆରଏସ୍ଏସ୍ ର ପ୍ରତିଷ୍ଠାତା ଡଃ ହେଗଡେୱ୍ଆରଙ୍କ ଆତ୍ମଜୀବନୀକୁ ମଧ୍ଯ ମରାଠୀରୁ ହିନ୍ଦୀକୁ ପଣ୍ଡିତ ଉପାଧ୍ଯାୟ ଅନୁବାଦ କରିଥିଲେ। ଏକ ଅଭାବନୀୟ ପରିସ୍ଥିତିରେ ୧୯୬୮ ଫେବୃଆରୀ ୧୧ରେ ପଣ୍ଡିତ ଉପାଧ୍ଯାୟଙ୍କ ଦେହାନ୍ତ ସମଗ୍ର ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଥିଲା।