"ଭାରତୀୟ ଜନତା ପାର୍ଟି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨ କ ଧାଡ଼ି:
'''ଭାରତୀୟ ଜନତା ପାର୍ଟି '''[[ଭାରତ]]ର ଏକ ରାଜନୈତିକ ଦଳ ।
ଭାରତୀୟ ଜନତା ପାର୍ଟି ସଙ୍ଘ ପରିବାରର ବିଭିନ୍ନ କ୍ଷେତ୍ରରେ ଏକ ପ୍ରମୁଖ ସଦସ୍ୟ ଭାବେ କାର୍ଯ୍ୟ କରିଥାଏ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂବକ (ଆରଏସ୍ଏସ୍) ଉପରେ ସବୁବେଳେ ସାମ୍ପ୍ରଦାୟିକ, ପ୍ରତିକ୍ରିୟାତ୍ମକ ବୋଲି ଅଭିଯୋଗ ହୋଇଥାଏ। ତେବେ କେବଳ ଆରଏସ୍ଏସ୍ ର୍ ସମାଲୋଚକମାନେ ଏଭଳି କହି ନଥାନ୍ତି, ଅନ୍ୟମାନେ ମଧ୍ଯ ଏପରି ଚିନ୍ତା କରିଥାନ୍ତି। କିନ୍ତୁ ସଂଘର ସ୍ବୟଂସେବକମାନେ ଏଭଳି ସମାଲୋଚନାକୁ ଅଗ୍ରାହ୍ୟ କରିଦିଅନ୍ତି। କାରଣ ସେମାନଙ୍କ ହୃଦୟରେ କ୍ଔଣସି ଦ୍ବନ୍ଦ୍ବ ନଥାଏ ଯେ, ଆରଏସ୍ ଏସ୍ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା, ରାଷ୍ଟ୍ରୀୟତା ଓ ରାଷ୍ଟ୍ରୀୟ ଶକ୍ତି ବୃଦ୍ଧି ପାଇଁ ବ୍ୟକ୍ତିଗତ ଓ ରାଷ୍ଟ୍ରୀୟ ଚରିତ୍ରକୁ ଶାଣିତ କରିବାରେ କାର୍ଯ୍ୟ କରେ। ଏବେ ଏହି ସଂଗଠନ ଏକ୍ ସନ୍ତୁଳିତ ବ୍ୟବସ୍ଥା ସହ ଦୃଢ ତଥା ଅଗ୍ରଗାମୀ କ୍ରମବର୍ଦ୍ଧିଷ୍ଣ ଦେଶପ୍ରେମୀ ସଂଗଠନରେ ପରିଣତ ହୋଇଛି। ବିଜେପିର ସମାଲୋଚକମାନେ ମଧ୍ଯ ଏହା ସ୍ବୀକାର କରୁଛନ୍ତି ଯେ, ବିଜେପି ଏବେ ଏକ ମହାଦୃମରେ ପରିଣତ ହୋଇଛି। ଏହାର ରାଷ୍ଟ୍ରବ୍ୟାପୀ ମହାକାୟାକୁ ପ୍ରତିହତ କରିବା ଆଉ ସମ୍ଭବ ନୁହେଁ।
ଗୋଟିଏ ରାଷ୍ଟ୍ରର ଇତିହାସ ଏହାର ଦର୍ଶନକୁ ପ୍ରତିଫଳିତ କରିଥାଏ ଏବଂ ସଂଘ ପରିବାର ଭାରତୀୟ ଇତିହାସ ସମ୍ପର୍କରେ ଏକ ସ୍ପଷ୍ଟ ଓ ତୀର୍ଯ୍ୟକ ଅବଧାରଣା ରଖିଛନ୍ତି। ଜମ୍ବୁଦ୍ବୀପ [[ଭାରତ]] ବର୍ଷରେ ଦିନେ ଏକ ମହାନ ସଭ୍ୟତା ଗଢି ଉଠିଥିଲା। ଯାହା ଦକ୍ଷିଣାତ୍ୟରେ [[ଶ୍ରୀଲଙ୍କା]]ଠାରୁ ଆରମ୍ଭ କରି ଜାଭା, ପୂର୍ବରେ ଜାପାନ୍, ଉତ୍ତରରେ ତିଦ୍ଦତ ମଙ୍ଗୋଲିଆରୁ [[ଚୀନ]] ଏପରିକି