"କେନ୍ଦୁଝର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୭୭ କ ଧାଡ଼ି:
 
ବିପ୍ଳବୀ ଧରଣୀଧରଙ୍କର ପ୍ରଜାମେଳି ୧୮୯୧ ମସିହାରେ, ରାଜା ଧନୁର୍ଯୟ ନାରାୟଣ ଭଞ୍ଜଦେଓଙ୍କ ଶାସନକାଳରେ ସଂଘଠିତ ହୋଇଥିଲା ।
 
ବିପ୍ଳବୀ ଧରଣୀଧରଙ୍କର ପ୍ରଜାମେଳି ୧୮୯୧ ମସିହାରେ, ରାଜା ଧନୁର୍ଯୟ ନାରାୟଣ ଭଞ୍ଜଦେଓଙ୍କ ଶାସନକାଳରେ ସଂଘଠିତ ହୋଇଥିଲା ।
 
==ଭୂଗୋଳ==
କେନ୍ଦୁଝରର ଭୌଗୋଳିକ ଅବସ୍ଥିତି ହେଉଛି ୨୧.୬୫ ଉ. ୮୫.୬୦ ପୂ. | ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୫୯୬ ମିଟର । କେନ୍ଦୁଝର, ଜଙ୍ଗଲ-ପାହାଡ ଘେରା ପ୍ରାକୃତିକ ଶୋଭାମଣ୍ଡିତ ଏକ ସହର । କେନ୍ଦୁଝରର ଜଳବାୟୁ ଗ୍ରୀଷ୍ମ ଦିନେ ଉଷ୍ମ ଓ ଆର୍ଦ୍ର ଏବଂ ଶୀତ ଦିନେ ଶୀତଳ ଓ ଶୁଷ୍କ ଅନୁଭୂତ ହୁଏ । ସମ୍ପ୍ରତି ଏହି ସହରରେ ଗ୍ରୀଷ୍ମର ପ୍ରଭାବ ଅନେକ ବୃଦ୍ଧି ପାଇଛି; ପାହାଡିଆ ଚତୁପାର୍ଶ୍ଵ ହେତୁ ଶୀତର ପ୍ରକୋପ ମଧ୍ୟ ଖୁବ ବେଶୀ ।
 
୨୦୦୧ ଜନଗଣନା ଅନୁଯାୟୀ ସହରର ମୋଟ ଜନସଂଖ୍ୟା ୫୧,୮୩୨ ଥିଲା ।
 
==ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ==
*'''ଜିଲ୍ଲା ମୁଖ୍ୟ ଗ୍ରନ୍ଥାଳୟ'''
କେନ୍ଦୁଝର ସହରର ଏହି ଗ୍ରନ୍ଥାଳୟଟି ୧୯୭୭ ମସିହାରୁ କାର୍ଯ୍ୟ କରିଆସୁଛି । ଉପଲବ୍ଧ ଗ୍ରନ୍ଥପଞ୍ଜି ଅନୁସାରେ, ଏହି ଗ୍ରନ୍ଥାଳୟରେ ମୋଟ ୧୦୮୭୦ଟି ପୁସ୍ତକ ରହିଛି । ଏହି ଗ୍ରନ୍ଥାଳୟ ସୋମବାର ବ୍ୟତୀତ ଅନ୍ୟ ସବୁଦିନେ ଦିନ ୧୧ଟା ଠାରୁ ସନ୍ଧ୍ୟା ୬ଟା ଯାଏ ଖୋଲାରହେ ।
*'''ଜିଲ୍ଲା ସଂଗ୍ରହାଳୟ'''
ଏହା କେନ୍ଦୁଝରର ପୁରୁଣା ବଜାରରେ ଥିବା ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଅବସ୍ଥିତ । ଏହି ସଂଗ୍ରହାଳୟର ଏକ ଶାଖା [[ମୟୂରଭଞ୍ଜ ଜିଲ୍ଲା]]ର ଖିଚିଂଠାରେ ମଧ୍ୟ ରହିଛି ।
 
==ଦର୍ଶନୀୟ ସ୍ଥାନ==
*'''ବଳଦେବଜୀଉ ମନ୍ଦିର'''
ଓଡିଶାର ଇଷ୍ଟଦେବତା ମହାପ୍ରଭୁ ଜଗନ୍ନାଥଙ୍କର ଏହି ସୁଦୃଶ୍ୟ ମନ୍ଦିରଟି କେନ୍ଦୁଝରର ପୁରୁଣା ବଜାର ଅଞ୍ଚଳରେ ଅବସ୍ଥିତ । ପ୍ରତିବର୍ଷ ଏଠାରେ ମହା ସମାରୋହରେ ଶ୍ରୀ ଜୀଉଙ୍କର ରଥଯାତ୍ରା ପାଳନ କରାଯାଏ । ଏହି ମନ୍ଦିରର ଅନତି ଦୂରରେ ବଣଜଙ୍ଗଲ ଘେରା ସିଦ୍ଧମଠ ଠାରେ ସିଦ୍ଧକାଳୀଙ୍କର ମନ୍ଦିର ଅଛି ।
*'''[[ସାନଘାଗରା ଜଳପ୍ରପାତ|ସାନଘାଗରା]]'''
ସହର ଉପକଣ୍ଠରେ, ମାତ୍ର ୬କି.ମି. ଦୂରତାରେ ଥିବା ଏହି ଜଳପ୍ରପାତଟି ଏକ ଅତ୍ୟନ୍ତ ମନୋରମ ସ୍ଥାନ । ୧୦୦ଫୁଟ ଉଚ୍ଚତାର ଏହି ପ୍ରପାତ ନିକଟରେ ବର୍ଷସାରା ଜନଗହଳି ଲାଗିରହିଥାଏ । ଏଠାରେ ଏକ କୃତ୍ରିମ ଜଳଭଣ୍ଡାର ନିର୍ମାଣ କରାଯାଇ ପର୍ଯ୍ୟଟକ ମାନଙ୍କପାଇଁ ନୌ-ବିହାରର ବ୍ୟବସ୍ଥା କରାଯାଇଛି । ଏଠାରେ ଥିବା ପ୍ରମୋଦ ଉଦ୍ୟାନରେ ବିଭିନ୍ନ ପ୍ରଜାତିର ଫୁଲ/ଫଳ ବୃକ୍ଷମାନ ଲଗାଯାଇଛି ।
*'''[[ବଡଘାଗରା ଜଳପ୍ରପାତ|ବଡଘାଗରା]]'''
ସହରରୁ ମାତ୍ର ୯କି.ମି. ଦୂରତାରେ ଅବସ୍ଥିତ ଏହା ଅନ୍ୟ ଏକ ମନୋରମ ଜଳପ୍ରପାତ । ଏହାର ଉଚ୍ଚତା ୨୦୦ଫୁଟ ଅଟେ ।<ref>[http://kendujhar.nic.in]</ref>
[[File:Badaghagara Kendujhar.jpg|thumb|right|Badaghagara Waterfall, Kendujhar]]
==ଶିକ୍ଷା==
*'''ମହାବିଦ୍ୟାଳୟ'''
*[[ଧରଣୀଧର ମହାବିଦ୍ୟାଳୟ]]
*[[ଓଡିଶା ସ୍କୁଲ ଅଫ ମାଇନିଂ ଇଞ୍ଜିନିୟରିଂ]]
*ସରକାରୀ ମହିଳା ମହାବିଦ୍ୟାଳୟ
*କେନ୍ଦୁଝର ଆଇନ ମହାବିଦ୍ୟାଳୟ
 
*'''ବିଦ୍ୟାଳୟ'''
*ଧନୁର୍ଯୟ ନାରାୟଣ (ଡି.ଏନ.) ଉଚ୍ଚ ବିଦ୍ୟାଳୟ
*ନରସିଂହ ସ୍ଵାଇଁ (ଏନ.ଏସ.) ପୋଲିସ ଉଚ୍ଚ ବିଦ୍ୟାଳୟ
*କେନ୍ଦ୍ରୀୟ ବିଦ୍ୟାଳୟ
*ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
 
==ରାଜନୀତି==
କେନ୍ଦୁଝର ବିଧାନସଭା ଆସନରୁ ଶ୍ରୀ ସୁବର୍ଣ୍ଣ ନାଏକ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।
କେନ୍ଦୁଝର ଲୋକସଭା ଆସନରୁ ଶ୍ରୀ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ନିର୍ବାଚିତ ହୋଇ ସାଂସଦ ଭାବେ ଜିଲ୍ଲାର ପ୍ରତିନିଧିତ୍ଵ କରୁଛନ୍ତି ।<ref>[http://kendujhar.nic.in/aboutkeon/representativesf.htm]</ref>
 
==ପରିବହନ ଓ ଯୋଗାଯୋଗ==
[[ଜାତୀୟ ରାଜପଥ]] ନଂ୦୬ ଏବଂ ୨୧୫ ଏହି ସହରର ପରିବହନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏହି ଦୁଇ ରାଜପଥ ସହରର ମଧ୍ୟଭାଗ ଦେଇ ଯାଇଛନ୍ତି ।
୨୦୦୮-୦୯ ରୁ ଏହି ସହରରୁ ରେଳ ପରିବହନ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟର ରାଜଧାନୀ ଭୁବନେଶ୍ବରକୁ ପ୍ରତିଦିନ ନିୟମିତ ଭାବରେ ଯାତ୍ରୀବାହୀ ରେଳ ଚାଲୁଅଛି ।
 
==ଆଧାର==
"https://or.wikipedia.org/wiki/କେନ୍ଦୁଝର"ରୁ ଅଣାଯାଇଅଛି