ସାଇବେରିଆ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଆର୍ଯ୍ୟଭୂମୀ [[ଭାରତ]]ବର୍ଷ ହୁନ, ଶାକ ଓ ଗ୍ରୀକମାନଙ୍କ ଆକ୍ରମଣରୁ ନିଜକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିବା ବେଳେ ତୁର୍କୀମାନଙ୍କ ଇସଲାମିସକ୍ ଝଡ ନିକଟରେ ଶିଥିଳ ପଡିଯାଇଥିଲା। ତେବେ ହଜାରେ ବର୍ଷ ଧରି ଏହି ଝଡ ଯୋଗୁଁ [[ଭାରତ]] ରକ୍ତରଞ୍ଜିତ ହୋଇଛି। ତଥାପି କେବେ ହେଲେ ଏହି ଝଡ ନିକଟରେ ଆତ୍ମସମର୍ପଣ କରିନାହିଁ। ବିଜୟନଗରର ମହାରାଜା, ଶିବାଜୀ, ରାଣା ପ୍ରତାପ, ଗୁରୁ ଗୋବିନ୍ଦ ସିଂହ ଓ ଶହୀଦ ହୋଇଯାଇଥିବା ଅସଂଖ୍ୟ ଯୋଗଜନ୍ମା ବୀରପୁତ୍ରଙ୍କ ତ୍ୟାଗ ଓ ଚେଷ୍ଟା ଯୋଗୁଁ ଭାରତୀୟ ସଭ୍ୟତା ଆଜି ମଧ୍ଯ ତୀର୍ଯ୍ୟକ ଓ ଯାଜୁଲ୍ୟମାନ ହୋଇ ରହିଛି। ପୂର୍ବରୁ ଭାରତୀୟ ସଭ୍ୟତାର ଏହି ମଶାଲ ସ୍ବାମୀ ଦୟାନନ୍ଦ ଓ[[ ସ୍ବାମୀ ବିବେକାନନ୍ଦ]]ଙ୍କ ଭଳି ବରପୁତ୍ରଙ୍କ ହାତରେ ସୁରକ୍ଷିତ ରହିଥିଲା। ଚଳିତ ଶତାଦ୍ଦୀରେ ମଧ୍ଯ ଶ୍ରୀ ଅରବିନ୍ଦ, ଲୋକମାନ୍ୟ ତିଲକ ଓ [[ମହାତ୍ମାଗାନ୍ଧୀ]]ଙ୍କ ପରି ତ୍ୟାଗପୁତ୍ର ଭାରତୀୟଙ୍କ ସତ୍ୟନିଷ୍ଠ କର୍ମରେ ଏହା ଅଧିକ ରୁଦ୍ଧିମନ୍ତ ହୋଇଛି। ଠିକ୍ ସେହିପରି ଜଣେ ତ୍ୟାଗପୁତ ସଚ୍ଚା ଭାରତୀୟ, ଡକ୍ଟର ହେଗଡେୱ୍ଆରଙ୍କ ଦ୍ବାରା ୧୯୨୫ରେ ସ୍ଥାପିତା ହୋଇଥିଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍ ଏସ୍)। ୧୯୪୦ରେ ଶ୍ରୀ ଗୁରୁଜୀଙ୍କ ଦ୍ବାରା ଏହାକୁ ଏକ ସାଙ୍ଗଠନିକ ରୂପେ ଦିଆଗଲା। ଏହା ଭାରତରେ ଥିବା ମୁସଲମାନ ସଂପ୍ରଦାୟର ବିରୋଧି ନୁହଁ। ଏହି ପ୍ରସଙ୍ଗରେ ଆରଏସ୍ ଏସ୍ ର ଆଭିମୁଖ୍ଯ ସମସ୍ତଙ୍କୁ ନ୍ଯାୟ ଦେବା ଓ କାହାରିକୁ ଅସନ୍ତୋଷ ନକରିବା ରହି ଆସିଛି। ତେବେ ଏହା ନିଃସନ୍ଦେହ ଯେ, ଆମେ ପୂର୍ବରୁ ଏକ ହିନ୍ଦୁ ରାଷ୍ଟ୍ର ଥିଲୁ ଓ ଏବେ ମଧ୍ଯ ଏକ ହିନ୍ଦୁ ରାଷ୍ଟ୍ର ଭାବେ ରହି ଆସିଛୁ। ଅତଏବ ଧାର୍ମିକ ବିଶ୍ବାସ କିମ୍ବା ଉପାସନା ପଦ୍ଧତିରେ ପରିବର୍ତ୍ତନ ଯୋଗୁଁ ଆମ ରାଷ୍ଟ୍ରୀୟତା ପରିବର୍ତ୍ତନ ହୋଇପାରିବ ନାହିଁ।
 
ରାଷ୍ଟୀୟ ସ୍ବୟଂସେବକ ସଂଘ
ରାଷ୍ଟୀୟ ସ୍ବୟଂସେବକ ସଂଘ (ଆରଏସ୍ ଏସ୍) ଗାନ୍ଧିଜୀଙ୍କ ସେହି ଦର୍ଶନରେ ସମ୍ପୂର୍ଣ୍ଣ ସହମତି ପ୍ରକାଶ କରେ ଯେଉଁଥିରେ କୁହଯାଏ ଯେ, ହିନ୍ଦୁତ୍ବରେ ମହମ୍ମଦ, ଜୋରଷ୍ଟର୍ ଓ ମୋଜେଜଙ୍କ ପାଇଁ ଯେତିକି ସ୍ଥାନ ରହିଛି ଯୀଶୁଙ୍କ ପାଇଁ ମଧ୍ଯ ଅନୁରୂପ ସ୍ଥାନ ରହିଛି। ଭାରତରେ ଥିବା ମୁସଲମାନ ଭାଇ ଭଉଣୀମାନେ ଯେ ପ୍ରକୃତରେ ବଳପ୍ରୟୋଗ ଓ ପରିସ୍ଥିତିର ଶିକାର ହୋଇ ହିନ୍ଦୁରୁ ମୁସଲମାନ ଧର୍ମକୁ ପରିବର୍ତ୍ତିତ ହୋଇଛନ୍ତି, ଏହା ମଧ୍ଯ ସ୍ବୀକାରଯୋଗ୍ଯ। ଏବେ ମଧ୍ଯ ସେମାନେ ବିଭିନ୍ନ ଦୃଷ୍ଟିକୋଣରୁ ହିନ୍ଦୁ ଭାବେ ପରିଗଣିତ। ପ୍ରଗତି, ସମୃଦ୍ଧି ଓ ସ୍ବାଧିନତା ପାଇ ସେମାନେ ଯେ ଦିନେ ପୁଣି ଥରେ ମନାତନ ବିଶ୍ବାସ ଓ ଜୀବନ ଶୈଳୀକୁ ଆପଣାଇବେ ଏହି ବିଶ୍ବାସ ରଖାଯିବା ଉଚିତ। ଇଂରେଜମାନଙ୍କ ଡିଭାଇଡ ଆଣ୍ଡ ରୁଲ ନୀତି ଯୋଗୁଁ ତତ୍କାଳୀନ ଭାରତୀୟ ରାଜନୀତିଜ୍ଞ ଓ ନେତାମାନେ ଅଖଣ୍ଡ ଭାରତର ସାର୍ବଭ୍ଔମତ୍ବ ସହ ସାଲିସ କରିବାକୁ ବାଧ୍ଯ ହୋଇଥିଲେ। ଯେଉଁଥିପାଇଁ ଆମକୁ ଦେଶ ବିଭାଜନର ଶକ୍ତ ଧକ୍କା ସହ୍ଯ କରିବାକୁ ପଡିଲା। କିନ୍ତୁ ସଂଘ ପରିବାର ମୂଳ ଭାରତୀୟ ସଂସ୍କୃତି, ସଭ୍ଯତା ଓ ବିଭିନ୍ନ ସଂପ୍ରଦାୟ ମଧ୍ଯରେ ଐକ୍ଯ ଉପରେ ବିଶ୍ବାସ ରଖେ। ଆରଏସ୍ ଏସ୍ ଗଠନ ହେବା ଦିନଠାରୁ ରାଷ୍ଟ୍ର ଗଠନ ପାଇଁ କାର୍ଯ୍ୟ କରି ଆସିଛି। ୧୯୩୦-୪୦ ଦଶକରେ ଭାରତ ଯେଉଁ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲା ସେହି ସମୟରେ ରାଷ୍ଟ୍ରର ଅଖଣ୍ଡତା ବଜାୟ ରଖିବା ସହ ଭାରତ ଗଠନରେ ଆରଏସ୍ ଏସ୍ ର ଭୂମିକାକୁ ଯେ କେହି ମଧ୍ଯ ସ୍ବୀକାର କରିବ। କିନ୍ତୁ ପରବର୍ତ୍ତୀ ସମୟରେ ଗାନ୍ଧିଜୀଙ୍କ ହତ୍ଯା ଓ ଶାସନରେ ରହୁଥିବା ରାଜନୈତିକ ଦଳଗୁଡିକର ଚକ୍ଷୁଶୀଳତା ଯୋଗୁଁ ଏହାର ଗାରିମାରେ ଆଞ୍ଚ ଆସିଥିଲା।